Alzheimer ଚିହ୍ନଟର ସରଳ କୌଶଳ ପ୍ରସ୍ତୁତ କଲା IIT Jodhpur

author img

By

Published : Sep 22, 2022, 7:37 AM IST

Alzheimer ଚିହ୍ନଟର ସରଳ କୌଶଳ ପ୍ରସ୍ତୁତ କଲା IIT Jodhpur

ବୃଦ୍ଧଙ୍କ ଦୁରାରୋଗ୍ୟ ଆଲଜାଇମର(ଭୁଲିବା ରୋଗ)କୁ ଠିକ ସମୟରେ ଚିହ୍ନଟ କରିବାରେ ଏକ ସହାୟକ କୌଶଳ (New Technique To Detect Alzheimer) ପ୍ରସ୍ତୁତ କଲେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଯୋଧପୁର (IIT Jodhpur) ଅନୁସନ୍ଧାନକାରୀ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଲକ୍ଷଣ ଗୁଡିକ ଉପରେ ଆଧାର କରି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଯୋଧପୁର (IIT Jodhpur) ବୃଦ୍ଧଙ୍କ ଦୂରାରୋଗ୍ୟ ଆଲଜାଇମର(ଭୁଲିବା ରୋଗ)କୁ ଠିକ ସମୟରେ ଚିହ୍ନଟ କରିବାରେ ଏକ ସହାୟକ କୌଶଳ ପ୍ରସ୍ତୁତ କରିଛନ୍ତି(New Technique To Detect Alzheimer) । ଏହି କୌଶଳ ସହିତ, ମସ୍ତିଷ୍କର ସ୍ମୃତିକୁ ଦୁର୍ବଳ କରୁଥିବା କାରକ(ଆଲଜାଇମର ଲକ୍ଷଣ) ଠାବ କରାଯାଇପାରିବ ।

ଏଥିପାଇଁ ଲ୍ୟାବରେ ଏକ ନୂତନ ଅଣୁ ମଲିକୁଲାର ପ୍ରୋବ ଆବିଷ୍କୃତ ହୋଇଥିଲା, ଯାହା ମସ୍ତିଷ୍କକୁ ଯାଇ ଫ୍ଲୋରୋସେଣ୍ଟ ଲ୍ୟାମ୍ପ ମାଧ୍ୟମରେ ଆଲଜାଇମର କାରକୁ ଚିହ୍ନଟ କରିବ । ଏନେଇ ଲ୍ୟାବରେ ଥିବା ମୂଷାଙ୍କ ମସ୍ତିଷ୍କ ଉପରେ ପରୀକ୍ଷଣ ସଫଳତାର ସହିତ କରାଯାଇଛି । ଏହି ପରୀକ୍ଷଣର ଫଳାଫଳ ଦୀର୍ଘ 5 ବର୍ଷ ପରେ ପ୍ରକାଶ ପାଇଛି । ବିଶ୍ବ ଆଲଜାଇମର ଦିବସ(World alzheimer's day 2022)ରେ ଅନୁସନ୍ଧାନକାରୀଙ୍କୁ ଏକ ବଡ ସଫଳତା ମିଳିଛି ।

ଆଇଆଇଟି ଯୋଧପୁରର ଜୈବ ବିଜ୍ଞାନ ବିଭାଗର ପ୍ରଫେସର ଡ. ସୁରଜିତ ଘୋଷ କହିଛନ୍ତି ଯେ, ‘‘ଆମେ ପ୍ରସ୍ତୁତ କରିଥିବା ନୂତନ କୌଶଳ ଆଲଜାଇମର ଆମିଲଏଡ ବିଟା ଏଗ୍ରିଗେଟକୁ ଚିହ୍ନଟ କରିଥାଏ । ଆଲଜାଇମରରେ, ଆମିଲଏଡ୍ ବିଟା ଏକ ଏଗ୍ରିଗେଟ୍ ଭାବରେ ମସ୍ତିଷ୍କରେ ଜମା ହୋଇଥାଏ, ଯେଉଁ କାରଣରୁ ନ୍ୟୁରନ୍(ସ୍ନାୟୁ) ପ୍ରଭାବିତ ହୁଏ । ଏହା ଧୀରେ ଧୀରେ ସ୍ମୃତି ଉପରେ ପ୍ରଭାବ ପକାଇଥାଏ । ବିକଶିତ ଅଣୁ ମାଧ୍ୟମରେ ଏହି ଆମିଲଏଡ୍ ବିଟା ଏଗ୍ରିଗେଟର ଉପସ୍ଥିତି ଚିହ୍ନଟ ହୁଏ ।’’

ଏହି ଅନୁସନ୍ଧାନ SCS କେମିକାଲ୍ ନ୍ୟୁରୋ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ଏହି ଅନୁସନ୍ଧାନରେ ତାଙ୍କର ଅନୁସନ୍ଧାନକାରୀ ରତ୍ନାମ ମାଲାଇସ୍, ଜୁହି ଖାନ୍ ଏବଂ ରାଜଶେଖର ରୟ (Researchers Ratnam Malais, Juhi Khan and Rajshekhar Roy, Biosciences Department, IIT Jodhpur) ସାମିଲ୍ ଥିଲେ । ଡକ୍ଟର ଘୋଷ କହିଛନ୍ତି ଯେ ଅଲଜାଇମର ଚିହ୍ନଟ ପାଇଁ ବ୍ରିଟେନ ଏବଂ ଆମେରିକାରେ ଏହାର କାର୍ଯ୍ୟ ଚାଲିଛି । ବିଭିନ୍ନ ଅନ୍ୟାନ୍ୟ ଟିମ୍ ମଧ୍ୟ ଏ ଉପରେ କାର୍ଯ୍ୟ କରୁଛନ୍ତି । ଆମେ ରୋଗ ଚିହ୍ନଟ ସହ ଥେରାପି ବିକଶିତ ପାଇଁ କାର୍ଯ୍ୟ କରୁଛୁ ।

Alzheimer କ'ଣ ?

ଏହା ଏକ ମସ୍ତିସ୍କଜନିତ ସମସ୍ୟା, ଏହି କାରଣରୁ ସ୍ମୃତିଶକ୍ତି ହ୍ରାସ ପାଇଥାଏ । ବୟସ୍କମାନଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖାଦିଏ । ଆଲଜାଇମର ଏବଂ ଆନୁଷଙ୍ଗିକ ଡିସଅର୍ଡର୍ସ ସୋସାଇଟି ଅଫ୍ ଇଣ୍ଡିଆର ଡିମେନ୍ସିଆ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, 2010 ମସିହାରେ ଦେଶରେ ପ୍ରାୟ 37 ଲକ୍ଷ ଲୋକ ଆଲଜାଇମର ରୋଗରେ ପୀଡିତ ଥିଲେ । 2030 ସୁଦ୍ଧା ଏହି ସଂଖ୍ୟା 7.6 ମିଲିୟନକୁ ବୃଦ୍ଧି ପାଇବ ବୋଲି ସୋସାଇଟି ଆକଳନ କରିଛି । ଏହାର କାରଣ ହେଉଛି ଅଲଜାଇମର ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ । ବିଶେଷକରି ଗ୍ରାମାଞ୍ଚଳ ଏବଂ ସହରରେ ଲୋକମାନେ ଏହାର ଲକ୍ଷଣ ବିଷୟରେ ଅବଗତ ନୁହଁନ୍ତି । ଏପରି ପରିସ୍ଥିତିରେ ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ । ଯାହାଫଳରେ ଠିକ୍ ସମୟରେ ଯତ୍ନ ନିଆଗଲେ ରୋଗର ଭୟାବହତାକୁ ଏଡାଇ ଦିଆଯାଇ ପାରିବ । ଏଥିପାଇଁ ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ସେପ୍ଟେମ୍ବର 21 କୁ ବିଶ୍ବ ଆଲଜାଇମର ଦିବସ ରୂପେ ପାଳନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.