ETV Bharat / international

ନଓ୍ବାଜ୍‌ଙ୍କୁ ଭେଟିବାକୁ ଲଣ୍ଡନରେ ଶେହବାଜ ସରିଫ, ଭାଇଙ୍କୁ ପାକିସ୍ତାନ ଫେରାଇ ଆଣିବେ ?

author img

By

Published : Aug 21, 2023, 2:08 PM IST

ଲଣ୍ଡନ ଗସ୍ତରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ । ନୱାଜ ସରିଫଙ୍କୁ କରିବେ ସାକ୍ଷାତ । ଅଧିକ ପଢନ୍ତୁ

Etv Bharat
Etv Bharat

ଇସଲାମବାଦ: ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଶେହବାଜ ସରିଫ୍ । ଏହାପରେ ଲଣ୍ଡନରେ ପହଞ୍ଚି ତାଙ୍କ ଭାଇ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନୱାଜ ସରିଫଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ । ଏନେଇ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି । PML-Nର ସଭାପତି ଶେହବାଜ ସରିଫ୍ ବ୍ରିଟେନରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କୁ ସାକ୍ଷାତ କରିବେ ବୋଲି ଟ୍ବିଟ୍‌ କରି କହିଛନ୍ତି ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ମରିୟମ ଔରାଙ୍ଗଜେବ।

ଏହା ମଧ୍ୟ ପଢନ୍ତୁ-ଆଜି ଇସ୍ତଫା ଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ !

ସେ କହିଛନ୍ତି , "ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନୀ ମୁସଲିମ ଲିଗ୍‌ର ସଭାପତି ଶେହବାଜ ସରିଫ ଆଜି ଲାହୋରରୁ ଲଣ୍ଡନ ଯିବେ। ଲଣ୍ଡନରେ ପହଞ୍ଚିବା ପରେ ମହମ୍ମଦ ନୱାଜ ସରିଫଙ୍କୁ ମଧ୍ୟ ଭେଟିବେ । ଶେହବାଜ ସରିଫ ଆଜି କତାର ଏୟାରୱେଜ୍ ବିମାନରେ ଲାହୋରରୁ ଲଣ୍ଡନ ଅଭିମୁଖେ ବାହାରିଛନ୍ତି । ଦୋହାରେ କିଛି ସମୟ ଅଟକି ରହିବା ପରେ ସେ ହିଥ୍ରୋରେ ଅବତରଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଅନୱର ଉଲ୍ ହକ୍ କାକର୍ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ

ଶେହବାଜ ସରିଫ୍ ଓ ନୱାଜ ସରିଫଙ୍କ ମଧ୍ୟରେ ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ଆଲୋଚନା ହେବ। ନୱାଜ ସରିଫ ପାକିସ୍ତାନ ଫେରିବେ କି ନାହିଁ ତଥା ତାଥା ତାଙ୍କ ବିରୋଧରେ ଥିବା ମାମଲାକୁ ନେଇ ଆଲୋଚନା କରିବେ। ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ନୱାଜ ସରିଫ ନଭେମ୍ବର 2019ରୁ ଚିକିତ୍ସା ଆଳରେ ଦେଶ ଛାଡ଼ି ଲଣ୍ଡନରେ ଅବସ୍ଥାନ କରି ଆସୁଛନ୍ତି । ପାକିସ୍ତାନର ତିନି ଥର ପ୍ରଧାନମନ୍ତ୍ରୀ ହୋଇଥିଲେ ନୱାଜ ସରିଫ । ଇମ୍ରାନ ଖାନ କ୍ଷମତାକୁ ଆସିବା ପରେ ତାଙ୍କ ସମସ୍ୟା ବଢ଼ିଥିଲା । ବର୍ତ୍ତମାନ ତାଙ୍କ ନାମରେ ପାକିସ୍ତାନରେ ଏକାଧିକ ମାମଲା ରହିଛି।

ଏହା ମଧ୍ୟ ପଢନ୍ତୁ-ଜେଲରେ ମଶା ମାଛି ପାଇଁ କଲବଲ ଇମ୍ରାନ, କହିଲେ ମୋତେ ଏଠୁ ବାହାର କର

ନିକଟରେ ଶେହବାଜ ସରିଫ୍ କହିଥିଲେ ଯେ, ତାଙ୍କ ଭାଇ ନୱାଜ ସରିଫ ସେପ୍ଟେମ୍ବରରେ ପାକିସ୍ତାନକୁ ଫେରିବେ। ନିର୍ବାଚନ ସମୟରେ PML-Nର ନେତୃତ୍ୱ ନେବେ । ଯଦି ନୱାଜ ସରିଫ ବିଜୟୀ ହୁଅନ୍ତି ତେବେ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଆସନ ଗ୍ରହଣ କରିବେ ।

ବର୍ତ୍ତମାନ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅଛନ୍ତି ଅନୱର ଉଲ୍ ହକ୍ କାକର୍ । ଶେହବାଜ ସରିଫ୍ ପାକିସ୍ତାନ ଜାତୀୟ ବିଧାନସଭାର(ନ୍ୟାସନାଲ ଆସେମ୍ବଲି) ବିରୋଧୀ ଦଳ ନେତା ରାଜା ରିଆଜଙ୍କ ସହ ଦୁଇ ରାଉଣ୍ଡ ଆଲୋଚନା କରିବା ପରେ କାକରଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.