ETV Bharat / science-and-technology

ଲଞ୍ଚ ହେଲା ChatGPT ଯୁକ୍ତ ସ୍ମାର୍ଟଓ୍ବାଚ, ରହିଛି ଏହି ଡାଏନାମିକ ଫିଚର

author img

By ETV Bharat Odisha Team

Published : Oct 27, 2023, 7:29 AM IST

Crossbeats Nexus
Crossbeats Nexus

ଲଞ୍ଚ ହେଲା ChatGPT ଯୁକ୍ତ ସ୍ମାର୍ଟଓ୍ବାଚ। ଏଣିକି ସ୍ମାର୍ଟଓ୍ବାଚରେ ଇବୁକ ପଢିବେ ୟୁଜର୍ସ। ଏହାସହ ରହିଛି ଡାଏନାମିକ ଫିଚର। ଅଧିକ ପଢନ୍ତୁ

ହାଇଦ୍ରାବାଦ: ଓପନଏଆଇର ଚାଟ୍‌ବୋର୍ଡ ଚାର୍ଟଜିପିଟିର ବ୍ୟବହାର ଅନେକ ସ୍ଥାନରେ ହେଉଛି । ଗତ ନଭେମ୍ବର ମାସରେ ଏହାର ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସମୟରେ ଏହା ଲୋକମାନଙ୍କର ଦୈନନ୍ଦିନ ଜୀବନର ସାଥି ପାଲଟିଛି । ତେବେ ଆପଣ କେବେ ଭାବିଛନ୍ତି କି ସ୍ମାର୍ଟଓ୍ବାଚରେ ମଧ୍ୟ ଚାଟ୍‌ଜିପିଟିର ବ୍ୟବହାର ହୋଇପାରିବ ? କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ସସୟ ଅନୁସାରେ ବଦଳୁଛି ଲୋକଙ୍କ ରୁଚି । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସ୍ମାର୍ଟ୍‌ଓ୍ବାଚ୍‌ର ଚାହିଦା । ନୂଆ ନୂଆ ଟେକ୍ନୋଲୋଜି ସହିତ ବର୍ତ୍ତମାନ ସ୍ମାର୍ଟଓ୍ବାଚ୍‌ରେ ମଧ୍ୟ ବ୍ୟବହାର ହୋଇଛି ଚାଟ୍‌ଜିପିଟି । କ୍ରସବିଟ୍ ନାମକ ଏକ କମ୍ପାନୀ ଦ୍ୱାରା ଏହି ଘଣ୍ଟା ଲଞ୍ଚ୍‌ କରାଯାଇଛି । ଏହି ଘଣ୍ଟାର ନାମ ହେଉଛି କ୍ରସବିଟ୍ସ ନେକ୍ସସ୍‌ । ଏହି ଘଣ୍ଟା ଲଞ୍ଚ ହେବା ପରଠୁ ଚର୍ଚ୍ଚାର ବିଷୟ ପାଲଟିଛି ।

ସ୍ମାର୍ଟଓ୍ବାଚରେ ଚାଟଜିପିଟିର ବ୍ୟବହାରକୁ ନେଇ ଯୁବପିଢିଙ୍କ ମଧ୍ୟରେ ଉତ୍ସୁକତା ବୃଦ୍ଧି ପାଇବାରେ ଲାଗିଛି । ତେବେ ବର୍ତ୍ତମାନ ସୁଦ୍ଧା କମ୍ପାନୀ ପକ୍ଷରୁ ଘଣ୍ଟା ନେଇ ସମସ୍ତ ତଥ୍ୟ ପ୍ରକାଶ କରାଯାଇ ନାହିଁ । କିନ୍ତୁ ଘଣ୍ଟାରେ ବିଲ୍‌ଟ୍‌ ଇନ୍‌ ଇ-ବୁକ୍‌ ରିଡର ରହିଛି ।

କ୍ରସବିଟ ନେକ୍ସସ(Crossbeats Nexus) ସ୍ପେସିଫିକେସନ: ଏହି ଘଣ୍ଟାରେ 2.1 ଇଞ୍ଚର ଆମ୍ଲୋଏଡ ଡିସପ୍ଲେ ରହିଛି। ଏହି କ୍ରସବିଟ ନେକ୍ସସ ସ୍ମାର୍ଟଓ୍ବାଚକୁ କମ୍ପାନୀ ଇବୁକ ଫଙ୍କସନ ସହିତ ଲଞ୍ଚ କରିଛି। ଅତି ସହଜରେ ଇ ବୁକ ପଢିପାରିବେ ୟୁଜର୍ସ। ଏହାସହ ଡାଇନାମିକ ଆଇଲ୍ୟାଣ୍ଡ ଫିଚର ସହିତ ଲଞ୍ଚ ହୋଇଛି ଏହି କ୍ରସବିଟ୍‌ ନେକ୍ସସ ସ୍ମାର୍ଟଓ୍ବାଚ୍‌ । କହରଖୁଛି କି ଏହା ଆଇଫୋନ୍‌ର ଏକ ସ୍ବତନ୍ତ୍ର ବା ଖାସ ଫିଚର ଅଟେ । ଏହାସହ ଏଥିରେ altimeter, barometer, compass ସୁବିଧା ରହିଛି ।

ଏହା ମଧ୍ୟ ପଢନ୍ତୁ: ଆମାଜନ ଫେଷ୍ଟିଭ ସେଲରେ ଶସ୍ତାରେ ମିଳୁଛି ସ୍ମାର୍ଟୱାଚ, 12 ହଜାର ଟଙ୍କିଆ ଘଣ୍ଟା ମିଳୁଛି 15ଶହ ଟଙ୍କାରେ

କ୍ରସବିଟ ନେକ୍ସସ୍‌ର ଫିଚର: ଏହା ଏକ ଶକ୍ତିଶାଳୀ ସ୍ମାର୍ଟଓ୍ବାଚ ଯେଉଁଥିରେ, ହାର୍ଟ୍‌ରେଟ୍‌, SpO2, ସ୍ଲିପ୍‌ ଟ୍ରାକ୍‌, ରକ୍ତଚାପ ମନିଟରିଂ ସହିତ ଅନେକ ସ୍ବାସ୍ଥ୍ୟ ସହ ଜଡିତ ଫିଚର ରହିଛି । ଏହି ଓ୍ବାଚ ବା ଘଣ୍ଟାକୁ ଥରେ ଚାର୍ଜ କରିଲେ ଏହା 7 ଦିନ ପର୍ଯ୍ୟନ୍ତ ଚାଲିବ । ଅନ୍ୟ କମ୍ପାନୀର ସ୍ମାର୍ଟଓ୍ବାଚ ତୁଳନାରେ ଏହା ସବୁଠାରୁ ବେଷ୍ଟ ଫିଚର ଅଟେ । ସ୍ମାର୍ଟଓ୍ବାଚରେ ବ୍ଲୁଟୁଥ କଲିଂ ସପୋର୍ଟ ମଧ୍ୟ ରହିଛି ।

କ୍ରସବିଟ ନେକ୍ସସର ଦାମ: ବର୍ତ୍ତମାନ ସୁଦ୍ଧା ମାର୍କେଟରେ ଉପଲବ୍ଧ ହୋଇ ନାହିଁ କ୍ରସବିଟ ନେକ୍ସସ । କିନ୍ତୁ ଏହାର ପ୍ରି-ଅର୍ଡର ଆରମ୍ଭ ହୋଇସାରିଛି । କେବଳ 999ଟଙ୍କା ଦେଇ ଆପଣ ଏହାକୁ ପ୍ରି ଅର୍ଡର କରିପାରିବେ । ତେବେ ପବିତ୍ର ଦୀପାବଳିରେ ଏହା ମାର୍କେଟକୁ ଆସିବାକୁ ଥିବା ବେଳେ ଏହାର ଦାମ 5 ହଜାର 999 ଟଙ୍କା ରହିବ । ଏହାର ଦୁଇଟି ଭାରିଏଣ୍ଟ୍‌ କଳା ଓ ଧଳା ରଙ୍ଗରେ ଉପଲବ୍ଧ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.