IndiGo flight diverted: ମଝି ଆକାଶରେ ଯାତ୍ରୀଙ୍କ ଉଡିଗଲା ପ୍ରାଣବାୟୁ, ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

author img

By

Published : Mar 13, 2023, 11:30 AM IST

IndiGo flight diverted

ମଝି ଆକାଶରେ ଯାତ୍ରୀଙ୍କ ମୃତ୍ୟୁ ହେବାରୁ କରାଚୀରେ ଜରୁରୀ ଅବତରଣ କରିଲା ଇଣ୍ଡିଗୋ ବିମାନ । ସକାଳ ୮ଟା ୪୧ ମିନିଟରେ ଦିଲ୍ଲୀରୁ ଏହି ବିମାନ ଉଡାଣ ଭରି ଦୋହା ଅଭିମୁଖେ ଯାଉଥିଲା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମଝି ଆକାଶରେ ଅଘଟଣ । ଦୋହା ଅଭିମୁଖେ ଉଡାଣ ଭରିଥିବା ଇଣ୍ଡିଗୋ ବିମାନ ମଝି ଆକାଶରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହେବା ପରେ ପାକିସ୍ତାନର କରାଚୀରେ ଜରୁରୀକାଳୀନ ଅବତରଣ କରିଛି । ଏନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ମୃତ ବ୍ୟକ୍ତିଜଣଙ୍କ ନାଇଜେରିଆର ବୋଲି ଜଣାପଡିଛି ।

  • Doha bound IndiGo flight diverted to Pakistan's Karachi due to a medical emergency onboard, says an airline official to ANI. pic.twitter.com/KuVJoIJmwm

    — ANI (@ANI) March 13, 2023 " class="align-text-top noRightClick twitterSection" data=" ">

ସୂଚନାଅନୁସାରେ 6E-1736 ଇଣ୍ଡିଗୋ ବିମାନ ଦିଲ୍ଲୀରୁ ଦୋହା ଅଭିମୁଖେ ଉଡାଣ ଭରିଥିଲା । ତେବେ ମଝି ଆକାଶରେ ଜଣେ ଯାତ୍ରୀଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ପାକିସ୍ତାନର କରାଚୀରେ ଜରୁରୀକାଳୀନ ଅବତରଣ କରିଲା ବିମାନ । ତେବେ ଅବତରଣ ପରେ ଏୟାରପୋର୍ଟର ମେଡିକାଲ ଟିମ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏନେଇ ଇଣ୍ଡିଗୋ ପକ୍ଷରୁ କୁହାଯାଇଛି, "ଆମେ ଏଭଳି ଖବର ଶୁଣି ଦୁଃଖିତ । ଏହି ଦୁଃଖଦ ସମୟରେ ତାଙ୍କ ପରିବାରକୁ ଭଗବାନ ଧୌର୍ଯ୍ୟ ଦିଅନ୍ତୁ । ବିମାନରେ ରହିଥିବା ଯାତ୍ରୀମାନଙ୍କୁ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଆମେ ବ୍ୟବସ୍ଥା କରୁଛୁ ।" ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ବିମାନଟି କରାଚୀରେ ଅବତରଣ କରିବା ପୂର୍ବରୁ ନାଇଜେରିଆ ଯାତ୍ରୀଙ୍କର ମୃତ୍ୟୁ ହୋଇସାରିଥିଲା । ମୃତ ବ୍ୟକ୍ତିଙ୍କ ବୟସ ୬୦ ବର୍ଷ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: Parliament Budget Session: ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ଏନେଇ ଏୟାରଲାଇନ୍ସ ଅଧିକାରୀ କହିଛନ୍ତି, " 6E-1736 ଇଣ୍ଡିଗୋ ବିମାନ ଆଜି ସକାଳ ୮ଟା ୪୧ ମିନିଟ ସମୟରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦେହା ଅଭିମୁଖେ ଉଡାଣ ଆରମ୍ଭ କରିଥିଲା । ପୂର୍ବାହ୍ନ ୧୧ଟାରେ ଦୋହା ବିମାନ ବନ୍ଦରରେ ଅବତରଣ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିବା ବେଳେ ଅଧାରାସ୍ତାରେ ଜଣେ ଯାତ୍ରୀଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ତେଣୁ ପାକିସ୍ତାନର କରାଚୀରେ ବିମାନ ଜରୁରୀ ଅବତରଣ କରିଛି । "

ପ୍ରକାଶଥାଉକି, ବିମାନ ଜରୁରୀ ଅବତରଣ କରିବା ଏହା କିଛି ନୂଆ ଖବର ନୁହେଁ । ଅନେକ ସମୟରେ ବିମାନ ଜରୁରୀ ଅବତରଣ କରୁଥିବା ନେଇ ଖବର ସାମ୍ନାକୁ ଆସୁଛି । ଗତକାଲି(ରବିବାର) ଦିନ ଯାନ୍ତ୍ରିକ ତ୍ରୁଟି କାରଣରୁ ଭାରତୀୟ ବାୟୁସେନାର ଏକ ଏମ.ଆଇ-17 ହେଲିକପ୍ଟର ଯୋଧପୁରରେ ଜରୁରୀ ଅବତରଣ କରିଥିଲା ।

ଏହା ପୂର୍ବରୁ ମାର୍ଚ୍ଚ ୧୧ ତାରିଖରେ ଏୟାର ଏସିଆ ବିମାନ ବେଙ୍ଗାଲୁରୁରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଫଳରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.