ETV Bharat / science-and-technology

ଆଣ୍ଟି ଟ୍ରଷ୍ଟ ମାମଲାକୁ ନେଇ ମାଇକ୍ରୋସଫ୍ଟର ବ୍ରାଉଜରକୁ ଗୁଗଲ ସିଇଓଙ୍କ ସମାଲୋଚନା

author img

By ETV Bharat Odisha Team

Published : Oct 31, 2023, 1:10 PM IST

Google CEO defends paying Apple
Google CEO defends paying Apple

ଗୁଗୁଲ ଫୋନ୍ ନିର୍ମାତା କମ୍ପାନୀ ଗୁଡିକୁ ସର୍ଚ୍ଚ ଇଞ୍ଜିନକୁ ସମସ୍ତ ପ୍ରମୁଖ ସ୍ମାର୍ଟଫୋନରେ ଇଣ୍ଟରନେଟ୍ ବ୍ରାଉଜର୍ ଭାବରେ ବ୍ୟବହାର କରିବାକୁ ଟଙ୍କା ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଏନେଇ ବୟାନ ଦେଇଛନ୍ତି ଗୁଗଲ ସିଇଓ ସୁନ୍ଦର ପିଚାଇ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଆମେରିକାରେ ଗୁଗଲ ବିରୋଧରେ ଆଣ୍ଟି ଟ୍ରଷ୍ଟ ମାମଲାର ଟ୍ରାଏଲ ବା ଶୁଣାଣି ଜାରି ରହିଛି । ଏହାରି ଭିତରେ ଗୁଗଲ ସିଇଓ ସୁନ୍ଦର ପିଚାଇ ଗତକାଲି(ସୋମବାର) ଦିନ ମାଇକ୍ରୋସଫ୍ଟର ବ୍ରାଉଜରକୁ ସମାଲୋଚନା କରିଛନ୍ତି । ଏହାସହ ସେ ବୟାନ ଦେଇ କହିଛନ୍ତି, କ୍ରୋମରେ ଇଣ୍ଟରନେଟ ସେଫ୍ଟି ସହିତ ଯେକୌଣସି ତଥ୍ୟ ସର୍ଚ୍ଚ କରି ହେଉଛି। ଏହାସହ ଏଥିପାଇଁ କୌଣସି ବେଆଇନ କାର୍ଯ୍ୟ କରାଯାଇ ନାହିଁ ବୋଲି କୁହାଯାଇଥିଲା । କମ୍ପାନୀ ପକ୍ଷରୁ ଦାବି କରାଯାଇଥିଲା ଯେ, ମାଇକ୍ରୋସଫ୍ଟ କମ୍ପାନୀ ଏହାର ୱେବ୍ ବ୍ରାଉଜର ଇଣ୍ଟରନେଟ୍ ଏକ୍ସପ୍ଲୋରରରେ ଉନ୍ନତି କରିନଥିଲା । କିନ୍ତୁ ଗୁଗୁଲ କ୍ରୋମରେ ରୋଚକ ପରିବର୍ତ୍ତନ କରିଥିଲା। ଯାହାକୁ ୟୁଜର୍ସ ଅଧିକ ପସନ୍ଦ କରିଥିଲେ । କିନ୍ତୁ ଗୁଗଲ ଫୋନ ନିର୍ମାତା କମ୍ପାନୀ ଗୁଡିକୁ ସର୍ଚ୍ଚ ଇଞ୍ଜିନକୁ ସମସ୍ତ ପ୍ରମୁଖ ସ୍ମାର୍ଟଫୋନରେ ଇଣ୍ଟରନେଟ୍ ବ୍ରାଉଜର୍ ଭାବରେ ବ୍ୟବହାର କରିବାକୁ ଟଙ୍କା ଦେଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଏଭଳି ସଫେଇ ଦେଇଛନ୍ତି ସୁନ୍ଦର ପିଚାଇ।

ସୂଚନା ଅନୁସାରେ, ଗତ ସୋମବାର ଦିନ ସୁନ୍ଦର ପିଚାଇ ମାଇକ୍ରୋସଫ୍ଟ ଏବଂ ଏହାର ଇଣ୍ଟରନେଟ୍ ବ୍ରାଉଜର ଇଣ୍ଟରନେଟ୍ ଏକ୍ସପ୍ଲୋରରକୁ ସମାଲୋଚନା କରିଥିଲେ। ସେ ଦାବି କରି କହିଥିଲେ, "2008 ମସିହାରେ ଇଣ୍ଟରନେଟ୍ ବ୍ରାଉଜର୍ ବଜାରରେ ସ୍ଥିରତା ରହିଥିଲା। ମାଇକ୍ରୋସଫ୍ଟ ଏହାର ବ୍ରାଉଜରର ଉନ୍ନତି ପାଇଁ ଉତ୍ସାହିତ ନଥିଲା। ଏହାପରେ କ୍ରୋମ ଲଞ୍ଚ କରାଯାଇଥିଲା।" କହିରଖୁଛୁ କି ଗୁଗଲ 2008 ମସିହାରେ କ୍ରୋମ ବ୍ରାଉଜର ଲଞ୍ଚ କରିଥିବା ବେଳେ ଜୁନ 2022 ମସିହାରେ ଏକ୍ସପ୍ଲୋରରକୁ ବନ୍ଦ କରାଯାଇଥିଲା । ଏନେଇ ସୁନ୍ଦର ପିଚାଇ ବୟାନରେ କହିଛନ୍ତି, ଗୁଗୁଲ ଏହି ବ୍ୟବସ୍ଥା ଗ୍ରହଣ କରିଥିଲା କାରଣ ଯଦି ଜଣେ ୟୁଜର୍ସ କ୍ରୋମ ବ୍ୟବହାର କରିବାକୁ ଚାହୁଁନଥିଲେ ତେବେ ସେ ଅନ୍ୟ ବ୍ରାଉଜର ବ୍ୟବହାର କରିପାରିବେ । 8 ସପ୍ତାହର ଶୁଣାଣି ପରେ ମାମଲା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

କୁହାଯାଉଛି ଯେ, ଗୁଗଲ ପ୍ରତିଯୋଗିତାରୁ ବର୍ତ୍ତିବା ପାଇଁ କେବଳ 2021ରେ 26 ବିଲିୟମ ଡଲାର ଖର୍ଚ୍ଚ କରିଥିଲା । ଯେତେବେଳେ ଗୁଗଲରେ କୌଣସି ସର୍ଚ୍ଚ କରିଲେ ଯେଉଁ ଆଡ୍ ପପ୍‌ଅପ୍‌ ହୁଏ, ସେଥିରେ କ୍ଲିକ ହେଲେ ଗୁଗଲକୁ ଟଙ୍କା ମିଳେ। ଏହି ରୋଜଗାରକୁ ଗୁଗଲ ଡିଫଲ୍ଟ ସର୍ଚ୍ଚ ଇଞ୍ଜିନ କରିଥିବା ଡିଭାଇସ କମ୍ପାନୀ ସହ ସେୟାର କରାଯାଉଥିବା ଅଭିଯୋଗ ହୋଇଥିଲା। 2020 ମସିହାରେ ଟ୍ରମ୍ପ ସରକାରଙ୍କ ସମୟରେ ଏହି ମାମଲା ଓ୍ବାଶିଂଟନ୍‌ ଡିସିରେ ରୁଜୁ ହୋଇଥିଲା । ଯାହାର ଟ୍ରାଏଲ ସେହି ବର୍ଷ ସେପ୍ଟେମ୍ବର 12 ତାରିଖରେ ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: Sundar Pichai Thanks PM Modi: ମୋଦିଙ୍କୁ ଧନ୍ୟବାଦ ଦେଲେ ଗୁଗଲ ସିଇଓ, କହିଲେ ଏମିତି

ବୟାନରେ ଏହା କହିଥିଲେ ପିଚାଇ: ଏହି ମାମାଲାକୁ ନେଇ ବୟାନ ଦେବା ସମୟରେ ନିଜର କାହାଣୀ କହିଥିଲେ । ସେ କିଭଳି ପ୍ରଥମେ ଚେନ୍ନାଇ ଏବଂ ପରେ ଆମେରିକା ଆସିଲେ ସେ ବିଷୟରେ କହିଥିଲେ । ଗୁଗଲରେ କାମ କରିବା ପରେ 2015 ମସିହାରେ ସେ ଗୁଗଲର ସିଇଓ ହୋଇଥିଲେ। କ୍ରୋମରେ ପ୍ରାରମ୍ଭିକ ନିବେଶ ଏବଂ ଇନୋଭେସନ ଉପଭୋକ୍ତାମାନଙ୍କ ପାଇଁ ଅନେକ ଲାଭ ଆଣିଛି ବୋଲି ଦାବି କରିଥିଲେ ଗୁଗଲ ସିଇଓ । ଏହି କାରଣରୁ ଅନେକ ୱେବସାଇଟ୍ ମଧ୍ୟ ଲୋକପ୍ରିୟ ହୋଇଥିଲା ବୋଲି ସେ କହିଛନ୍ତି । ଲୋକମାନେ ଇଣ୍ଟରନେଟରେ ଜିନିଷ ଖୋଜିବା ପାଇଁ କ୍ରୋମ୍ ବ୍ୟବହାର କରିବା ସହଜ ହୋଇଥିଲା । କମ୍ପାନୀ ନିଜର ଦକ୍ଷତାରେ ଏହା ହାସନ କରିଛି, ଏଥିପାଇଁ କୌଣସି ବେଆଇନ କାର୍ଯ୍ୟ କରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.