ETV Bharat / international

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଏଲନ ମସ୍କ, କହିଲେ ମୁଁ ମୋଦିଙ୍କ ଫ୍ୟାନ

author img

By

Published : Jun 21, 2023, 8:12 AM IST

Updated : Jun 21, 2023, 4:38 PM IST

ଆମେରିକା ଗସ୍ତ ଅବସରରେ ଟ୍ବିଟର ମୁଖ୍ୟ ଏଲନ ମସ୍କଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ମୋଦି । ଭେଟଘାଟ ପରେ ନିଜକୁ ମୋଦିଙ୍କ ଫ୍ୟାନ କହିଲେ ମସ୍କ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଏଲନ ମସ୍କ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଏଲନ ମସ୍କ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଏଲନ ମସ୍କ, କହିଲେ ମୁଁ ମୋଦିଙ୍କ ଫ୍ୟାନ

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଠାରୁ ଆମେରିକା ଗସ୍ତରେ ଯାଇଛନ୍ତି । ୪ ଦିନିଆ ଆମେରିକା ଗସ୍ତରେ ଥିବାବେଳେ ମୋଦି ବୁଧବାର ବିଶ୍ବର ଏକ ନମ୍ବର ଧନୀ ତଥା ଟେସଲା ଓ ଟ୍ବିଟର ମାଲିକ ଏଲନ ମସ୍କଙ୍କୁ ଭେଟିଛନ୍ତି । ନ୍ୟୁୟର୍କ ପ୍ୟାଲେସ ହୋଟେଲରେ ଏହି ଭେଟଘାଟ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବା ପରେ ମସ୍କ ନିଜକୁ ମୋଦିଙ୍କ ପ୍ରଶଂସକ ବୋଲି କହିଛନ୍ତି ଏବଂ ଆସନ୍ତା ବର୍ଷ ଭାରତ ଆସିବା ସମ୍ପର୍କରେ ଜଣାଇଛନ୍ତି ।

ଟେସଲା ଭାରତରେ ନିଜ ଫ୍ୟାକ୍ଟ୍ରି ଖୋଲିବାକୁ ଯୋଜନା କରୁଛି । ଏଥିପାଇଁ କମ୍ପାନୀ ସ୍ଥାନ ସନ୍ଧାନରେ ରହିଛି । ଏହାରି ମଧ୍ୟରେ ଟେସଲା ମାଲିକ ମୋଦିଙ୍କ ସହ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ମସ୍କ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ମସ୍କ କହିଛନ୍ତି, ''ଭାରତର ଭବିଷ୍ୟତକୁ ନେଇ ବାସ୍ତବରେ ମୁଁ ଖୁବ୍ ଉତ୍ସାହିତ ଅଛି । ବିଶ୍ବର ଅନ୍ୟ ବୃହତ୍ ଦେଶ ଗୁଡିକ ତୁଳନାରେ ଏଠାରେ ଅଧିକ ସମ୍ଭାବନା ରହିଛି ବୋଲି ମୁଁ ଭାବୁଛି । ପ୍ରଧାନମନ୍ତ୍ରୀ ମୋଦି ପ୍ରକୃତରେ ଭାରତ ବିଷୟରେ ଖୁବ୍ ଚିନ୍ତା କରୁଛନ୍ତି । ଦେଶରେ ଗୁରୁତ୍ବପୂର୍ଣ୍ଣ ପୁଞ୍ଜି ବିନିଯୋଗ କରିବା ପାଇଁ ଆମକୁ ପ୍ରୋତ୍ସାହିତ କରୁଛନ୍ତି । ସେ ନିଜ ଦେଶରେ ନୂଆ କମ୍ପାନୀ ଗୁଡିକୁ ସମର୍ଥନ କରିବାକୁ ଚାହାଁନ୍ତି ଏବଂ ସେମାନଙ୍କ ପ୍ରତି ଉଦାରବାଦୀ ମନୋଭାବ ପୋଷଣ କରୁଛନ୍ତି । ଆମେ ଭାରତରେ ନିବେଶ ପାଇଁ ଠିକ୍ ସମୟ ଅପେକ୍ଷାରେ ଅଛୁ । ଆସନ୍ତା ବର୍ଷ ଭାରତ ଗସ୍ତ କରିବାକୁ ମୁଁ ଯୋଜନା କରୁଛି ।''

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ସମ୍ପର୍କରେ ଟ୍ବିଟର ମୁଖ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତକାର ଖୁବ୍ ଭଲ ଥିଲା । ମୁଁ ତାଙ୍କୁ ପସନ୍ଦ କରେ ଏବଂ ତାଙ୍କର ଜଣେ ଫ୍ୟାନ । କିଛି ବର୍ଷ ପୂର୍ବରୁ ମୋଦି ଆମ ଫ୍ୟାକ୍ଟ୍ରି ବୁଲିବାକୁ ଆସିଥିଲେ । ତେଣୁ ପୂର୍ବରୁ ଆମେ ପରସ୍ପରକୁ ଜାଣିଛୁ । ମୋଦି ଭାରତ ପାଇଁ ଅନେକ କିଛି କରିବାକୁ ଉତ୍ସାହିତ ଅଛନ୍ତି । ସୌର ଶକ୍ତି ନିବେଶ କ୍ଷେତ୍ରରେ ଭାରତରେ ଉତ୍ତମ ଭିତ୍ତିଭୂମି ରହିଛି । ଆମେ ସେଠାରେ ଷ୍ଟାରଲିଙ୍କ ଇଣ୍ଟରନେଟ ଆଣିବାକୁ ଆଶାବାଦୀ ଅଛୁ ।

ଏହାସହିତ ମସ୍କ ଆସନ୍ତା ବର୍ଷ ଭାରତ ଗସ୍ତ କରିବା ପାଇଁ ମନ ବଳାଇବା ସହ ଟେସଲା ଖୁବଶୀଘ୍ର ଭାରତରେ ପ୍ରବେଶ କରିବ ବୋଲି କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୫ରେ କାର୍ଲିଫର୍ଣ୍ଣିଆରେ ପୂର୍ବରୁ ମୋଦି ଓ ମସ୍କଙ୍କ ଭେଟଘାଟ ହୋଇଥିଲା । ସେହି ସମୟରେ ମୋଦି ଟେସଲା ମୋଟର ଫ୍ୟାକ୍ଟ୍ରି ପରିଦର୍ଶନ କରି ମସ୍କଙ୍କ ସହ କଥା ହୋଇଥିଲେ ।

Last Updated :Jun 21, 2023, 4:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.