ETV Bharat / international

ଆଜି ଇସ୍ତଫା ଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ !

author img

By

Published : Aug 9, 2023, 9:22 AM IST

Updated : Aug 9, 2023, 9:47 AM IST

ଆଜି ଇସ୍ତଫା ଦେଇପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ । ଜାଣନ୍ତୁ କାରଣ

ଆଜି ଇସ୍ତଫା ଦେଇପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍
ଆଜି ଇସ୍ତଫା ଦେଇପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍

ଇସଲାମବାଦ: ଆଜି ଇସ୍ତଫା ଦେଇପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ । ପ୍ରଧାନମନ୍ତ୍ରୀ ପଦରୁ ତାଙ୍କର ଇସ୍ତଫାର କାରଣ ରାଜନୈତିକ ଅସ୍ଥିରତା ନୁହେଁ, ବରଂ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ । ପ୍ରଧାନମନ୍ତ୍ରୀ ସରିଫଙ୍କ ନେତୃତ୍ବାଧୀନ ମେଣ୍ଟ ସରକାର ପିଏମଏଲ-ଏନ ସମୟ ପୂର୍ବରୁ ନ୍ୟାସନାଲ ଆସେମ୍ବଲି(ଜାତୀୟ ବିଧାନସଭା) ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯଦ୍ବାରା ଚଳିତ ବର୍ଷ ଶେଷ ସୁଦ୍ଧା ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରିବାକୁ ଅଧିକ ସମୟ ମିଳିପାରିବ । ତେଣୁକରି ପ୍ରଧାନମନ୍ତ୍ରୀ ସରିଫ୍ ଆଜି ଇସ୍ତଫା ଦେବାର ସମ୍ଭାବନା ରହିଛି ।

ପ୍ରକାଶ ଥାଉକି, ପାକିସ୍ତାନ ସଂସଦର ନିମ୍ନ ସଦନ(ଜାତୀୟ ବିଧାନସଭା)ର ୫ ବର୍ଷ କାର୍ଯ୍ୟକାଳ ଅଗଷ୍ଟ ୧୨ରେ ଶେଷ ହେବାକୁ ଯାଉଛି । କିନ୍ତୁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଆଜି ନିଜ ପଦରୁ ଇସ୍ତଫା ଦେଇ ଏହାକୁ ଭଙ୍ଗ କରିପାରନ୍ତି । ସଂସଦକୁ ଭଙ୍ଗ କରିବାକୁ ସେ ପୂର୍ବତନ ପିଟିଆଇ ନେତା ତଥା ରାଷ୍ଟ୍ରପତି ଆରିଫ୍ ଅଲଭିଙ୍କୁ ପ୍ରସ୍ତାବ ପଠାଇବେ । ଯଦି ରାଷ୍ଟ୍ରପତି ଏହାକୁ ଅନୁମୋଦନ ନଦିଅନ୍ତି ତଥାପି ୪୮ ଘଣ୍ଟା ଭିତରେ ସଂସଦ ଭଙ୍ଗ ହେବ । ଏହାପୂର୍ବରୁ ଶେହବାଜ ସରିଫ ମଙ୍ଗଳବାର ରାୱଲପିଣ୍ଡି ସ୍ଥିତ ପାକିସ୍ତାନ ସେନା ମୁଖ୍ୟାଳୟକୁ ଯାଇଥିଲେ । ଏହାକୁ ତାଙ୍କର ବିଦାୟୀ ଗସ୍ତ ବୋଲି କୁହାଯାଇଥିଲା । ମୁଖ୍ୟାଳୟରେ ସେନା ମୁଖ୍ୟ ଅସୀମ ମୁନୀର ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ କରିଥିଲେ ।

ଏହାମଧ୍ୟ ପଢନ୍ତୁ: Pakistan: ଜେଲ ଗଲେ ଇମ୍ରାନ, ଦେଶବ୍ୟାପୀ ପ୍ରତିବାଦ ଡାକରା ଦେଲା PTI

ତେବେ ପୂର୍ବରୁ କୁହାଯାଉଥିଲା ଯେ, ଅଗଷ୍ଟ ୧୧ରେ ସଂସଦ ଭଙ୍ଗ ପାଇଁ ସୁପାରିଶ କରାଯିବ । ହେଲେ ଇମ୍ରାନ ଖାନଙ୍କ ପାର୍ଟିର ପୂର୍ବ ନେତା ଥିବା ରାଷ୍ଟ୍ରପତି ଅଲଭି ଅଚାନକ ନୋଟିଫିକେସନ ଜାରି କରି ଏହାକୁ ଅସ୍ବୀକାର କରିପାରନ୍ତି ବୋଲି ପାକିସ୍ତାନ ମୁସଲିମ ଲିଗ୍-ନୱାଜ(PML-N) ମେଣ୍ଟ ସରକାର ଆଶଙ୍କା କରିଥିଲେ । ତେଣୁ ୩ ଦିନ ପୂର୍ବରୁ ସଂସଦ ଭଙ୍ଗ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏପରି ହେଲେ ପାକିସ୍ତାନ ନିର୍ବାଚନ କମିଶନଙ୍କୁ ନିର୍ବାଚନ ପ୍ରକ୍ରିୟା ପାଇଁ ୯୦ ଦିନର ସମୟ ମିଳିପାରିବ । ଯଦି ବିଧାନସଭା ନିଜର ସାମ୍ବିଧାନିକ କାର୍ଯ୍ୟକାଳ ପୂରଣ କରେ ତେବେ ନିୟମ ଅନୁଯାୟୀ ନିର୍ବାଚନ ଆୟୋଗ ୬୦ ଦିନ ଦିନ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ କରିବେ । କିନ୍ତୁ ନିର୍ବାଚନ ପ୍ରସ୍ତୁତି ପାଇଁ ଅଧିକ ସମୟ ପାଇବାକୁ ଆଜି ସଂସଦ ଭଙ୍ଗ ପାଇଁ ସରକାର ଯୋଜନା କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ତୋଷାଖାନା ଦୁର୍ନୀତି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୩ ବର୍ଷ ଜେଲଦଣ୍ଡ ପାଇଥିବାରୁ ଆସନ୍ତା ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରିବେନି । କୋର୍ଟ ୫ ବର୍ଷ ଯାଏଁ ନିର୍ବାଚନ ଲଢିବା ଉପରେ ରୋକ୍ ଲଗାଇଛନ୍ତି । ଦୋଷୀ ସାବ୍ୟସ୍ତ ହେବା ପରେ ଇମ୍ରାନଙ୍କୁ ଜେଲ୍ ପଠାଇ ଦିଆଯାଇଛି ।

Last Updated : Aug 9, 2023, 9:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.