ETV Bharat / sukhibhava

Health in Budget 2023: ଫୋକସରେ ରିସର୍ଚ୍ଚ, ICMR ସୁବିଧା ପାଇଁ ଖୋଲିବ ୧୫୭ ନର୍ସିଂ କଲେଜ

author img

By

Published : Feb 1, 2023, 1:31 PM IST

Updated : Feb 1, 2023, 2:38 PM IST

2023-24 ଆର୍ଥିକ ବର୍ଷ ପାଇଁ ସ୍ବାସ୍ଥ୍ୟ କ୍ଷେତ୍ରକୁ 86,200 କୋଟି ଆବଣ୍ଟନ । 2015-14 ଠାରୁ ପ୍ରତିଷ୍ଠିତ ମେଡିକାଲ କଲେଜ ନିକଟରେ ଖୋଲିବ ନର୍ସିଂ କଲେଜ । 2047 ସୁଦ୍ଧା ରକ୍ତହୀନତା ଦୂର କ୍ଷେତ୍ରରେ ଏକ ମିଶନ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।

Health in Budget 2023
Health in Budget 2023

ନୂଆଦିଲ୍ଲୀ: ଆଜି (ଫେବ୍ରୁଆରୀ 1) ରେ ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପଞ୍ଚମ ବଜେଟ ଆଗତ ହୋଇଛି । ସଂସଦରେ 2023-24 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିରେ ଅନେକଗୁଡିଏ କ୍ଷେତ୍ର ଉପରେ ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବା ସହ ସ୍ୱାସ୍ଥ୍ୟକୁ ମିଳିଛି ପ୍ରତ୍ସୋହନ । ଆଇସିଏମଆର ସୁବିଧା ବୃଦ୍ଧି ପାଇଁ ନୂତନ ନର୍ସିଂ କଲେଜ ପ୍ରତିଷ୍ଠା କରାଯିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ ।

ଏହା ମଧ୍ୟ ପଢନ୍ତୁ:- Union Budget: ବେସାମରିକ ଉଡାଣ କ୍ଷେତ୍ରକୁ ମିଳିବ ବଳ, ନିର୍ମାଣ ହେବ 50 ନୂଆ ବିମାନବନ୍ଦର

ସେ କହିଛନ୍ତି ଯେ, 2015 ଠାରୁ ପ୍ରତିଷ୍ଠିତ 157 ମେଡିକାଲ କଲେଜ ସ୍ଥାନରେ ମିଳିତ ଭାବେ 157 ଟି ନୂତନ ନର୍ସିଂ କଲେଜ ପ୍ରତିଷ୍ଠା କରାଯିବ । ସେହିପରି 2014 ମସିହାରୁ ଅବସ୍ଥିତ 157 ଟି ମେଡିକାଲ କଲେଜ ସହ ମିଳିତ ସ୍ଥାନରେ 157 ଟି ନୂତନ ନର୍ସିଂ କଲେଜ ପ୍ରତିଷ୍ଠା ହେବ । ଏଥିସହ 2047 ସୁଦ୍ଧା sickle cell anemia ବା ରକ୍ତହୀନତାକୁ ଦୂର କରିବା ପାଇଁ ସରକାର ଏକ ମିଶନ କାର୍ଯ୍ୟକାରୀ କରିବାକୁ ଯୋଜନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Budget 2023: ବିଶ୍ୱ ବଜାରରେ ପହଞ୍ଚିବ ମାଣ୍ଡିଆ, ମିଲେଟକୁ ପ୍ରୋତ୍ସାହନ ପାଇଁ ଶ୍ରୀଅନ୍ନ

ସମସ୍ତ ଆଇସିଏମ୍ଆର୍ ଲ୍ୟାବରେ ସରକାରୀ ଏବଂ ବେସରକାରୀ ଚିକିତ୍ସା ସୁବିଧା ଦ୍ୱାରା ଅନୁସନ୍ଧାନ ପାଇଁ ସୁବିଧା ରହିବ । ଫାର୍ମାସ୍ୟୁଟିକାଲ୍ସରେ ଗବେଷଣା ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ କେନ୍ଦ୍ରରେ ଉତ୍କର୍ଷ୍ଠମାନର ନୂତନ କାର୍ଯ୍ୟକ୍ରମ ରହିବ । ସେହିପରି ସରକାରୀ ଏବଂ ବେସରକାରୀ ମେଡିକାଲ କଲେଜଗୁଡ଼ିକର ଅନୁସନ୍ଧାନ ପାଇଁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ICMR) ଲ୍ୟାବ୍‌ର ସୁବିଧା ଉପଲବ୍ଧ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Budget 2023: ବଜେଟରେ ବଡ ଘୋଷଣା, ନିଯୁକ୍ତି ପାଇବେ 38 ହଜାରରୁ ଅଧିକ ଶିକ୍ଷକ

କେନ୍ଦ୍ର ବଜେଟ୍ 2022-23 ରେ, ସରକାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ 86,200 କୋଟି ଆବଣ୍ଟନ କରିଛନ୍ତି, ଯାହା 2020-21 ଆର୍ଥିକ ବର୍ଷରେ 73,932 କୋଟି ତୁଳନାରେ ପ୍ରାୟ 16.5 ପ୍ରତିଶତ ବୃଦ୍ଧି ହୋଇଛି । ବଜେଟ୍ 2023 ରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି କ୍ଷେତ୍ରରେ ସରକାର ଧ୍ୟାନ ଦେଇଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା କହିଛନ୍ତି ।

କହିରଖୁଛୁ ଯେ, ଇଣ୍ଡିଆନ ମେଡିକାଲ୍ ଆସୋସିଏସନ୍(IMA) ନିକଟରେ ବଜେଟ୍ ପାଇଁ ସରକାରଙ୍କୁ ପ୍ରସ୍ତାବ ଦାଖଲ କରିଥିଲା । ବଜେଟ୍ ପାଇଁ IMA ସାମଗ୍ରିକ 12 ଟି ପରାମର୍ଶ ଦାଖଲ କରିଥିଲା । ସେଥିମଧ୍ୟରୁ ନିରାପଦ ଜଳ, ପରିମଳ, ପୁଷ୍ଟିକର ଖାଦ୍ୟ, ପ୍ରାଥମିକ ଶିକ୍ଷା ତଥା ଦାରିଦ୍ର୍ୟ ଦୂରୀକରଣ ସହିତ ସମାଜ ତଥା ରାଷ୍ଟ୍ରର ସୁସ୍ଥତା ପାଇଁ ଏକ ମୂଳଦୁଆ ଇତ୍ୟାଦି ସାମିଲ୍ କରିବାକୁ ଅନୁରୋଧ କରିଥିଲା ।

Last Updated : Feb 1, 2023, 2:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.