ETV Bharat / international

Turkey Earthquake: ଅପରେସନ୍ ଦୋସ୍ତରେ ବଞ୍ଚାଇଲେ ଜୀବନ, ୧୦ଦିନ ପରେ ଫେରିଲା NDRF ଟିମ୍

author img

By

Published : Feb 17, 2023, 6:34 PM IST

NDRF team
NDRF team

ତୁର୍କୀରେ ଉଦ୍ଧାର କାର୍ଯ୍ୟ ଶେଷ କରି ୧୦ ଦିନ ପରେ ସ୍ବଦେଶ ଫେରିଛି NDRF ଟିମ । ଏହି ଟିମରେ ୪୭ଜଣ ସଦସ୍ୟଙ୍କ ସହିତ ଡଗ ସ୍କ୍ବାର୍ଡ ମଧ୍ୟ ରହିଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଶକ୍ତିଶାଳୀ ଭୂମିକମ୍ପରେ ଦୋହଲିଯାଇଥିବା ତୁର୍କୀକୁ ସହାୟତାର ହାତ ବଢାଇଥିଲା ଭାରତ । ଏନେଇ ଭାରତ ପକ୍ଷରୁ 'ଅପରେସନ ଦୋସ୍ତ' ଆରମ୍ଭ ହୋଇଥିଲା । ତେବେ ୧୦ ଦିନ ପରେ ଉଦ୍ଧାରକାର୍ଯ୍ୟ ଶେଷ କରି ସ୍ବଦେଶ ଫେରିଛନ୍ତି ଉଦ୍ଧାରକାରୀ ଟିମ NDRFର ୪୭ଜଣ ସଦସ୍ୟ ଓ ଡଗ ସ୍କ୍ବାର୍ଡ । ଶୁକ୍ରବାର ସକାଳେ ଏମାନେ ଭାରତରେ ପହଞ୍ଚିଛନ୍ତି । ଅନ୍ୟ ୫୪ ସଦସ୍ୟ ବିଶିଷ୍ଟ ଟିମ ସନ୍ଧ୍ୟା ସୁଦ୍ଧା ଉତ୍ତରପ୍ରଦେଶ ଗାଜିଆବାଦ ହିଣ୍ଡନ ଏୟାର ଫୋର୍ସ ଷ୍ଟେସନରେ ପହଞ୍ଚିବେ ବୋଲି ସୂଚନା ମିଳିଛିି ।

ପହଞ୍ଚିବାକୁ ଥିବା ଟିମ ବାରଣାସୀ ୧୧ତମ ବାଟାଲିୟନ ଓ କୋଲକାତାର ଦ୍ବିତୀୟ ବାଟାଲିୟନର ବୋଲି ଜଣାପଡ଼ିଛି । ତୁର୍କୀରେ ୭.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହେବା ପରେ ଭାରତ ସଙ୍ଗେ ସଙ୍ଗେ 'ଅପରେସନ ଦୋସ୍ତ' ଘୋଷଣା କରିଥିଲା । ଏହି ଅଭିଯାନ ମାଧ୍ୟମରେ ଭାରତର ଉଦ୍ଧାରକାରୀ ଟିମକୁ ତୁର୍କୀ ପଠାଯାଇଥିଲା । ଭୂକମ୍ପରେ ଭାଙ୍ଗିଯାଇଥିବା ବଡ଼ ବଡ଼ ଅଟ୍ଟାଳିକା ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ୬୦ ପାରା ଫିଲ୍ଡ ହସ୍ପିଟାଲ, NDRF ଟିମକୁ ପଠାଯାଇଥିଲା । ଏମାନେ ଦିନ ରାତି ସେଠାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

ଏହା ବି ପଢନ୍ତୁ- Turkey quake: 128 ଘଣ୍ଟା ପରେ କଂକ୍ରିଟ ଗଦା ତଳୁ ଉଦ୍ଧାର ହେଲା ନବଜାତ ଶିଶୁ

ତୁର୍କୀ ଭୂମିକମ୍ପ ଯୋଗୁଁ ପ୍ରାୟ ୪୧ ହଜାର ଲୋକ ପ୍ରାଣ ହରାଇଛନ୍ତି । ଅତ୍ୟଧିକ ଥଣ୍ଡା ସାଙ୍ଗକୁ ଅନେକ ସମୟ ଧରି ଭଗ୍ନାବଶେଷ ତଳେ ଚାପି ହୋଇ ରହିବା ଦ୍ବାରା ଅକାଳରେ ସେଠାକାର ଲୋକଙ୍କ ମୃତ୍ୟୁ ଘଟିଛି । ଅନେକ ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଏହି ଉଦ୍ଧାର ବେଳେ ଅନେକ ଚମତ୍କାର ଘଟଣା ସାମନାକୁ ଆସିଛି । ଏହି ପ୍ରାକୃତିକ ଦୁର୍ବିପାକର ଅନେକ ସମୟ ପରେ ସୁରକ୍ଷିତ ଭାବେ କିଛି ଜୀବନ ବଞ୍ଚିପାରିଛି । ତେବେ ଭାରତୀୟ ଉଦ୍ଧାରକାରୀ ଟିମ ତୁର୍କୀରେ ଉଦ୍ଧାର କାର୍ଯ୍ୟ ଶେଷ କରିବା ପରେ ଶୁକ୍ରବାର ସ୍ବଦେଶ ଫେରିଛି ।

ଡେପୁଟି କମାଣ୍ଡାଣ୍ଟ ଦୀପକ ତଲୱାରଙ୍କ ନେତୃତ୍ବରେ NDRFର ୪୭ଜଣ ସଦସ୍ୟ ଭାରତ ଫେରିଛନ୍ତି । ଏମାନଙ୍କ ମଧ୍ୟରେ ୫ଜଣ ମହିଳା କର୍ମୀ ମଧ୍ୟ ରହିଛନ୍ତି । ଫେବୃଆରୀ ୭ ତାରିଖରେ ଅତିରିକ୍ତ ୫୧ଜଣ ସଦସ୍ୟଙ୍କୁ ତୁର୍କୀ ପଠାଯାଇଥିଲା । ଏହି ଉଦ୍ଧାରକାରୀ ଟିମଙ୍କ ସହିତ ଡଗ ସ୍କ୍ବାର୍ଡ ମଧ୍ୟ ରହିଥିଲା । ଜୁଲି, ରୋମିଓ, ହନି ଓ ରାମ୍ବୋ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଉଦ୍ଧାର କାର୍ଯ୍ୟ ନେଇ NDRFର ଜଣେ କର୍ମୀ କହିଛନ୍ତି ଏହି ୧୦ ଦିନ ମଧ୍ୟରେ ୨ଜଣ ଶିଶୁଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହାସହ ୮୫ଟି ମୃତଦେହକୁ ଉଦ୍ଧାର କରାଯାଇଛି ।

ଡେପୁଟି କମାଣ୍ଡାଣ୍ଟ ଦୀପକ କହିଛନ୍ତି, "ଭାରତ ସହିତ ତୁଳନା କଲେ ତୁର୍କୀର ପାଣିପାଗ ଅତ୍ୟଧିକ ଥଣ୍ଡା ରହିଥିଲା । ଆମେ ଫେବୃଆରୀ ୭ ତାରିଖରେ ସେଠାରେ ପହଞ୍ଚିଥିଲୁ । ତୁର୍କୀ ଆଡାନା ବିମାନ ବନ୍ଦରଠାରୁ ପ୍ରାୟ ୧୫୦କିମି ଦୂରରେ ଆମ ଟିମ ୨ ଭାଗ ହୋଇ ଉଦ୍ଧାର କାର୍ଯ୍ୟରେ ଲାଗିଥିଲା । ଆମେ ୨ଟି ଶିଶୁ ଓ ୮୫ଟି ମୃତଦେହକୁ ଉଦ୍ଧାର କରିଥିଲୁ ।" ଯେତେବେଳେ ୬ବର୍ଷର ଶିଶୁକୁ ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇଥିଲା, ସେତେବେଳେ NDRFର ଡଗ ସ୍କ୍ବାର୍ଡ ରୋମିଓ ଓ ଜୁଲିକୁ ବେଶ ପ୍ରଶଂସା କରାଯାଇଥିଲା । ସୂଚନା ଥାଉ କି ଗତ ୨୦୧୧ ମସିହାରେ ଜାପାନ ଟ୍ରିପଲ ଡିଜାଷ୍ଟର ଓ ୨୦୧୫ ନେପାଳ ଭୂମିକମ୍ପ ପରେ ତୁର୍କୀରେ ମଧ୍ୟ ସଫଳତାର ସହିତ ଉଦ୍ଧାର କାର୍ଯ୍ୟ ଶେଷ କରିଛି NDRF ଟିମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.