ଆମେରିକାରେ ଗୁଳିମାଡ, 9 ମୃତ ସୂଚନା

author img

By

Published : Jan 22, 2023, 5:41 PM IST

ଆମେରିକାରେ ଗଳିମାଡ, 9 ମୃତ ସୂଚନା

ଆମେରିକାର ଲସ ଆଞ୍ଜେଲସରେ ଆତତାୟୀର ଅତର୍କିତ ଗୁଳିମାଡରେ 9 ଜଣଙ୍କ ମୃତ୍ୟୁ । ଅନେକ ଆହତ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଆକ୍ରମଣ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆମେରିକାର ଲସ ଆଞ୍ଜେଲସରେ ଏକ କାର୍ଯ୍ୟକ୍ରମ ବେଳେ ଜଣେ ଅଜଣା ଆତତାୟୀ ଅତର୍କିତ ଗୁଳିମାଡ କରିଛି । ଏଥିରେ ଅତିକମରେ ପ୍ରାୟ 9 ଜଣଙ୍କର ମୃତ୍ୟୁ ହୋଇଥିବା ସହ ଅନେକ ଆହତ ହୋଇଥିବା ଆଶଙ୍କା କରାଯାଉଛି । ଗତକାଲି ବିଳମ୍ବିତ ରାତିରେ ପୂର୍ବ ଲସ-ଆଞ୍ଜେଲସରେ ମେନେଟେରି ପାର୍କ ଏରିଆରେ ଏକ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏହି ଆକ୍ରମଣ ହୋଇଛି । ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ଆକ୍ରମଣକୁ ଜଣେ ଦୁର୍ବୃତ୍ତ ରୂପ ଦେଇ ଫେରାର ହୋଇଯାଇଛି । ଆକ୍ରମଣର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଆକ୍ରମଣକାରୀକୁ ଗିରଫ କରିବା ପାଇଁ ପୋଲିସର ଅପରେସନ ଜାରି ରହିଛି ।

ଆମେରିକାରେ ଗୁଳିମାଡ, 9 ମୃତ ସୂଚନା
ଆମେରିକାରେ ଗୁଳିମାଡ, 9 ମୃତ ସୂଚନା

ସ୍ଥାନୀୟ ଏକ ଗଣମାଧ୍ୟମ ‘‘ଦି ଲସ ଆଞ୍ଜେଲସ ଟାଇମ’’ରେ ପ୍ରକାଶିତ ତଥ୍ୟ ଅନୁସାରେ, ଲସ ଆଞ୍ଜେଲସରୁ ପ୍ରାୟ 20 କି.ମି ଦୂରରେ ଥିବା ମଣ୍ଚେରୀ ଟାଉନରେ ଗତକାଲି ରାତି ପ୍ରାୟ 10 ଟାରେ ଏହି ଆକ୍ରମଣ ହୋଇଛି । ସହରରେ ଲୁନାର ନ୍ୟୁ-ଇୟର ପାଳନ କରାଯାଉଥିଲା । କାର୍ଯ୍ୟକ୍ରମ ହେଉଥିବା ସ୍ଥାନର କିଛି ଦୂରରେ ଥିବା ଏକ ରେସ୍ତୋରାଁ ନିକଟରେ ହଠାତ ଏହି ଆକ୍ରମଣ କରିଥିଲା ଆତତାୟୀ । କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଆକ୍ରମଣକାରୀ ଜଣେ ଥିଲା ଓ ତାର ହାତରେ ଏକାଧିକ ମାଗାଜିନ୍‌ ସହ ମେସିନ୍‌ ଗନ୍‌ ମଧ୍ୟ ରହିଥିଲା । ଅତର୍କିତ ଗୁଳିମାଡ଼ ହେବା ପରେ ଉପସ୍ଥିତ ସାଧାରଣ ଜନତା ଏଣେତେଣେ ଧାଇଁବାକୁ ଲାଗିଥିଲେ । ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏକାଧିକ ରାଉଣ୍ଡ ଫାଏରିଂ କରିବା ପରେ ଆକ୍ରମଣକାରୀ ମଧ୍ୟ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲା ।

ତେବେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୋଲିସ ଓ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ରେସକ୍ୟୁ ଅପରେସନ କରିଥିଲେ । ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସୁଦ୍ଧା ପ୍ରାୟ 9ଜଣଙ୍କ ପ୍ରାଣହାନୀ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲେ ସୁଦ୍ଧା ଆନୁଷ୍ଠାନିକ ଭାବେ ମୃତାହତଙ୍କ ସଂଖ୍ୟା ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିନି । ସେହିପରି ପୋଲିସ ଏବେ ସୁଦ୍ଧା ଆକ୍ରମଣକାରୀକୁ ଗିରଫ କରିପାରିନାହିଁ । ବିଭିନ୍ନ ସମୟରେ ଆମେରିକାର ବହୁ ସହରରେ ଏପରି ଅତର୍କିତ ଗୁଳିମାଡ ଖବର ସାମ୍ନାକୁ ଆସିଥାଏ । ଆମେରିକାରେ ସାଧାରଣ ନାଗରିକ ଅସ୍ତ୍ରଶସ୍ତ୍ର ରଖିବା ନିମୟ ବେଶ କୋହଳ ଥିବାରୁ ପ୍ରାୟ ସମସ୍ତେ ଅତି ସହଜରେ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ରଖିପାରନ୍ତି । ନିକଟରେ ଏପରି ଏକାଧିକ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.