ETV Bharat / lifestyle

୮ ବର୍ଷ ପରେ ଲୋଗୋ ପରିବର୍ତ୍ତନ କଲା Google Chrome, ନେଟିଜେନ୍ସ ଉଡାଇଲେ ମଜାକ

author img

By

Published : Feb 7, 2022, 5:45 PM IST

ଦୀର୍ଘ ୮ ବର୍ଷ ପରେ ଗୁଗଲ୍‌ କ୍ରୋମ ନିଜ ଲୋଗୋ ବା ଆଇକନକୁ ପରିବର୍ତ୍ତନ କରିଛି । ଏହାକୁ ନେଇ ନେଟିଜେନ୍ସ ମିମ୍ସ ସେୟାର କରି ପ୍ରତିକ୍ରିୟା ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

୮ ବର୍ଷ ପରେ ଲୋଗୋ ପରିବର୍ତ୍ତନ କଲା Google Chrome, ନେଟିଜେନ୍ସ ମାରିଲେ Joke
୮ ବର୍ଷ ପରେ ଲୋଗୋ ପରିବର୍ତ୍ତନ କଲା Google Chrome, ନେଟିଜେନ୍ସ ମାରିଲେ Joke

ୱାଶିଂଟନ: ଦୀର୍ଘ ୮ ବର୍ଷ ପରେ ଲୋଗୋ(Logo) ପରିବର୍ତ୍ତନ କରିଛି ଗୁଗଲ କ୍ରୋମ(Google Chrome changes its logo) । ଶେଷ ଥର ପାଇଁ ୨୦୧୪ ମସିହାରେ କ୍ରୋମ ଲୋଗୋ ପରିବର୍ତ୍ତନ କରିଥିଲା । ନୂତନ ଲୋଗୋରେ ସେପରି ଅଧିକ ପରିବର୍ତ୍ତନ(not very noticeable) ହୋଇନଥିବା ଦେଖିବାକୁ ମିଳିଛି ।

  • We simplified the main brand icon by removing the shadows, refining the proportions and brightening the colors, to align with Google's more modern brand expression. pic.twitter.com/Hyig51gqJq

    — Elvin 🌈 (@elvin_not_11) February 4, 2022 " class="align-text-top noRightClick twitterSection" data=" ">

ରିପୋର୍ଟ ଅନୁସାରେ ଦୁଇଟି ରଙ୍ଗ ମଧ୍ୟରେ ଏକ ବର୍ଡର ବା ସୀମା ରହିଥିଲା, ଯାହାକୁ ଏବେ ହଟାଇ ଦିଆଯାଇଛି । ନୂଆ ଲୋଗୋରେ ନାଲି, ହଳଦିଆ ଓ ସବୁଜ ଫ୍ଲାଟ ଭଳି ରହିଛି । ଫଳରେ ଲୋଗୋର ମଝିରେ ରହିଥିବା ବ୍ଲୁ ରଙ୍ଗର ଗୋଲଟି ଅଧିକ ବଡ଼ ଦେଖାଯାଉଛି । ଏହାସହିତ ବ୍ଲୁ ରଙ୍ଗଟି ପୂର୍ବ ଅପେକ୍ଷା ଅଧିକ ଗାଢ ଦେଖାଯାଉଛି । ସେପଟେ ବିଭିନ୍ନ ପ୍ରକାରର ସିଷ୍ଟମରେ କ୍ରୋମ ଲୋଗୋ ମଧ୍ୟ ଅଲଗା ରହିବ ବୋଲି ଜଣାପଡ଼ିଛି । ତେବେ ChromeOSରେ ଲୋଗୋ ଅଧିକ କଲରଫୁଲ ଦେଖାଯିବାକୁ ଥିବାବେଳେ macOSରେ ଲୋଗୋରେ ସ୍ବଳ୍ପ ଛାଇ(Shadow) ପରି ରହିବ ।

ସେହିପରି Windows 10 ଓ 11 ଭର୍ସନରେ ଡ୍ରାମାଟିକ ଗ୍ରାଡିଏଣ୍ଟ ରହିବ, ଯାହାକି ଅନ୍ୟ ୱିଣ୍ଡୋ ଆଇକନ ଠାରୁ ଅଲଗା ରହିବ । ଏହି ନୂଆ ଲୋଗୋକୁ Chrome Canary( କ୍ରୋମର ନୂଆ ଭର୍ସନ) ବ୍ୟବହାର କଲେ ଏହା ଦୃଶ୍ୟମାନ ହେବ । ନଚେତ ପ୍ରାୟ ୧ ମାସ ପରେ ଏହାକୁ ସମସ୍ତ ୟୁଜର୍ସ ଦେଖିପାରିବେ । ତେବେ ସୂଚନା ଥାଉ କି ୨୦୦୮ ପରଠାରୁ ଏଯାବତ୍‌ କ୍ରୋମର ଲୋଗୋ ସାଧାରଣ ରହିଛି । କିନ୍ତୁ ଏହା ପ୍ରଥମରୁ 2D ସିମ୍ବଲ ପରି ରହିଥିଲା ।

ଏହି ଲୋଗୋ ପରିବର୍ତ୍ତନ ହେବା ପରେ ନେଟିଜେନ୍ସ ମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହାକୁ ନେଇ ମଧ୍ୟ କିଛି memes ଦେଖିବାକୁ ମିଳିଛି । ଜଣେ ନେଟିଜେନ୍ସ ଲେଖିଛନ୍ତି ଯେ " ଦୋନୋ ଅଲଗ ଅଲଗ ହୋତେ ହେଁ କ୍ୟା" । ସେପଟେ ଅନ୍ୟ ଜଣେ ଲେଖିଛନ୍ତି ଏହା ମଧ୍ୟରେ ବ୍ୟବଧାନ ବାଛନ୍ତୁ(Spot the difference) । ବିଭିନ୍ନ ପ୍ରକାରର ସର୍ଚ୍ଚ କରିବା ପାଇଁ ଗୁଗଲ କ୍ରୋମକୁ ବ୍ୟବହାର କରାଯାଏ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.