ETV Bharat / science-and-technology

Union Budget 2023: ପ୍ରତିଷ୍ଠା ହେବ 3ଟି ଉତ୍କର୍ଷ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସେଣ୍ଟର

author img

By

Published : Feb 1, 2023, 3:34 PM IST

2023-24 ବଜେଟ ଅଧିବେଶନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ପ୍ରୋତ୍ସାହନ । ଟପ୍ ଶିକ୍ଷାନୁଷ୍ଠାନରେ ହେବ ପ୍ରତିଷ୍ଠା 3ଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଅଧିକ ପଢନ୍ତୁ

Artificial Intelligence
Artificial Intelligence

ନୂଆଦିଲ୍ଲୀ: 2023-24 ବଜେଟ ଅଧିବେଶନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ମିଳିଲା ପ୍ରୋତ୍ସାହନ । ବୁଧବାର (ଫେବ୍ରୁଆରୀ 1) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଧିବେଶନ ସମୟରେ ଘୋଷଣା କରିଛନ୍ତି ଯେ, ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ତିନୋଟି ଉତ୍କର୍ଷ କେନ୍ଦ୍ର ସୃଷ୍ଟି କରିବ । "ଆମେ ଭାରତରେ AI ତିଆରି କରିବା ଏବଂ ଭାରତ ପାଇଁ AI କାର୍ଯ୍ୟ କରିବା"କୁ ସୁନିଶ୍ଚିତ କରିବା ପାଇଁ ଶୀର୍ଷ ଭାରତୀୟ ଅନୁଷ୍ଠାନଗୁଡିକରେ ଏହି କେନ୍ଦ୍ରଗୁଡିକ ପ୍ରତିଷ୍ଠା କରାଯିବ ବୋଲି ଅର୍ଥମନ୍ତ୍ରୀ ସଂସଦରେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Health in Budget 2023: ଫୋକସରେ ରିସର୍ଚ୍ଚ, ICMR ସୁବିଧା ପାଇଁ ଖୋଲିବ ୧୫୭ ନର୍ସିଂ କଲେଜ

ସେ କହିଛନ୍ତି ଯେ, ଟପ୍ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି 3ଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅନୁଷ୍ଠାନ ପ୍ରତିଷ୍ଠା ହେବ । ଅଗ୍ରଣୀ ଶିଳ୍ପ ଅନୁଷ୍ଠାନ ଆନ୍ତଃ ବିଭାଗୀୟ ଅନୁସନ୍ଧାନ କରିବାରେ ସହଯୋଗ କରିବେ । ଏଥିସହ ସ୍ୱାସ୍ଥ୍ୟ, କୃଷି ଏବଂ ସ୍ଥାୟୀ ସହର କ୍ଷେତ୍ରରେ ଅତ୍ୟାଧୁନିକ ପ୍ରୟୋଗ ଏବଂ ସମାଧାନ ଯୋଗ୍ୟ ସମସ୍ୟାର ସମାଧାନ କରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ନୂଆ ଢଙ୍ଗରେ ସରକାରଙ୍କ ଧ୍ୟାନ ଏଭଳି ସମୟରେ ଆସିଛି, ଯେଉଁ ସମୟରେ ବିଶ୍ୱ AI ଆଧାରିତ ଶିକ୍ଷାରେ ନୂଆ ଉଚ୍ଚତା ଛୁଉଁଛି ଏବଂ ଚାଟଜିପିଟି(ChatGPT) ଭଳି ଉପକରଣ ସାରା ବିଶ୍ୱରେ ବୈପ୍ଳବିକ ପରିବର୍ତ୍ତନ ଆଣୁଛି ।

ଏହା ମଧ୍ୟ ପଢନ୍ତୁ:- Income tax: ମଧ୍ୟବିତ୍ତଙ୍କୁ ବଡ ଆଶ୍ୱସ୍ତି, ୭ ଲକ୍ଷ ଯାଏଁ ଆୟକର ଛାଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.