ETV Bharat / international

ଲୁଲା ଡା ସିଲଭା ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚିତ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

author img

By

Published : Nov 1, 2022, 7:46 AM IST

ଲୁଲା ଡା ସିଲଭା ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚିତ
ଲୁଲା ଡା ସିଲଭା ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚିତ

ଜୈର ବୋଲସୋନାରୋଙ୍କୁ ଏକ କଡା ମୁକାବିଲାରେ ପରାସ୍ତ କରି ତୃତୀୟ ଥର ପାଇଁ ଲୁଲା ଡା ସିଲଭା ବ୍ରାଜିଲ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।

ବ୍ରାସିଲିଆ: ଲୁଲା ଡା ସିଲଭା ବ୍ରାଜିଲ ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଜୈର ବୋଲସୋନାରୋଙ୍କୁ ଏକ କଡା ମୁକାବିଲାରେ ପରାସ୍ତ କରି ତୃତୀୟ ଥର ପାଇଁ ଲୁଲା ଡା ସିଲଭା ବ୍ରାଜିଲ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । 20 ବର୍ଷ ପୂର୍ବ ସେ ସେ ବ୍ରାଜିଲ ରାଷ୍ଟ୍ରପତି ଭାବେ ପ୍ରଥମେ ଜିତିଥିଲେ । 98 ପ୍ରତିଶତରୁ ଉର୍ଦ୍ଧ୍ବ ଭୋଟର ତାଙ୍କ ସପକ୍ଷରେ ମତଦାନ ସାବ୍ୟସ୍ତ କରିଥିଲେ । ଲୁଲାଙ୍କ ସପକ୍ଷରେ 50.83 ପ୍ରତିଶତ ଭୋଟ ପଡିଥିଲା । ଜୈର ବୋଲସୋନାରୋଙ୍କୁ 49.17 ପ୍ରତିଶତ ଭୋଟ ମିଳିଥିଲା । ଲୁଲୁ ଡାଙ୍କ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୋଲସୋନାରୋଙ୍କୁ ପାଖାପାଖି 21 ଲକ୍ଷ 39 ହଜାର ଭୋଟରେ ପରାସ୍ତ କରିଛନ୍ତି ଲୁଲା । ବୋଲସୋନାରୋଙ୍କୁ ପାଖାପାଖି 21 ଲକ୍ଷ 39 ହଜାର ଭୋଟରେ ପରାସ୍ତ କରିଛନ୍ତି ଲୁଲା ।

  • Congratulations to @LulaOficial on winning the Presidential elections in Brazil. I look forward to working closely together to further deepen and widen our bilateral relations, as also our cooperation on global issues: PM @narendramodi

    — PMO India (@PMOIndia) October 31, 2022 " class="align-text-top noRightClick twitterSection" data=" ">

ଆସନ୍ତାବର୍ଷ ଜାନୁଆରୀ 1ରେ ଶପଥ ନେବେ ଲୁଲା ଡା ସୁଲଭା । ସେ ପର୍ଯ୍ୟନ୍ତ ବୋଲସୋନାରୋ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ । ଚଳିତ ବର୍ଷ ଷଷ୍ଠ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢିଥିଲେ 76 ବର୍ଷୀୟ ଲୁଲା ଡା ସିଲଭା । ଶେଷରେ ସେ ବିଜୟୀ ହୋଇଛନ୍ତି । ପ୍ରଥମ ଥର ପାଇଁ ସେ 1989 ରେ ନିର୍ବାଚନ ଲଢିଥିଲେ । ବର୍ତ୍ତମାନ ସେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । 2003ରୁ 2010 ମଧ୍ୟରେ ସେ ଦୁଇଛର ଏହି ପଦରେ ଅଧିଷ୍ଠିତ ହୋଇଥିଲେ । ରାଜନୀତିକୁ ଆସିବା ପୂର୍ବରୁ ସେ ଏକ କାରଖାନାରେ କାମ କରୁଥିଲେ ।

ଲୁଲା ଡା ସିଲଭାଙ୍କୁ ଶୁଭେଚ୍ଛା ଜଣାଇ ଟ୍ବିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ''ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଅନେକ ଅନେକ ଶୁଭେଚ୍ଛା । ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ ଏବଂ ସୃଦୁଢ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ମୁଁ ଆଶା କରୁଛି । ବିଶ୍ବସ୍ତରୀୟ ପ୍ରସଙ୍ଗରେ ମଧ୍ୟ ଆମର ସହଯୋଗ ରହିବ ।''

ଏହା ବି ପଢନ୍ତୁ...ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନୀ ବ୍ଲିଙ୍କେନଙ୍କ ସହ କଥାହେଲେ ଜୟଶଙ୍କର

ଲୁଲା ବ୍ରାଜିଲର 35ତମ ରାଷ୍ଟ୍ରପତି ଭାବେ 2003ରୁ 2010 ପର୍ଯ୍ୟନ୍ତ କ୍ଷମତାରେ ରହିଥିଲେ । ବର୍ତ୍ତମାନ ସେ ଦେଶର 39ତମ ରାଷ୍ଟ୍ରପତି ଭାବେ ଶପଥ ନେବେ । ବାମପନ୍ଥୀ ୱାର୍କସ ପାର୍ଟି ପ୍ରତିଷ୍ଠାତା ସଦସ୍ୟ ଲୁଲା 2002ରେ ସାଧାରଣ ନିର୍ବାଚନ ଜିତିବା ପୂର୍ବରୁ 3 ଥର ହାରି ଯାଇଥିଲେ । 2006ରେ ପୁନଃ ନିର୍ବାଚିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.