ETV Bharat / international

Russia-Ukraine War: ଋଷ ଦଖଲରେ ବନ୍ଦର ସହର ମାରିୟୁପୋଲ

author img

By

Published : Apr 21, 2022, 6:55 PM IST

ଶେଷରେ ମାରିୟୁପୋଲକୁ ନିଜ ଦଖଲକୁ ନେଲା ଋଷୀୟ ସେନା । ତେବେ ଋଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଏହି ଯୁଦ୍ଧର ୫୮ ଦିନରେ ୟୁକ୍ରେନ ବନ୍ଦର ନଗରୀ ମାରିୟୁପୋଲ ନିଜ ଦଖଲରେ ନେବାକୁ ସମର୍ଥ ହୋଇଛି ଋଷୀୟ ସେନା । ଅଧିକ ପଢନ୍ତୁ

Russia Ukraine War: ମାରିଓପୁଲକୁ ଦଖଲ କଲା ଋଷ
Russia Ukraine War: ମାରିଓପୁଲକୁ ଦଖଲ କଲା ଋଷ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଯୁଦ୍ଧ ପରେ ଶେଷରେ ୟୁକ୍ରେନ୍‌ର ବନ୍ଦର ସହର ମାରିୟୁପୋଲକୁ ନିଜ ଦଖଲକୁ ନେଇଛି ରୁଷ । ଋଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଏହି ଯୁଦ୍ଧର ୫୮ ଦିନରେ ୟୁକ୍ରେନ ବନ୍ଦର ନଗରୀ ମାରିୟୁପୋଲ ନିଜ ଦଖଲରେ ନେବାକୁ ସମର୍ଥ ହୋଇଛି ଋଷୀୟ ସେନା । ଆଜି(ଗୁରୁବାର) ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏହି ଘୋଷଣା କରିଛନ୍ତି ।

ସେହିପରି ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ କହିଛି ଯେ, ଋଷ ସେନା ମାରିଓପୁଲକୁ ଦଖଲ କରିବା ସହ ପ୍ରାୟ ୨ ହଜାରରୁ ଅଧିକ ୟୁକ୍ରେନ ସୈନ୍ୟଙ୍କୁ ଏକ ବାଣିଜିକ ପ୍ରତିଷ୍ଠାନ ଭିତରେ ବନ୍ଦୀ କରି ରଖିଛୁ । ଏଥିସହ ୟୁକ୍ରେନର ଦକ୍ଷିଣରେ ଅବସ୍ଥିତ ଥିବା ଏହି ବନ୍ଦର ସହରକୁ ଦଖଲକୁ ନେବା ଆମ ପାଇଁ ବଡ ସଫଳତା ବୋଲି ପୁଟିନ୍‌ ଓ ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ସୋଏଗୁ ଏକ ଟେଲିଭିଜନ ବୈଠକରେ କହିଛନ୍ତି । ଏହି ମହାଯୁଦ୍ଧର ଦୁଇ ମାସ ପୂରଣ ହେବାକୁ ଥିବା ବେଳେ ସେନା ମାରିଓପୁଲ ଦଖଲ କରିବା ପରେ ଡୋନବାସ ଅଞ୍ଚଳ ଉପରେ ମଧ୍ୟ ନିୟନ୍ତ୍ରଣ କରାଯିବ ବୋଲି ଋଷ ଯୋଜନା କରୁଛି ।

ସେହିଭଳି ଡୋନବାସ ଅଞ୍ଚଳ ଦଖଲ ହୋଇଥିବରୁ ଏହାର କ୍ରିମିଆର ଭୂମି ସହ ଯୋଡି ହେବାକୁ ସହଜ ବୋଲି ଋଷ ପକ୍ଷରୁ କୁହାଯାଇଛି । ଏପଟେ ଏହି ସହରକୁ ଦୁଇ ମାସ ଘେରି ରହିବା ପରେ ସେନା ଏହାକୁ ଦଖଲ କରିଥିବା ବେଳେ ଦଖଲ କରିବା ଲାଗି ଋଷକୁ ଘାତକ ବିବାଦର ସମ୍ମୁଖୀନ ହେବାକୁ ପଡିଥିଲା । ଏହା ପରେ ପୁଟିନ୍‌ ସୋଏଗୁଙ୍କୁ ଆଜୋଭଷ୍ଟାଲ ଇସ୍ପାତ କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହ ଏହା ଦ୍ବାରା ଋଷର ସୈନ୍ୟଙ୍କ ଜୀବନ ରକ୍ଷା କରି ହେବ ବୋଲି ସେ କହିଥିଲେ ।

ଏତଦ୍‌ବ୍ୟତୀତ୍‌ ସେହି ଅଞ୍ଚଳକୁ ସିଲ୍ କର, ଫଳରେ ଏକ ଫ୍ଲାଏ ମଧ୍ୟ ଯାଇପାରିବ ନାହିଁ ବୋଲି ପୁଟିନ୍‌ କହିଥିଲେ । ଏପଟେ ଆଜି(ଗୁରୁବାର) ଆଜୋଭଷ୍ଟାଲରୁ ଲୋକଙ୍କ ଉଦ୍ଧାର ଲାଗି ଋଷକୁ ଏକ ମାନବିକ କରିଡର ଅନୁମତି ଦେବାକୁ ୟୁକ୍ରେନ ଦାବି କରିଛି । ଏହା ସହିତ ୟୁକ୍ରେନର ଉପ-ପ୍ରଧାନମନ୍ତ୍ରୀ ଇରିନା ଭେରେଶକ୍ କହିଛନ୍ତି ଯେ, ସେଠାରେ ପ୍ରାୟ ୧ ହଜାର ସାଧାରଣ ନାଗରିକ ଏବଂ ୫ଶହ ଆହତ ସୈନ୍ୟ ରହିଛନ୍ତି ।

ଅପରପକ୍ଷରେ ଇସ୍ପାତ କାରଖାନାକୁ ଠାରୁ ମାରିଓପୁଲରେ ସିଲ୍ କରିବା ପାଇଁ କେତେ ସୈନ୍ୟ ଆବଶ୍ୟକ ସୋଏଗୁ ଏହା ବିଷୟରେ କିଛି ଜଣାଇ ନାହାନ୍ତି । ତେବେ ଅବରୋଧ ପୂର୍ବରୁ ୟୁକ୍ରେନର ଏହି ସହରରେ ୮ ହଜାରରୁ ଅଧିକ ସୈନ୍ୟ ରହିଥିଲେ ବୋଲି ସୋଏଗୁ କହିଛନ୍ତି । ଏପଟେ ଏହି ଆକ୍ରମଣରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ତାହାର ସ୍ପଷ୍ଟ ସଂଖ୍ୟା ଜଣାପଡିନଥିବା ବେଳେ ୟୁକ୍ରେନର ଅଧିକାରୀ କହିଛନ୍ତି ୨୦ ହଜାରରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଏଥିସହ ୧ ଲକ୍ଷ ଲୋକେ ଏବେ ବି ଫସି ରହିଛନ୍ତି ।

ଅନ୍ୟପଟେ ଫସି ରହିଥିବା ଲୋକଙ୍କ ପାଖରେ ପାଣି, ବିଦ୍ୟୁତ୍‌ ଏବଂ ଖାଦ୍ୟ ଆଦି ଜରୁରୀକାଳୀନ ଜିନିଷ ନଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି । ଏହା ସହିତ ଯୁଦ୍ଧରେ ବହୁତ ଭୟଙ୍କର ହତ୍ୟାକାଣ୍ଡ ମଧ୍ୟରେ ମୃତଦେହକୁ ସାଧାରଣ କବରରେ ପୋତି ଦିଆଯାଇଛି ତଥା ରାସ୍ତାରେ ଏଣେ ତେଣେ ପଡିଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.