ETV Bharat / international

ଗୁଜୁରାଟରେ ଖୋଲିବ ଗ୍ଲୋବାଲ ଫିଣ୍ଟେକ୍ ଅପରେସନ ସେଣ୍ଟର: ସୁନ୍ଦର ପିଚାଇ

author img

By

Published : Jun 24, 2023, 9:48 AM IST

ଖୁବଶୀଘ୍ର ଗୁଜୁରାଟରେ ଖୋଲିବ ଗ୍ଲୋବାଲ ଫିଣ୍ଟେକ୍ ଅପରେସନ୍ ସେଣ୍ଟର । ଏନେଇ ଘୋଷଣା କଲେ ଗୁଗଲ ସିଇଓ । ଅଧିକ ପଢନ୍ତୁ

Google CEO Sundar Pichai
Google CEO Sundar Pichai

ନୂଆଦିଲ୍ଲୀ: ଓ୍ବାଶିଂଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଗୁଗଲ ସିଇଓ ସୁନ୍ଦର ପିଚାଇ । ମୋଦିଙ୍କୁ ଭେଟିବା ପରେ ଗୁଜୁରାଟରେ ଏକ ଗ୍ଲୋବାଲ ଫିଣ୍ଟେକ୍ ଅପରେସନ୍ ସେଣ୍ଟର ଖୋଲିବାକୁ ଘୋଷଣା କରିଛନ୍ତି ପିଚାଇ । ଏଥିସହ ଡିଜିଟାଲ ଇଣ୍ଡିଆକୁ ପ୍ରଶଂସା କରିଛନ୍ତି ଗୁଗଲ ସିଇଓ ।

  • #WATCH | Google CEO Sundar Pichai after meeting PM Modi, says "It was an honour to meet PM Modi during the historic visit to the US. We shared with the Prime Minister that Google is investing $10 billion in India's digitisation fund. We are announcing the opening of our global… pic.twitter.com/ri42wI3Adv

    — ANI (@ANI) June 23, 2023 " class="align-text-top noRightClick twitterSection" data=" ">

ଗୁଗଲ ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ, ଐତିହାସିକ ଆମେରିକା ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ମୋ ପାଇଁ ଏକ ଗୌରବର ବିଷୟ । ଗୁଗୁଲ ଭାରତର ଡିଜିଟାଇଜେସନ୍ ପାଣ୍ଠିରେ 10 ବିଲିୟନ ଡଲାର ବିନିଯୋଗ କରିବା ନେଇ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛି । ଗୁଜୁରାଟର GIFT ସିଟିରେ ଆମର ଗ୍ଲୋବାଲ୍ ଫିଣ୍ଟେକ୍ ଅପରେସନ୍ ସେଣ୍ଟର ଖୋଲିବାକୁ ଆମେ ଘୋଷଣା କରୁଛୁ ବୋଲି ପିଚାଇ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ସୂଚନା ଦେଇଛନ୍ତି । ଡିଜିଟାଲ ଇଣ୍ଡିଆ ପାଇଁ ପିଏମ ମୋଦିଙ୍କ ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି ପିଚାଇ । ଏହି ବ୍ଲୁ ପ୍ରିଣ୍ଟକୁ ଅନ୍ୟ ଦେଶ ଆପଣାଇବାକୁ ମଧ୍ୟ ଚାହୁଁଥିବା କହିଛନ୍ତି ପିଚାଇ ।

ଏହା ମଧ୍ୟ ପଢନ୍ତୁ-PM Modi Egypt Visit: 2 ଦିନିଆ ଇଜିପ୍ଟ ଗସ୍ତରେ ବାହାରିଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 5 ଦିବସୀୟ ବିଦେଶ ଗସ୍ତରେ ରହିଥିବା ବେଳେ 3 ଦିନ ଆମେରିକା ଗସ୍ତରେ ରହିଥିଲେ । ଏଠାରେ ଆମେରିକାର ପ୍ରଥମ ଦମ୍ପତି ରାଷ୍ଟ୍ରପତି ଜୋ.ବାଇଡେନ ଓ ପତ୍ନୀ ଜଲି ବାଇଡେନ ମୋଦିଙ୍କୁ ସ୍ବାଗତ କରିଥିଲେ । ହ୍ବାଇଟ ହାଉସରେ ଭବ୍ୟ ସ୍ବାଗତ ପରେ ଉଭୟ ରାଷ୍ଟ୍ରପତି ବାଇଡେନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଅଭିବାଦନ ଗ୍ରହଣ କରିଥିଲେ । ଜୋ ବିଡେନ ଏବଂ ଜିଲ ବିଡେନଙ୍କ ନିମନ୍ତ୍ରଣ କ୍ରମେ ଆମେରିକା ଗସ୍ତରେ ଆସିଥିବା ମୋଦି ସିଇଓ କଣ୍ଟିଜେଣ୍ଟ, ଗୁଗଲ ସିଇଓ ସୁନ୍ଦର ପିଚାଇ, ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦେଲା, ଆପଲ ସିଇଓ ଟିମ କୁକ, ଓପନଏଆଇ ସିଇଓ ସାମ ଅଲଟମ୍ୟାନ ଏବଂ ଏମଡି ସିଇଓ ଲିସା ସୁଙ୍କ ସହ ସାକ୍ଷାତ କରିଥିଲେ ମୋଦି ।

ହ୍ବାଉଟ ହାଉସରେ ମୋଦିଙ୍କ ପାଇଁ ନୈଶ ରାତ୍ରଭୋଜନ ଆୟୋଜନ କରାଯାଇଥିଲା । ଏଥି ପାଇଁ ଜୋ ବାଇଡେନ ଓ ଫାଷ୍ଟ ଲେଡି ଜିଲ ବାଇଡେନଙ୍କୁ ଧନ୍ୟବାଦ ଜଣାଇଥିଲେ ମୋଦି । ଏହି ରାତ୍ର ଭୋଜନରେ ଏନଏସଏ ଅଜିତ ଡୋଭାଲ ମଧ୍ୟ ସାମିଲ ହୋଇଥିଲେ । ଷ୍ଟେଟ ଡିନରରେ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ, ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦେଲା, ଗୁଗଲ ସିଇଓ ସୁନ୍ଦର ପିଚାଇ ଓ ଜିରୋଧା କୋ ଫାଉଣ୍ଡର ନିଖୀଲ କାମାଥ ସାମିଲ ହୋଇଥିଲେ । ଆଜିଠୁ ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ବାହାରିଛନ୍ତି ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.