ETV Bharat / bharat

Bihar Hooch Tragedy: ଛପରା ପରେ ସିଓ୍ବାନରେ ମଦ ମୃତ୍ୟୁ, ଗଲାଣି ୫ ଜୀବନ

author img

By

Published : Dec 16, 2022, 12:53 PM IST

ଛପରା ପରେ ସିଓ୍ବାନ ଜିଲ୍ଲାରୁ ଆସିଲା ମଦ ମୃତ୍ୟୁ ଘଟଣା । ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବିଷାକ୍ତ ମଦ ଯୋଗୁଁ ଏପରି ଅଘଟଣା ଘଟିଥିବା କୁହାଯାଉଛି । ଅଧିକ ପଢନ୍ତୁ

Bihar Hooch Tragedy
Bihar Hooch Tragedy

ପାଟଣା: ବିହାରରେ ଥମୁନି ମଦ ମୃତ୍ୟୁ ମାମଲା (Bihar Hooch Tragedy)। ଛପରା ପରେ ସିଓ୍ବାନ ଜିଲ୍ଲାରୁ ଆସିଲା ମଦ ମୃତ୍ୟୁ ଘଟଣା । ଜିଲ୍ଲାରେ ଆଜି ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବିଷାକ୍ତ ମଦ ଯୋଗୁଁ ଏପରି ଅଘଟଣା ଘଟିଥିବା କୁହାଯାଉଛି । ଭଗବାନପୁର ପୋଲିସ ଷ୍ଟେସନ ଅଞ୍ଚଳର ବ୍ରହ୍ମସ୍ତାନ ଗ୍ରାମରୁ ଏପରି ଖବର ସାମ୍ନାକୁ ଆସିଛି ।

ଏହା ମଧ୍ୟ ପଢନ୍ତୁ-Bihar Hooch Tragedy: ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି

ମଦ୍ୟପାନ କରିବା ପରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ପରିବାର ସଦସ୍ୟ କହିଛନ୍ତି । ଶମ୍ବୁ ଯାଦବ ନାମ ଜଣେ ବ୍ୟକ୍ତି ମଦ୍ୟପାନ କରି ଘରକୁ ଆସିଥିଲେ । ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଜାରି ରହିଥିବା ବେଳେ କିଛି ସମୟପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଅନ୍ୟ ଜଣଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ସିୱାନ ସଦର ଡାକ୍ତରଖାନାକୁ ଅଣାଯାଇଛି । ଅନ୍ୟ ୨ଜଣଙ୍କ ମୃତ ଦେହ ପରିବାର ଲୋକେ ଦାହ କରିଦେଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.