ETV Bharat / science-and-technology

Sundar Pichai Thanks PM Modi: ମୋଦିଙ୍କୁ ଧନ୍ୟବାଦ ଦେଲେ ଗୁଗଲ ସିଇଓ, କହିଲେ ଏମିତି

author img

By ETV Bharat Odisha Team

Published : Oct 17, 2023, 11:11 AM IST

ଟ୍ବିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଲେ ଗୁଗଲ ସିଇଓ ସୁନ୍ଦର ପିଚାଇ। ଅଧିକ ପଢନ୍ତୁ

Sundar Pichai Thanks PM Modi
Sundar Pichai Thanks PM Modi

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଲେ ଗୁଗଲ ସିଇଓ ସୁନ୍ଦର ପିଚାଇ । ଭାରତ ପ୍ରତି ଗୁଗଲର ପ୍ରତିବଦ୍ଧତା ନେଇ ଗତକାଲି(ସୋମବାର) ଉଭୟଙ୍କ ମଧ୍ୟରେ ବୈଠକ ହୋଇଥିବା ବେଳେ ଆଜି ଏକ୍ସରେ ଟ୍ବିଟ କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗୁଗଲ ସିଇଓ । ଗୁଗଲ ସିଇଓ ଟ୍ବିଟ କରି କହିଛନ୍ତି, "ସଫଳ ବୈଠକ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀ ଏବଂ ଆମ ଟିମ AI ଟୁଲ୍‌ ବ୍ୟବହାର କରି ଆମର କାର୍ଯ୍ୟକୁ ବିସ୍ତାର କରୁଛୁ । ସମୟ ଅନୁସାରେ ଆମର ସହଭାଗୀତା ବୃଦ୍ଧି ପାଉଛି ।"

  • PM Modi virtually interacted with the CEO of Google and Alphabet Sundar Pichai earlier today. During the interaction, the Prime Minister and Pichai discussed Google's plan to participate in expanding the electronics manufacturing ecosystem in India. Prime Minister appreciated… pic.twitter.com/ORZSQrL2iC

    — ANI (@ANI) October 16, 2023 " class="align-text-top noRightClick twitterSection" data=" ">

ସୂଚନାଅନୁସାରେ, ସୋମବାର ଦିନ ଗୁଗଲ ସିଇଓ ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଭର୍ଚୁଆଲ ବୈଠକ ହୋଇଥିଲା । ତେବେ ବୈଠକରେ ଉଭୟେ ଭାରତରେ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫ୍ୟାକ୍ଚରିଂ ଇକୋସିଷ୍ଟମକୁ ବିସ୍ତାର କରିବା ପାଇଁ ଗୁଗଲର ଯୋଜନା ଉପରେ ଆଲୋଚନା କରିଥିଲେ । ଭାରତରେ କ୍ରୋମବୁକର ନିର୍ମାଣ ପାଇଁ HP ସହିତ ଗୁଗୁଲର ସହଭାଗିତାକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • "Thank you, Prime Minister Narendra Modi for the terrific meeting today to discuss Google's ongoing commitment to India, and how we are expanding our operations, leveraging AI, and increasing our partnerships," tweeted Sundar Pichai, CEO of Google and Alphabet https://t.co/oOMVRIvj1W pic.twitter.com/EtSppISyWg

    — ANI (@ANI) October 16, 2023 " class="align-text-top noRightClick twitterSection" data=" ">

ଅନ୍ୟପଟେ ଗୁଗଲରେ 100ରୁ ଅଧିକ ଭାଷାର ଉପଲବ୍ଧତା ନେଇ ମଧ୍ୟ ସୁନ୍ଦର ପିଚାଇଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ଭାରତୀୟ ଭାଷାରେ AI ଉପକରଣ ଉପଲବ୍ଧ କରାଇବାର ପ୍ରୟାସକୁ ମଧ୍ୟ ମୋଦି ପ୍ରୋତ୍ସାହିତ କରିଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତି ଅନୁସାରେ, ପ୍ରଧାନମନ୍ତ୍ରୀ ଗୁଗଲକୁ ସୁଶାସନ ପାଇଁ AI ଟୁଲ୍‌ ଉପରେ କାମ କରିବାକୁ ନେଇ ଉତ୍ସାହିତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଗୁଜୁରାଟରେ ଖୋଲିବ ଗ୍ଲୋବାଲ ଫିଣ୍ଟେକ୍ ଅପରେସନ ସେଣ୍ଟର: ସୁନ୍ଦର ପିଚାଇ

ଖବର ମୁତାବକ, ଗୁଗଲ ଗାନ୍ଧିନଗରରେ ଗୁଜୁରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍-ସିଟି (GIFT)ରେ ଗ୍ଲୋବାଲ ଫିଣ୍ଟେକ୍ ଅପରେସନ୍ ସେଣ୍ଟର ଖୋଲିବାକୁ ଯୋଜନା କରିଥିବା ବେଳେ ଏହାକୁ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ । ପିଚାଇ ପ୍ରଧାନମନ୍ତ୍ରୀଙ୍କୁ GPay ଏବଂ UPIର ବ୍ୟବହାର ବୃଦ୍ଧି କରାଇ ଭାରତର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଗୁଗଲର ଯୋଜନା ବିଷୟରେ ମଧ୍ୟ ଅବଗତ କରାଇଛନ୍ତି । ଭାରତର ବିକାଶ ପଥରେ ସହଯୋଗ କରିବାକୁ ଗୁଗୁଲର ପ୍ରତିବଦ୍ଧତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିବା ନେଇ ବିଜ୍ଞପ୍ତିରେ କୁହାଯାଇଛି । ତେବେ ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, AI ଶିଖର ସମ୍ମିଳନୀରେ ଆଗାମୀ ବିଶ୍ୱ ଭାଗିଦାରୀରେ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଗୁଗଲକୁ ଆମନ୍ତ୍ରଣ କରିଛନ୍ତି। କହିରଖୁଛୁ କି ଚଳିତବର୍ଷ ଡିସେମ୍ବର ମାସରେ ନୂଆଦିଲ୍ଲୀରେ ଏହି ସମ୍ମିଳନୀ ଭାରତ ଦ୍ବାରା ଅନୁଷ୍ଠିତ ହେବ ।

ପ୍ରକାଶଥାଉକି, ଗତ ଜୁନ୍‌ 23 ତାରିଖରେ ଓ୍ବାଶିଂଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ଗୁଗଲ ସିଇଓ ସୁନ୍ଦର ପିଚାଇ । ମୋଦିଙ୍କୁ ଭେଟିବା ପରେ ଗୁଜୁରାଟରେ ଏକ ଗ୍ଲୋବାଲ ଫିଣ୍ଟେକ୍ ଅପରେସନ୍ ସେଣ୍ଟର ଖୋଲିବାକୁ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.