ETV Bharat / international

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ, କହିଲା ତୁରନ୍ତ PoK ଖାଲି କର

author img

By ETV Bharat Odisha Team

Published : Sep 23, 2023, 1:03 PM IST

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ
ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ

ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇବାରୁ ପାକିସ୍ତାନ ଉପରେ ବର୍ଷିଲା ଭାରତ । କହିଲା ତୁରନ୍ତ PoK ଖାଲି କର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଜାତିସଂଘରେ ପଡୋଶୀ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ । ମିଳିତ ଜାତିସଂଘ ସାଧାରଣ ପରିଷଦର ୭୮ତମ ଅଧିବେଶନରେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱର ଉଲ୍ ହକ କକ୍କର କାଶ୍ମୀର ପ୍ରସଙ୍ଗ ଉଠାଇବାରୁ ଭାରତ ପ୍ରବଳ ବର୍ଷିଛି । ପାକିସ୍ତାନ ସୀମାପାର ଆତଙ୍କବାଦ ବନ୍ଦ କରୁ । ନିଜ ମାଟିରେ ଆତଙ୍କବାଦ ଭିତ୍ତିଭୂମି ହଟାଇବା ସହ ବେଆଇନ ଭାବେ ଦଖଲ କରିଥିବା ଭାରତୀୟ ଅଞ୍ଚଳକୁ(PoK) ଖାଲି କରୁ । ଜମ୍ମୁ-କାଶ୍ମୀର ଏବଂ ଲଦାଖ ଆମର ଆଭ୍ୟନ୍ତରୀଣ ବ୍ୟାପାର । ଭାରତର ଘରୋଇ ପ୍ରସଙ୍ଗରେ ପାକିସ୍ତାନ ଅଯଥା ହସ୍ତକ୍ଷେପ କରିବାର ଅଧିକାର ନାହିଁ ।

UNGAର ଦ୍ବିତୀୟ କମିଟି ପାଇଁ ଜାତିସଂଘରେ ଭାରତର ଫାଷ୍ଟ ସେକ୍ରେଟାରୀ ପେଟଲ ଗେହଲଟ ଆତଙ୍କବାଦ ପ୍ରସଙ୍ଗକୁ ନେଇ ଏଭଳି କଡା ଶବ୍ଦରେ ପାକିସ୍ତାନକୁ ଜବାବ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଅନ୍ତର୍ଜାତୀୟ ଫୋରମର ସହାୟତା ନେଇ ପାକିସ୍ତାନ ବାରମ୍ବାର ଭାରତ ବିରୋଧରେ ଅପପ୍ରଚାର କରିବା ବନ୍ଦ କରୁ । ଏହା ଏକପ୍ରକାର ଅପରାଧ ଅଟେ । ଜମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ନ ଖେଲାଇ ୨୬/୧୧ ମୁମ୍ବାଇ ଆକ୍ରମଣ ଅପରାଧୀଙ୍କ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ।

ଏହାମଧ୍ୟ ପଢନ୍ତୁ: ଜଷ୍ଟିନ ଟ୍ରୁଡୋଙ୍କ ଦାବି: କିଛି ସପ୍ତାହ ପୂର୍ବରୁ ନିଜ୍ଜାର ହତ୍ୟାକାଣ୍ଡର ପ୍ରମାଣ ଭାରତକୁ ପ୍ରମାଣ ଦେଇଛୁ

ପାକିସ୍ତାନ ବୈଶ୍ବିକ ଆତଙ୍କବାଦୀ ଓ ପ୍ରତିବନ୍ଧିତ ସଂଗଠନର ଘର । ଆତଙ୍କବାଦୀଙ୍କୁ ନିଜ ମାଟିରେ ଆଶ୍ରୟ ଦେଉଛି । ଏହି ଦେଶ ବିଶ୍ବର ସବୁଠୁ ଖରାପ ମାନବାଧିକାର ରେକର୍ଡ ସମ୍ପନ୍ନ ଦେଶ ଅଟେ । ଏଠାରେ ସଂଖ୍ୟାଲଘୁ ଏବଂ ମହିଳାଙ୍କ ମାନବାଧିକାର ସ୍ଥିତ ଅତ୍ୟନ୍ତ ଖରାପ । ତେଣୁ ଭଲ ହେବ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରି ପାକିସ୍ତାନ ପ୍ରଥମେ ନିଜ ଘରୁ ସମ୍ଭାଳୁ । ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ର ଏବଂ ଅନ୍ୟ ବହୁପକ୍ଷୀୟ ସଂଗଠନ ଭଲ ଭାବେ ଜାଣନ୍ତି କି ପାକିସ୍ତାନ ନିଜ କାରନାମା ଉପରୁ ନଜର ହଟାଇବାକୁ କାଶ୍ମୀର ପ୍ରସଙ୍ଗ ଉଠାଉଛି । ସେ ଚାହୁଁଛି କି ଅନ୍ତରାଷ୍ଟ୍ରୀୟ ସମୁଦାୟର ଧ୍ୟାନ ଏହାର ମାନବାଧିକାର ଉଲ୍ଲଙ୍ଘନ କାର୍ଯ୍ୟକଳାପ ଉପରେ ନଯାଉ ।

ଦକ୍ଷିଣ ଏସିଆରେ ଶାନ୍ତି ବଜାୟ ରଖିବା ପାଇଁ ପାକିସ୍ତାନକୁ ତିନୋଟି କାର୍ଯ୍ୟ କରିବାକୁ ପଡିବ । ପ୍ରଥମତଃ, ସୀମାପାର ଆତଙ୍କବାଦ ବନ୍ଦ କରିବା ସହ ଆତଙ୍କବାଦ ଭିତ୍ତିଭୂମିକୁ ତୁରନ୍ତ ହଟାଇବାକୁ ହେବ । ଦ୍ବିତୀୟରେ, ବେଆଇନ ଭାବେ ଅଧିକୃତ କରିଥିବା ଭାରତୀୟ ଅଞ୍ଚଳ ଖାଲି କରିବାକୁ ହେବ ଓ ତୃତୀୟରେ ସଂଖ୍ୟାଲଘୁଙ୍କ ମାନବାଧିକାର ଉଲ୍ଲଙ୍ଘନ କାର୍ଯ୍ୟକଳାପ ବନ୍ଦ କରିବାକୁ ପଡିବ ବୋଲି କହିଛନ୍ତି ଗେହଲଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.