ETV Bharat / international

ନ୍ୟୁୟର୍କରେ ବ୍ୟାନ ହେଲା ଗୃହପାଳିତ ପଶୁ ବିକ୍ରି

author img

By

Published : Dec 16, 2022, 1:26 PM IST

ନ୍ୟୁୟର୍କରେ ବ୍ୟାନ ହେଲା ଗୃହପାଳିତ ପଶୁ ବିକ୍ରି
ନ୍ୟୁୟର୍କରେ ବ୍ୟାନ ହେଲା ଗୃହପାଳିତ ପଶୁ ବିକ୍ରି

ବିଲେଇ, କୁକୁର ଏବଂ ଠେକୁଆ ଭଳି ଗୃହପାଳିତ ପଶୁ ବିକ୍ରୟରେ ପ୍ରଥମରେ ରହିଥିଲା ନ୍ୟୁୟର୍କ । ତେବେ ଏଥିରେ ରୋକ ଲଗାଯିବା ନେଇ ଘୋଷଣା କରାଯାଇଛି । 2024ରୁ ନ୍ୟୁୟର୍କରେ ବିକ୍ରି ହେବନାହିଁ ବିଲେଇ, କୁକୁର ଏବଂ ଠେକୁଆ ଭଳି ଗୃହପାଳିତ ପଶୁ । ଅଧିକ ପଢନ୍ତୁ

ନ୍ୟୁୟର୍କ: ନ୍ୟୁୟର୍କରେ ବିକ୍ରି ହେବନାହିଁ ବିଲେଇ, କୁକୁର ଏବଂ ଠେକୁଆ ଭଳି ଗୃହପାଳିତ ପଶୁ(New York bans pet stores selling cats dog rabbit )। ଏନେଇ ଗୁରୁବାର ଘୋଷଣା କରାଯାଇଛି । ରାଜ୍ୟପାଳ କ୍ୟାଥି ହୋଚୁଲଙ୍କ ଦ୍ବାରା କରାଯାଇଥିବା ନିୟମ 2024 ମସିହାରେ ଲାଗୁ କରାଯିବ । ଏହାସହ ଏକ ବର୍ଷ ଭିତରେ ଗୋଟିଏ ପ୍ରଜାତିର 9 ଜଣ ପଶୁଙ୍କୁ ଏକାଥରେ ବିକ୍ରୟ କରାଯାଇପାରିବ ନାହିଁ ବୋଲି କୁହାଯାଇଛି ।

ଏନେଇ ଡେମୋକ୍ରାଟ୍ ସେନ୍ ମାଇକେଲ୍ ଜିଆନାରିସ୍ କହିଛନ୍ତି," ନ୍ୟୁୟର୍କରେ କିଛି ମିଲର ଗୃହପାଳିତ ପଶୁ ବିକ୍ରି କରି ମାଲାମାଲ ହେଉଛନ୍ତି । ଦର ମଧ୍ୟ ବୃଦ୍ଧି ପାଉଛି । ତେଣୁ ଆମେ ଚାହିଦା ହ୍ରାସ କରିବା ପାଇଁ ଚେଷ୍ଟା କରୁଛୁ । କିଛି ମିଲର ଗୃହପାଳିତ ପଶୁମାନଙ୍କୁ ବସ୍ତୁ ଭଳି ବ୍ୟବହାର କରୁଛନ୍ତି । ଏହି ନିୟମ ଦ୍ବାରା କୌଣସି ଗୃହପାଳିତ ପଶୁ ଦୋକାନ ପ୍ରଭାବିତ ହେବ ନାହିଁ ।"

ଏହା ମଧ୍ୟ ପଢନ୍ତୁ: Bihar Hooch Tragedy: ଛପରା ପରେ ସିଓ୍ବାନରେ ମଦ ମୃତ୍ୟୁ, ଗଲାଣି ୫ ଜୀବନ

ହେଲେ ଦୋକାନଗୁଡିକ ଯୁକ୍ତି କରିଛନ୍ତି ଯେ, ରାଜ୍ୟ ବାହାରର ପ୍ରଜନନମାନଙ୍କୁ ଅଟକାଇବା କିମ୍ବା ସେମାନଙ୍କର ଯତ୍ନର ମାନ ବଢାଇବା ପାଇଁ ଏହି ଆଇନ କିଛି ଫଳପ୍ରଦ ହେବ ନାହିଁ । ଏହା ଦ୍ବାରା ନ୍ୟୁୟର୍କରେ ହିଁ ପୋଷାକୁକୁର ବିକ୍ରି ବନ୍ଦ ହୋଇଯିବ ।

ସୂଚନା ଅନୁସାରେ, 2017 ମସିହାରେ କାର୍ଲିଫର୍ଣ୍ଣିଆରେ ଏଭଳି ନିୟମ ପ୍ରଣୟନ କରାଯାଇ ଗୃହପାଳିତ ପଶୁମାନଙ୍କର ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏହାସହ 2020 ମସିହାରେ ମେରିଲ୍ୟାଣ୍ଡ ପୋଷା ଦୋକାନରେ ବିଲେଇ ଏବଂ କୁକୁର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଯାହାକୁ ଚ୍ୟାଲେଞ୍ଜ କରି କୋର୍ଟର ଦ୍ବାରସ୍ଥ ହୋଇଥିଲେ ବ୍ୟବସାୟୀ। ଏକ ବର୍ଷ ପରେ ଇଲିନୋଇସରେ ମଧ୍ୟ ସମାନ ନିୟମ କରାଯାଇଥିଲା ।

ବିଲେଇ, କୁକୁର ଏବଂ ଠେକୁଆ ଭଳି ଗୃହପାଳିତ ପଶୁ ବିକ୍ରୟରେ ପ୍ରଥମରେ ରହିଥିଲା ନ୍ୟୁୟର୍କ । ତେବେ ଏଠାରେ ରୋକ୍ ଲଗାଯିବା ନେଇ ଘୋଷଣା କରାଯାଇଛି । 2024ରୁ ନ୍ୟୁୟର୍କରେ ବିକ୍ରି ହେବନାହିଁ ବିଲେଇ, କୁକୁର ଏବଂ ଠେକୁଆ ଭଳି ଗୃହପାଳିତ ପଶୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.