ETV Bharat / international

PM Modi interview: 'ବିଶ୍ବରେ ଭାରତ ଉପଯୁକ୍ତ ସ୍ଥାନ ହାସଲ କରିଛି ଆମେରିକା ସହ ସମ୍ପର୍କ ମଜବୁତ ହୋଇଛି'

author img

By

Published : Jun 21, 2023, 11:27 AM IST

ମଙ୍ଗଳବାର ଆମେରିକା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଷ୍ଟ୍ରିଟ ଜର୍ଣ୍ଣାଲକୁ ସାକ୍ଷାତକାର ଦେଇ କହିଛନ୍ତି ପୂର୍ବ ଅପେକ୍ଷା ବର୍ତ୍ତମାନ ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କ ଅଧିକ ମଜବୁତ ଓ ନିବିଡ ହୋଇଛି । ବର୍ତ୍ତମାନ ବିଶ୍ବରେ ଭାରତ ଉପଯୁକ୍ତ ସ୍ଥାନ ହାସଲ କରୁଛି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତକାର
PM Modi interview wall street journal

ନୂଆଦିଲ୍ଲୀ: ଜୁନ 20 ତାରିଖ ଅର୍ଥାତ ଗତକାଲିଠୁ (ମଙ୍ଗଳବାର) ଆମେରିକା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୁନ 23 ଯାଏଁ ପ୍ରଧାନମନ୍ତ୍ରୀ ଆମେରିକାରେ ରହିବେ । ଗସ୍ତ ପରେ ପ୍ରଧାନମନ୍ତ୍ରୀ ଆମେରିକୀୟ ସମ୍ବାଦପତ୍ର ୱାଲ ଷ୍ଟ୍ରିଟ ଜର୍ଣ୍ଣାଲକୁ ଦେଇଥିବା ଏକ ସାକ୍ଷାତକାରରେ ବିଶ୍ବ ରାଜନୀତି ଠାରୁ ଅର୍ଥନୀତି ଓ ଭାରତ ସ୍ଥିତି ଓ ଆମେରିକା ସହ ଭାରତର ସମ୍ପର୍କକୁ ନେଇ ଆଲୋକପାତ କରିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ଭାରତର ଭୂମିକା ନିର୍ବାହ କରିବା ସମୟ ଆସିଛି । ବର୍ତ୍ତମାନ ବିଶ୍ବରେ ଭାରତ ଏକ ଉପଯୁକ୍ତ ସ୍ଥାନ ହାସଲ କରିଛି ବୋଲି ସାକ୍ଷାତକାରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି,''ଭାରତ ବିବିଧତାର ଉତ୍ସବ ପାଳନ କରୁଛି । ସମସ୍ତ ଧର୍ମର ଲୋକଙ୍କୁ ଏକାଠି କରି ପ୍ରଗତି ପଥରେ ଆଗେଇ ଚାଲିଛି । ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ମଜବୁତ ଓ ନିବିଡ ହୋଇଛି । ଦୁଇ ଦେଶର ନେତାଙ୍କ ମଧ୍ୟରେ ଅଦ୍ଭୂତପୂର୍ବ ବିଶ୍ବାସ ରହିଛି । ଏହା ବିକାଶଶୀଳ ଦେଶମାନଙ୍କର ଆଶା ଓ ଭରସାର ସ୍ବର ହେବ । ବିଶ୍ବ ରାଜନୀତିରେ ଅସ୍ଥିରତା ଲାଗି ଭାରତ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଛି । ଦୁଇଦେଶ ମଧ୍ୟରେ ଏପରି ନିବିଡତା ପ୍ରତିରକ୍ଷା କ୍ଷେତ୍ରରେ ପରସ୍ପରର ସହଯୋଗ ପାଇଁ ସମ୍ଭବ ହୋଇଛି । ଏହି ସହଯୋଗିତା ବାଣିଜ୍ୟ, ବୈଷୟିକ ଜ୍ଞାନ କୌଶଳ ଓ ଜ୍ଞାନକୁ ପ୍ରସାରିତ କରିଛି ।''

ଜାତିସଂଘ ସୁରକ୍ଷା ପରିଷଦ ସଦସ୍ୟତା: ସେହିପରି ସାକ୍ଷାତକାରରେ ଜାତିସଂଘ ସୁରକ୍ଷା ପରିଷଦର ସମ୍ପ୍ରସାରଣ ସମ୍ପର୍କରେ ମୋଦି କହିଛନ୍ତି, ବିଶ୍ବ ସମୁଦାୟଙ୍କୁ ପ୍ରଶ୍ନ କରାଯିବା ଦରକାର ଯେ ଭାରତକୁ ଏହି ପରିଷଦରେ ସାମିଲ କରାଯିବା ଉଚିତ କି ନାହିଁ । ଏହା ସହିତ ପରିଷଦରେ ଥିବା ବର୍ତ୍ତମାନର ସଦସ୍ୟଙ୍କ କାର୍ଯ୍ୟକୁ ସମୀକ୍ଷା କରାଯିବ ଦରକାର । ଭାରତ ଯାହା କରିପାରିବ ତାହା କରିବ । ବିବାଦର ଅନ୍ତ ଘଟାଇବା ଏବଂ ଶାନ୍ତି ସ୍ଥିରତା ସୁନିଶ୍ଚିନ୍ତ କରିବାକୁ ଯାହା ଦରକାର ଭାରତ ତାହା କରିବ ।

ଚୀନ ସୀମା ବିବାଦ: ଚୀନ-ଭାରତ ଦ୍ବିପାକ୍ଷିକ ସମ୍ପର୍କରେ ମୋଦି କହିଛନ୍ତି, ''ସୀମାରେ ଶାନ୍ତି ଓ ସ୍ଥିରତା ବିନା ଦୁଇଦେଶର ସମ୍ପର୍କରେ ସ୍ବାଭାବିକତା ଆସିପାରିବ ନାହିଁ । ଭାରତ କୌଣସି ରାଷ୍ଟ୍ର ସହିତ କପଟ ଆଚରଣ କରିନାହିଁ । ସମ୍ପର୍କ ସୁଧାରିବାକୁ ସୀମାରେ ଶାନ୍ତି ବଜାୟ ରହିବା ଜରୁରୀ । ଆମେ ଶାନ୍ତିକୁ ସମର୍ଥନ କରୁଛୁ । ଶାନ୍ତିପୂର୍ଣ୍ଣ ଭାବେ ବିବାଦର ପ୍ରତିକାର ଉପରେ ବିଶ୍ବାସ କରୁ । ଆମେ ସାର୍ବଭୌମତ୍ବ ଓ ଅଖଣ୍ତତାକୁ ସମ୍ମାନ କରୁ । ସର୍ବୋପରି ଆମେ ନିଜ ସମ୍ମାନ ଓ ଅଖଣ୍ଡତାର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ।''

ଏହା ବି ପଢନ୍ତୁ...International Yoga Day: ସଂସାରକୁ ଯୋଡିଛି ଯୋଗ, ଏକ ଆନ୍ଦାଳନ ପାଲଟିଛି କହିଲେ ମୋଦି

ସ୍ବାଧୀନ ଭାରତରେ ଜନ୍ମ ପ୍ରଥମ ପ୍ରଧାନମନ୍ତ୍ରୀ: ମୁଁ ସ୍ବାଧୀନ ଭାରତରେ ଜନ୍ମ ହୋଇଥିବା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ । ତେଣୁ ମୋର ଚିନ୍ତାଧାର ଭାବନା ଓ ବ୍ୟବହାର ଦେଶର ପରମ୍ପରା ଦ୍ବାରା ପ୍ରଭାବିତ । ଏଥିରୁ ମୋତେ ଶକ୍ତି ମିଳେ । ମୁଁ ମୋର ଦେଶକୁ ମୋର ଦେଶ ଭଳି ବିଶ୍ବରେ ଉପସ୍ଥାପନ କରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.