ETV Bharat / international

ଇମ୍ରାନ ଖାନଙ୍କୁ ଗୁଳିମାଡ଼ ଘଟଣାରେ ଆଉ ତିନି ଗିରଫ

author img

By

Published : Jan 17, 2023, 9:29 AM IST

imran khan shooting case
ଇମ୍ରାନ ଖାନଙ୍କୁ ଗୁଳିମାଡ଼ ଘଟଣା

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳିମାଡ଼ ଘଟଣାରେ ଆଉ ତିନି ସନ୍ଦିଗ୍ଧଙ୍କୁ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆକ୍ରମଣ ଘଟଣାରେ ଆଉ ତିନି ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣା ସହ ଜଡ଼ିତ ଆଉ ତିନି ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୋମବାର ସୂଚନା ଦେଇଛି ପୋଲିସ । ଗତ ବର୍ଷ ନଭେମ୍ବର 3 ତାରିଖରେ ପାକିସ୍ତାନର ଗୁଜରାନୱାଲାରେ ଏକ ରାଲିରେ ଇମ୍ରାନ ଖାନଙ୍କ ଉପରେ ଗୁଳିଚାଳନା ହୋଇଥିଲା ।

ପୋଲିସର ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ପିଏମଏଲ-ଏନର କାର୍ଯ୍ୟକର୍ତ୍ତା ମୁଦାସର ନାଜିର ଓ ଅହମ୍ମଦ ଅଲି ଅଛନ୍ତି । ସେମାନଙ୍କ ସୋସିଆଲ ମିଡିଆ ପୋଷ୍ଟ ସାହାଯ୍ୟରେ ଗୁଜରାନୱାଲା ଡିଭିଜନରୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତ ହେଉଛି ତୟବ ବଟ୍ଟ୍‌ । ଇମ୍ରାନଙ୍କୁ ଆକ୍ରମଣ ସମୟରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ନବିଦଙ୍କୁ ସାହାଯ୍ୟ କରିଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: Pokhara Plane Crash: ଅଧା ରହିଗଲା ମୁଖ୍ୟ ପାଇଲଟ ହେବା ସ୍ବପ୍ନ, ସଫଳ ଅବତରଣରେ ଅଞ୍ଜୁଙ୍କୁ ମିଳିଥାନ୍ତା ପାଇଲଟ ଲାଇସେନ୍ସ

ଗତ ବର୍ଷ ପାକିସ୍ତାନର ଗୁଜରାନୱାଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପିଟିଆଇ ପକ୍ଷରୁ ଏକ ରାଲି ଆୟୋଜନ ହେଇଥିଲା । ଏଥିରେ ଇମ୍ରାନ ଖାନ ରାଲିର ନେତୃତ୍ବ ନେଉଥିବାବେଳେ ତାଙ୍କୁ ଗୁଳିମାଡ଼ ହୋଇଥିଲା । ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା ଓ ସେ ତଳେ ପଡ଼ିଯାଇଥିଲେ । ଦୁଇ ଜଣ ଇମ୍ରାନଙ୍କ ଉପରେ ଗୁଳି ଚଳାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଲାହୋରସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ନବିଦ ଏବଂ ତାଙ୍କ ସମ୍ପର୍କୀୟ ୱକାସକୁ ପୋଲିସ ଗିରଫ କରିଥିଲା । ବର୍ତ୍ତମାୱ ମହମ୍ମଦ ନବିଦ ନ୍ୟାୟିକ ରିମାଣ୍ଡରେ ଥିବାବେଳେ ୱକାସ ରିମାଣ୍ଡରେ ଜେଆଇଟି ହେପାଜତରେ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଗୁଳିମାଡ଼ ପରେ ପ୍ରଥମ ଥର କ୍ୟାମେରା ସାମ୍ନାରେ ଇମ୍ରାନ, କହିଲେ ଆକ୍ରମଣ ନେଇ ଥିଲି ଅବଗତ

ଗୁଳିକାଣ୍ଡ ଘଟଣାରେ ଗିରଫ ହୋଇଥିବା ତିନିଜଣ ସନ୍ଦିଗ୍ଧଙ୍କୁ ଆତଙ୍କବାଦ ବିରୋଧୀ କୋର୍ଟରେ ହାଜର କରାଯାଇଥିଲା । ଜେଆଇଟି ତଦନ୍ତକାରୀ ଟିମ ସେମାନଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି । ନିକଟରେ ଇମ୍ରାନ ଖାନ ଅଭିଯୋଗ କରିଥିଲେ ଯେ, ତାଙ୍କ ବିରୋଧରେ ହୋଇଥିବା ହତ୍ୟା ଷଡଯନ୍ତ୍ରରେ ଜେଆଇଟି ଅଧିକାରୀ ତଦନ୍ତରୁ ନିବୃତ୍ତ ରହିବାକୁ ଚାପ ପ୍ରୟୋଗ କରାଯାଉଛି । ସେ ପୁଣି ଦୋହରାଇଛନ୍ତି, "ମୋ ହତ୍ୟା ପଛରେ କିଛି ଶକ୍ତିଶାଳୀ ବ୍ୟକ୍ତି ଜଡ଼ିତ ଥିଲେ ।" ଏପରିକି ତାଙ୍କୁ ହତ୍ୟା କରିବାକୁ ତିନି ଜଣ ସୁଟରଙ୍କୁ ପଠାଯାଇଥିବା ପିଟିଆଇ ଦଳ ଦାବି କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.