ETV Bharat / international

ଇରାନରେ ଆଉ ଜଣେ ବିକ୍ଷୋଭକାରୀଙ୍କୁ ଫାଶୀ

author img

By

Published : Dec 13, 2022, 8:24 AM IST

iran hanged another person for protesting against hijab
ଇରାନରେ ଆଉ ଜଣେ ବିକ୍ଷୋଭକାରୀଙ୍କୁ ଫାଶୀ

ଇରାନରେ ଆଉ ଜଣେ ବିକ୍ଷୋଭକାରୀଙ୍କୁ ଫାଶୀ । "ଇଶ୍ବରଙ୍କ ବିରୁଦ୍ଧରେ ଶତ୍ରୁତା" ଅଭିଯୋଗରେ ସର୍ବସାଧାରଣରେ ତାଙ୍କୁ ଫାଶୀଦଣ୍ଡ ଦିଆଯାଇଛି । ଅଧିକ ପଢ଼ନ୍ତୁ

ତେହେରାନ: ଇରାନରେ ହିଜାବ ଏବଂ ସରକାର ବିରୋଧରେ ଆନ୍ଦୋଳନ ଜାରି ରହିଛି । ଏହାରି ମଧ୍ୟରେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ସୋମବାର ଇରାନ ସରକାର ପୁଣି ଜଣେ ବିକ୍ଷୋଭକାରୀଙ୍କୁ ଫାଶୀ ଦଣ୍ଡ ଦେଇଛନ୍ତି । 23 ବର୍ଷୀୟ ମଜିଦ ରେଜାଙ୍କୁ ସର୍ବସମ୍ମୁଖରେ ଫାଶୀ ଦଣ୍ଡାଦେଶ ଦିଆଯାଇଛି। "ଇଶ୍ବରଙ୍କ ବିରୁଦ୍ଧରେ ଶତ୍ରୁତା" ଅଭିଯୋଗରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାକୁ ବିରୋଧ କରି ଏବେ ଇରାନରେ ବିକ୍ଷୋଭ ନିଆଁ ତୀବ୍ରତର ହେବାରେ ଲାଗିଛି।

ଇରାନ ମାନବାଧିକାରର ନିନ୍ଦା ପ୍ରକାଶ

ଇରାନର ନ୍ୟାୟପାଳିକା ମଜିଦ ରେଜାଙ୍କୁ ସର୍ବସାଧାରଣରେ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଗତ ସୋମବାର ମସାହଦ ସହରରେ ସର୍ବସମ୍ମୁଖରେ ତାଙ୍କୁ ଫାଶୀ ଦିଆଯାଇଛି । ତେବେ ଏହି ଘଟଣାକୁ ନେଇ ଇରାନର ମାନବାଧିକାର ଗୋଷ୍ଠୀ ନିନ୍ଦା ପ୍ରକାଶ କରି କହିଛି, "କୌଣସି ଉପଯୁକ୍ତ ନ୍ୟାୟିକ ପ୍ରକ୍ରିୟା ବିନା ବିକ୍ଷୋଭକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଛି । ଅନ୍ୟାୟ ବିଚାର ଏବଂ ଶୋ ଟ୍ରାଏଲ ପରେ ମଜିଦ ରେଜାଙ୍କୁ ବାଧ୍ୟତାମୂଳକ ସ୍ବୀକାରୋକ୍ତି ଆଧାରରେ ମୃତ୍ୟୁଦଣ୍ଡ ଦିଆଯାଇଛି । ଏହି ଅପରାଧ ପରେ ଇସଲାମିକ ଷ୍ଟେଟରେ ପରିଣାମ ଭୟଙ୍କର ହେବ ।"

ସପ୍ତାହେ ମଧ୍ୟରେ ଦୁଇ ଜଣଙ୍କୁ ଫାଶୀ

ସପ୍ତାହକ ମଧ୍ୟରେ ଏହା ହେଉଛି ଦ୍ବିତୀୟ ଘଟଣା । ଗତ ଗୁରୁବାର ଇରାନର 23 ବର୍ଷୀୟ ଯୁବକ ମୋହସେନ ଶେଖରି ନାମକ ଜଣେ ଯୁବକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ତେହେରାନରେ ବାସିଜ ସଦସ୍ୟଙ୍କୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ପ୍ରକାଶ ଥାଉକି, 22 ବର୍ଷୀୟା ମହସା ଅମିନିଙ୍କ ମୃତ୍ୟୁ ପରଠୁ ଇରାନରେ ଦିନକୁ ଦିନ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି । ହିଜାବ ପିନ୍ଧିଥିବାବେଳେ ମୁଣ୍ଡର କେଶ ଦେଖାଯାଉଥିବାରୁ ଇରାନର ୨୨ ବର୍ଷୀୟ ଯୁବତୀ ମହସା ଅମିନିଙ୍କୁ ଗିରଫ କରିଥିଲା ପୋଲିସ । ଯୁବତୀ ଠିକଭାବେ ହିଜାବ ପିନ୍ଧିନଥିବାରୁ ମୋରାଲ ପୋଲିସ (ଧାର୍ମିକ ବ୍ୟାପାର ସଂପର୍କିତ ପୋଲିସ) ତାଙ୍କୁ ଗିରଫ କରିଥିଲା । ଗତ ସେପ୍ଟେମ୍ବର ୧୫ ତାରିଖରେ ପୋଲିସ ହେପାଜତରେ ଅମିନିଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ତେଜିଥିଲା ବିବାଦ । ଏହି ବିବାଦ ସାରା ଦେଶରେ ବ୍ୟାପିଥିବାବେଳେ ଇସଲାମ ଧର୍ମୀ ମହିଳା ହିଜାବ ଖୋଲି ଫିଙ୍ଗିଥିଲେ । ସମୟ ସହିତ ଏହି ବିବାଦ ଧୀରେଧୀରେ ତେଜିବାରେ ଲାଗିଛି । ଦେଶବ୍ୟାପୀ ଭୟାନକ ସ୍ଥିତି ସୃଷ୍ଟି ହୋଇଛି । ସାରା ଦେଶରେ ବିକ୍ଷୋଭ ନିଆଁ ଜଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.