ETV Bharat / international

PM Modi US visit: ହ୍ବାଇଟ ହାଉସରେ ମୋଦି, ସ୍ବାଗତ କଲେ ଜୋ ବାଇଡେନ

author img

By

Published : Jun 22, 2023, 7:18 AM IST

pm modi meet Joe Biden
ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହ୍ବାଇଟ ହାଉସରେ ପହଞ୍ଚି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ତଥା ପ୍ରଥମ ମହିଳା ଜିଲ ବାଇଡେନଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ

ୱାଶିଂଟନ: ତିନିଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୱାଶିଂଟନ ଡିସି ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ବାଇଡେନଙ୍କ ପତ୍ନୀ ତଥା ପ୍ରଥମ ମହିଳା ଜିଲ ବାଇଡେନଙ୍କୁ ଭେଟିଛନ୍ତି । ଆଜି ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ଏକ ଭବ୍ୟ ରାଜକୀୟ ରାତ୍ରିଭୋଜନର ଆୟୋଜନ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି । ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ତଥା ପ୍ରଥମ ମହିଳା ଜିଲ ବାଇଡେନଙ୍କୁ ଭେଟି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଗସ୍ତ ଭାରତ ଓ ଆମେରିକାର ସମ୍ପର୍କ ବନ୍ଧୁତ୍ବ ଓ ସମାବେଶୀ ବୈଶ୍ବିକ ବିକାଶ ପାଇଁ ମହତ୍ତ୍ବପୂର୍ଣ୍ଣ ପ୍ରମାଣିତ ହେବ ।

ଏହା ବି ପଢନ୍ତୁ...ଗିନିଜ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ଯୋଗ ସେସନ

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରଥମ ମହିଳା ଜିଲ ବାଇଡେନ ବର୍ଜିନିୟାରେ ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଆମେ ନ୍ୟାସନାଲ ଏଜୁକେସନ ପଲିସରେ ଶିକ୍ଷା ଏବଂ ଦକ୍ଷତାକୁ ଏକାଠି କରିଛୁ । ସେଥିରେ 10,000 ଅଟଳ ଟିଙ୍କରିଙ୍ଗ ଲ୍ୟାବ ପ୍ରତିଷ୍ଠା କରିଛୁ ଯେଉଁଥିରେ ପିଲାଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା ମିଳିପାରିବ । ଯୁବା ଏଣ୍ଟରପ୍ରିନ୍ୟୁୟରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଷ୍ଟାର୍ଟଅପ୍‌ ଇଣ୍ଡିଆ ମିଶନ ଆରମ୍ଭ କରିଛୁ । ଆମର ଲକ୍ଷ୍ୟ ହେଉଛି ଏହ ଦଶନ୍ଧିକୁ ଟେକ୍ନିକ୍‌ ଦଶନ୍ଧି କରି ତୋଳିବା । ଦୁନିଆରେ ଥିବା ବୈଜ୍ଞାନିକ ଓ ଏଣ୍ଟରପ୍ରିନ୍ୟୁୟରଙ୍କର ଭାରତର ସଂସ୍ଥାନଙ୍କ ସହ ସମ୍ପର୍କ ବଢାଇବାକୁ 2015ରେ GIAN ବା ଗ୍ଲୋବାଲ ଇନିସିଏଟିଭ ଅଫ୍‌ ଏକାଡେମିକ ନେଟୱାର୍କ ଆରମ୍ଭ କରିଥିଲୁ । ଏହା ଜରିଆରେ ଆମେରିକାରୁ 750 ଅଧ୍ୟାପକ ସଦସ୍ୟ ଭାରତ ଆସିଛନ୍ତି ।"

ଏହା ବି ପଢନ୍ତୁ...PM Modi interview: 'ବିଶ୍ବରେ ଭାରତ ଉପଯୁକ୍ତ ସ୍ଥାନ ହାସଲ କରିଛି ଆମେରିକା ସହ ସମ୍ପର୍କ ମଜବୁତ ହୋଇଛି'

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ଆଜି ଭାରତ ଓ ଆମେରିକାକୁ ଅଭିବୃଦ୍ଧିର ଗତିକୁ ବଜାୟ ରଖିବାକୁ ହେଲେ ପ୍ରତିଭାର ପାଇପଲାଇନର ଆବଶ୍ୟକ ରହିଛି । ଆମେରିକା ପାଖରେ ଉଚ୍ଚକୋଟୀର ଶିକ୍ଷାସଂସ୍ଥା ରହିଛି, ଆଡଭାନ୍ସ ଟେକ୍ନାଲୋଜି ରହିଛି । ଭାରତ ପାଖରେ ବିଶ୍ବର ସବୁଠୁ ବଡ ଯୁବା ଫ୍ୟାକ୍ଟରି ରହିଛି । ମୋର ବିଶ୍ବାସ ଅଛି ଭାରତ ଓ ଆମେରିକାର ସହଭାଗିତା ସ୍ଥାୟୀ ଓ ଅନ୍ତର୍ଭୂକ୍ତ ବୈଶ୍ବିତ ଅଭିବୃଦ୍ଧିର ଇଞ୍ଜିନ ଭାବେ ପ୍ରମାଣିତ ହେବ ।"

ସେହିପରି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ତଥା ପ୍ରଥମ ମହିଳା ଜିଲ ବାଇଡେନ କହିଛନ୍ତି,"ଆମ ସମ୍ପର୍କ କେବଳ ସରକାରୀ ସ୍ତରରେ ନୁହେଁ ଆମ ସମ୍ପର୍କ ପରିବାର ଓ ବନ୍ଧିତ୍ବ ପରି ଯାହା ଦୁଇ ଦେଶକୁ ଯୋଡିଛି । ଭାରତ ଓ ଆମେରିକା ମଧ୍ୟରେ ସୃଦୁଢ଼ ସହଭାଗିତା ବଳରେ ମିଳିତ ହୋଇ ବିଶ୍ବରେ ଉପୁଜୁଥିବା ଚ୍ୟାଲେଞ୍ଜର ସମାଧାନ କରିଥାଉ । ଆମେ ଯଦି ଆମ ଅର୍ଥନୀତିକୁ ଦୃଢ଼ କରିବାକୁ ଚାହୁଁଛୁ ତେବେ ଯୁବଗୋଷ୍ଠୀ ତଥା ଆମ ଭବିଷ୍ୟତ ଉପରେ ବିନିଯୋଗ କରିବାକୁ ପଡିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.