ETV Bharat / international

ଆମେରିକାରେ ମୋଦିଙ୍କ ଜବରା ଫ୍ୟାନ: ଜ୍ୟାକେଟରେ ଦେଖାଗଲା ପ୍ରଧାନମନ୍ତ୍ରୀ ଫଟୋ

author img

By

Published : Jun 21, 2023, 9:29 AM IST

ଆମେରିକାରେ ମୋଦିଙ୍କ ଜବରା ଫ୍ୟାନ
ଆମେରିକାରେ ମୋଦିଙ୍କ ଜବରା ଫ୍ୟାନ

ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ । ମୋଦିଙ୍କ ପ୍ରତିଛବି ଥିବା ଜ୍ୟାକେଟ ପିନ୍ଧି ସ୍ବାଗତ ଜଣାଇଲେ ପ୍ରବାସୀ ଭାରତୀୟ । ଅଧିକ ପଢନ୍ତୁ

ୱାଶିଂଟନ: ପ୍ରଧାନମନ୍ତ୍ରୀ ମୋଦି ବିଶ୍ବର ସବୁଠୁ ଅଧିକ ଲୋକପ୍ରିୟ ନେତା ଅଟନ୍ତି । ଦେଶ ବିଦେଶରେ ତାଙ୍କର ପ୍ରଶଂସକ ରହିଛନ୍ତି । ବର୍ତ୍ତମାନ ମୋଦି ଆମେରିକା ଗସ୍ତରେ ଥିବାବେଳେ ସେଠାରେ ମଧ୍ୟ ତାଙ୍କର ଅଦ୍ଭୁତପୂର୍ବ ଲୋକପ୍ରିୟତା ଦେଖିବାକୁ ମିଳିଛି । ମୋଦି ମଙ୍ଗଳବାର ନ୍ୟୁୟର୍କରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟମାନେ ହାତରେ ତ୍ରିରଙ୍ଗା ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ସେ ରହୁଥିବା ହୋଟେଲ Lotte ବାହାରେ ଭାରତୀୟ ସମୁଦାୟଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । 'ଭାରତ ମାତା କି ଜୟ' ସ୍ଲୋଗାନ ସହିତ ଲୋକେ ତାଙ୍କୁ ଦେଖି ଖୁବ୍ ଉତ୍ସାହିତ ହୋଇଥିଲେ । ସେହି ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଏମିତି ଜଣେ ବ୍ୟକ୍ତି ଥିଲେ, ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିଛବି ଥିବା ଏକ ଜ୍ୟାକେଟ ପିନ୍ଧିଥିଲେ । ତାଙ୍କର ଏହି ସ୍ବତନ୍ତ୍ର ଜ୍ୟାକେଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

  • jackets | New York: Minesh C Patel, a member of the Indian diaspora flaunts his jacket with PM Narendra Modi's image printed on it.

    "This jacket was made in 2015 during Gujarat Day... We have 26 of this (jackets) and out of these 26 (jackets) four of them are here today," says… pic.twitter.com/OL3NWhtONy

    — ANI (@ANI) June 20, 2023 " class="align-text-top noRightClick twitterSection" data=" ">

ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ମନୀଷ ସି ପଟେଲ । ସେ ମୋଦିଙ୍କ ପ୍ରତିଛବି ଥିବା ଜ୍ୟାକେଟ ପିନ୍ଧି ତାଙ୍କ ପ୍ରତି ନିଜର ପ୍ରେମ ଓ ସମ୍ମାନ ଦେଖାଇଥିଲେ । ଏନେଇ ମନୀଷ କହିଛନ୍ତି, ''୨୦୧୫ରେ ଗୁଜୁରାଟ ଡେ' ପାଳନ ସମୟରେ ଏହି ଜ୍ୟାକେଟ ପ୍ରସ୍ତୁତ ହୋଇଥିଲା । ଆମ ପାଖରେ ଏଭଳି ୨୬ଟି ଜ୍ୟାକେଟ ଅଛି । ତା' ଭିତରୁ ଆଜି ଏଠାରେ ୪ଟି ଅଛି ।'' ଅନ୍ୟଜଣେ ଭାରତୀୟ ବଂଶୋଦ୍ଭବ ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ନିଜକୁ ଖୁବ୍ ଭାଗ୍ୟବାନ ମନେ କରୁଥିବା କହିଛନ୍ତି ।

ପ୍ରକାଶଥାଉ କି, ୪ ଦିନିଆ ଆମେରିକା ଗସ୍ତ ଅବସରରେ ଗତକାଲି ପ୍ରଧାନମନ୍ତ୍ରୀ ମୋଦି ନ୍ୟୁୟର୍କ ସ୍ଥିତ ଜନ ଏଫ କେନେଡି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଅପେକ୍ଷାରତ ଥିବା ଭାରତୀୟ ବଂଶୋଦ୍ଭବମାନେ 'ମୋଦି' 'ମୋଦି' ସ୍ଲୋଗାନ ଦେଇଥିଲେ । ପିଏମ୍ ମୋଦି ମଧ୍ୟ ସେମାନଙ୍କ ସହ କରମର୍ଦ୍ଦନ କରିବା ସହିତ କଥାବାର୍ତ୍ତା ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଏଲନ ମସ୍କ, କହିଲେ ମୁଁ ମୋଦିଙ୍କ ଫ୍ୟାନ

ଆଜି ପ୍ରଧାନମନ୍ତ୍ରୀ ମୋଦି ମିଳିତ ଜାତିସଂଘ ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ୧୮୦ରୁ ଅଧିକ ଦେଶର ନାଗରିକ ଅଂଶଗ୍ରହଣ କରିବେ । ଏହାପରେ ସେ ୱାଶିଂଟନ ଡିସି ଗସ୍ତ କରିବେ । ସେଠାରେ ତାଙ୍କୁ ସ୍ବାଗତ କରାଯିବା ପାଇଁ ଭବ୍ୟ ଆୟୋଜନ କରାଯାଇଛି । ଆସନ୍ତାକାଲି(ଗୁରୁବାର) ମୋଦି ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଦେଶର ପ୍ରଥମ ମହିଳା ନାଗରିକ ଜିଲ୍ ବାଇଡେନଙ୍କ ସହ ରାତ୍ରିଭୋଜନ କରିବେ । ଏହାର ପରଦିନ ୨୩ରେ ଆମେରିକା ରାଷ୍ଟ୍ରପତି କମଲା ହ୍ୟାରିସ୍ ଓ ସେକ୍ଟ୍ରେଟାରୀ ଆଣ୍ଟୋନି ବିଲକେନଙ୍କ ସହ ବୈଠକ କରିବେ । ନିଜର ଗସ୍ତ କାଳରେ ସେ ଅନେକ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.