ETV Bharat / science-and-technology

ମସ୍କ୍‌ ଲଞ୍ଚ କଲେ AI chatbot 'Grok', କହିଲେ ଏହା ChatGPTରୁ ଉତ୍କୃଷ୍ଟ

author img

By ETV Bharat Odisha Team

Published : Nov 6, 2023, 11:09 AM IST

AI chatbot Grok
AI chatbot Grok

ମସ୍କ ଲଞ୍ଚ୍‌ କଲେ AI ଚାଟବୋଟ 'Grok' । ଏହା ମଜାଳିଆ ଢଙ୍ଗରେ ୟୁଜର୍ସଙ୍କ ଉତ୍ତର ଦେବାରେ ସକ୍ଷମ ହେବା ସହିତ ChatGPTରୁ ସର୍ବତ୍ତୋମ ହେବ ହେବ ବୋଲି କହିସେ ଏଲ ମସ୍କ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଚାଟ୍‌ଜିପିଟିର ବିକଳ୍ପ ଆଣିଲେ ବିଲେନିୟର ଏଲନ୍‌ ମସ୍କ । ଅରବପତିଙ୍କ କମ୍ପାନୀ xAI ଏଆଇ ଟୁଲ୍‌ ଗ୍ରୋକ୍‌ ଲଞ୍ଚ କରିଛି । ଗ୍ରୋକ୍‌ର ଅର୍ଥ ହେଉଛି ସହଜରେ କିଛି ଜିନିଷକୁ ବୁଝିପାରିବା । ସତ୍ୟ ଏବଂ ସଠିକ ସୂଚନା ଦେଉଥିବା ଏକ AI ମଡେଲ୍ ଲଞ୍ଚ କରିବାକୁ ଅନେକ ଦିନରୁ ଚାହୁଁଥିଲେ ଏଲନ ମସ୍କ । ଏହାସହ ସେ TruthGPT ନେଇ ମଧ୍ୟ ଅନେକ ସୂଚନା ପ୍ରଦାନ କରିଥିଲେ । ଏହାରି ଭିତରେ ମସ୍କଙ୍କ କମ୍ପାନୀ AI ଟୁଲ୍‌ ଲଞ୍ଚ କରିଛି । ଏହି AI ଟୁଲ୍‌ ଏକ ଇଞ୍ଜିନିୟର୍ ଗୋଷ୍ଠୀ ଦ୍ବାରା ତିଆରି କରାଯାଇଛି । ଯେଉଁମାନେ କି ଓପନ୍‌ ଏଆଇ, ଗୁଗଲ ଏବଂ ଡିପ୍‌ ମାଇଣ୍ଡ ଭଳି ଅନେକ ଜେନେରେଟିଭ ଏଆଇ ମଡେଲରେ କାର୍ଯ୍ୟ କରିସାରିଥିବା ନେଇ ରିପୋର୍ଟରେ କୁହାଯାଇଛି ।

ଏନେଇ ଏଲନ୍‌ ମସ୍କ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, "ଅନ୍ୟ ଭାଷା ମଡେଲ ତୁଳନାରେ xAI ର ଗ୍ରୋକ୍ ଅଧିକ କୌତୁହଳ ଏବଂ ସତ୍ୟ ଆଧାରିତ ତଥ୍ୟ ପ୍ରଦାନ କରିବ । ଆମର ଏହି ଟୁଲ୍‌ ୟୁଜର୍ସଙ୍କୁ କେବଳ ସତ୍ୟ ହିଁ କହିବ । ଗ୍ରୋକକୁ ପର୍ଯ୍ୟାପ୍ତ ପରିମାଣର କମ୍ପ୍ୟୁଟିଂ ସାବଧାନର ଆବଶ୍ୟକତା ରହିଛି । ବ୍ୟବସାୟ ପାଇଁ ଏକ ସହାୟକ ଟୁଲ୍‌ ଭାବରେ ଏହାକୁ ଡିଜାଇନ୍ କରାଯାଇଛି । ବର୍ତ୍ତମାନ ମହଜୁଦ ରହିଥିବା ଭାଷା ମଡେଲଗୁଡିକ ମଧ୍ୟରେ ଏଲନ୍ ମସ୍କ ତାଙ୍କର AI ଟୁଲକୁ ସର୍ବୋତ୍ତମ ବୋଲି ଦାବି କରିଛନ୍ତି । ଏହା ଚାଟ୍‌ଜିପିଟି ଏବଂ ଗୁଗୁଲର ବାର୍ଡ ତୁଳନାରେ ସର୍ବତ୍ତୋମ ବୋଲି ବର୍ଣ୍ଣନା କରିଛନ୍ତି।"

କିଭଳି ଚାର୍ଟଜିପିଟିରୁ ଅଲଗା ଗ୍ରୋକ: ଗ୍ରୋକରେ ୟୁଜର୍ସଙ୍କୁ ରିଅଲ ଟାଇମ ଏକ୍ସେସ୍‌ ମିଳିପାରିବ । କିନ୍ତୁ ଓପନ୍ AIର ଚାଟ୍‌ଜିପିଟିରେ ତାହା ସମ୍ଭବ ନୁହେଁ । କୁହାଯାଉଛି ଯେ, ଏହି ଟୁଲ୍ ଉପଭୋକ୍ତାମାନଙ୍କୁ ରିଅଲ୍ ଟାଇମ୍ ନ୍ୟୁଜ୍ ଅପଡେଟ୍ ଦେବ ଯେଉଁଥିରେ କୌଣସି ବ୍ୟବସାୟ ହେବ ନାହିଁ । ଏହା ବ୍ୟତୀତ ଜେନେରେଟିଭ ଏଆଇ ମଡେଲକୁ ଯଦି କୌଣସି ବେଆଇନ ପ୍ରସଙ୍ଗରେ ପ୍ରଶ୍ନ କରାଯାଏ, ତେବେ ତାହା କୌତୁକିଆ ଢଙ୍ଗରେ ପ୍ରଶ୍ନର ଉତ୍ତର ଦେବ । ଏଥିପାଇଁ ଏକ ସ୍ୱର ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହାର ଅର୍ଥ କୌଣସି ପ୍ରଶ୍ନ ପଚାରିଲେ ଉତ୍ତର ସ୍ୱରରେ ଦେବ ଗ୍ରୋକ ।

ଏହା ମଧ୍ୟ ପଢନ୍ତୁ: AI Safety Summit: ଭବିଷ୍ୟତରେ AI ସବୁଠୁ ବିପଦଜ୍ଜନକ ହେବ କହିଲେ ମସ୍କ

ଟ୍ୱିଟର ତଥ୍ୟ ସହିତ ଚାଟବଟ୍‌କୁ ତାଲିମ: ଏଲନ୍ ମସ୍କଙ୍କ କମ୍ପାନୀ xAIର ମଡେଲ୍ ଗ୍ରୋକ୍ ଦି ପାଇଲ୍ ନାମକ ଏକ 886.03 GB ନୋଲେଜ୍‌ ବେସ ଉପରେ ଆଧାରିତ । ଏହା ବ୍ୟତୀତ ଏହାକୁ Xର ତଥ୍ୟ ସହିତ ତାଲିମ ମଧ୍ୟ ଦିଆଯାଇଛି । କମ୍ପାନୀ କହିଛି ଯେ ଆଗାମୀ ଦିନରେ ଉପଭୋକ୍ତାମାନେ ଏହି ଚାଟବଟ୍‌ରେ ଇମେଜ୍ ଜେନେରେସନ, ଭଏସ୍ ରିକୋହନାଇଜେସନ ଏବଂ ଫଟୋର ମଧ୍ୟ ସୁବଧା ପାଇପାରିବେ ।

ଏହି ୟୁଜର୍ସଙ୍କୁ ମିଳିବ ସୁବିଧା: XAIର ଗ୍ରୋକ୍‌ ସିଷ୍ଟମ ବର୍ତ୍ତମାନ ବିଷ୍ଟା ଷ୍ଟେଜ୍‌ରେ ରହିଛି । ଏହାର ଅର୍ଥ ଏହି ସୁବିଧା କେବଳ ବିଟା ୟୁଜର୍ସଙ୍କୁ ଦିଆଯାଇଛି । କିନ୍ତୁ ଖୁବଶୀଘ୍ର ଏକ୍ସ ପ୍ରିମିୟମ ପ୍ଲସ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ବୋଲି କୁହାଯାଇଛି ।

କହିରଖୁଛୁ କି, ଦୁଇ ଦିନିଆ ୟୁକେ ଏଆଇ ସମ୍ମିଳନୀ ଗତ 1 ଓ 2 ତାରିଖରେ ଅନୁଷ୍ଠିତ ହୋଇଥିବା ବେଳେ ଏଲନ୍‌ ମସ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଚେତାବନୀ ଦେଇଥିଲେ । ଭବିଷ୍ୟତରେ AI ସବୁଠୁ ବିପଜ୍ଜନକ ହେବ ବୋଲି ମସ୍କ କହିଥିବା ବେଳେ ବର୍ତ୍ତମାନ ଲଞ୍ଚ୍‌ କରିଥିବା ଗ୍ରୋକକୁ ନେଇ ଅନେକ ୟୁଜର୍ସ ମସ୍କଙ୍କୁ ସମାଲୋଚନା କରିଥିବା ଦେଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.