ETV Bharat / international

ଅଳ୍ପକେ ବର୍ତ୍ତିଲେ ଜୋ ବାଇଡେନ୍‌, କାରକେଡ୍‌ରେ ପିଟିହେଲା କାର୍‌

author img

By ETV Bharat Odisha Team

Published : Dec 18, 2023, 10:21 AM IST

ଆମେରିକା ରାଷ୍ଟ୍ରପତି
Car collides with President Joe Bidens motorcade

Car Collides with Joe Biden's motorcade: ବାଇଡେନଙ୍କ କାରକେଡରେ ସାମିଲ ଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣା ଦେଖି ଭୟଭିତ ଜୋ ବାଇଡେନ । ଅଧିକ ପଢ଼ନ୍ତୁ

ଓ୍ବାସିଂଟନ ଡିସି: ଆମେରିକା ରାଷ୍ଟ୍ରପତି ଜୋ' ବାଇଡେନ୍‌ଙ୍କ କାରକେଡ୍‌ର ଗାଡ଼ି ଦୁର୍ଘଟଣାଗ୍ରସ୍ତ । ମୋଟରକେଡର ଏକ ଗାଡି ଅନ୍ୟ କାର ସହ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ବାଇଡେନ ଓ ତାଙ୍କ ପତ୍ନୀ ଜିଲ ବାଇଡେନଙ୍କୁ ଅନ୍ୟ ଏକ ଗାଡିକୁ ନେଇଯାଇଥିଲେ ସୁରକ୍ଷାକର୍ମୀ । ଉଭୟ ସୁରକ୍ଷିତ ଥିବା ହ୍ବାଇଟହାଉସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । କାହାର କିଛି କ୍ଷୟକ୍ଷତି ମଧ୍ୟ ହୋଇନାହିଁ । ରବିବାର ଦିନ ଡେଲାୱାରରେ ଥିବା କ୍ୟାମ୍ପେନ୍‌ ହେଡ୍‌ କ୍ବାଟରରୁ ବାହାରିବା ପରେ ବାଇଡେନଙ୍କ କାରକେଡ୍‌ରେ ସାମିଲ ଥିବା ଗାଡି ଦୁର୍ଘଟଣାର ଶିକାର ହୋଇଥିଲା । ଏକ ଏସ୍‌ୟୁଭି କାର ସହ ମୁହାଁମୁହିଁ ଧକ୍କା ହୋଇଥିବା କାରକେଡ୍‌ରେ ଥିବା କାର ।

ଏହା ମଧ୍ୟ ପଢନ୍ତୁ-ରାଷ୍ଟ୍ରପତି ବାଇଡେନଙ୍କ ନାତୁଣୀଙ୍କ ଗାଡି ଉପରକୁ ଆକ୍ରମଣ

ବାଇଡେନଙ୍କଠାରୁ ପ୍ରାୟ 40 ମିଟର ଦୂରରେ ମୋଟରକେଡର କାର ଥିବା ବେଳେ ଏସୟୁଭି କାର ସହ ଧକ୍କା ହୋଇଥିଲା । ଏହାପରେ ସୁରକ୍ଷାକର୍ମୀ ସଙ୍ଗେ ସଙ୍ଗେ ବାଇଡେନଙ୍କୁ ଅନ୍ୟ ଏକ ଗାଡିରେ ୱିଲମିଙ୍ଗଟନ୍ ସହର ଠାରୁ ଦୂରକୁ ନେଇଯାଇଥିଲେ । ଏନେଇ ହ୍ବାଇଟ୍‌ ହାଉସ୍‌ର ଜଣେ ଅଧିକାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦୁର୍ଘଟଣା ସମୟରେ କାର୍‌ରେ ବାଇଡେନ୍‌ ଓ ତାଙ୍କ ପତ୍ନୀ ଜିଲ୍‌ ବାଇଡେନ୍‌ ଥିଲେ । କାରକେଡ୍‌ରେ ସାମିଲ ଥିବା ଗାଡ଼ି ଦୁର୍ଘଟଣା ହୋଇଥିଲା । ଏହାପରେ ଉଭୟଙ୍କୁ ସୁରକ୍ଷାକର୍ମୀମାନେ ଅନ୍ୟ ଏକ ଗାଡ଼ିକୁ ନେଇଯାଇଥିଲେ । ବାଇଡେନ ଓ ତାଙ୍କ ପତ୍ନୀଙ୍କ କୌଣସି କ୍ଷୟକ୍ଷତି ହୋଇନାହିଁ । କାର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖି ବାଇଡେନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦୁର୍ଘଟଣା ପରେ ମୋଟରକେଡ୍‌ର ଗାଡ଼ିକୁ ଧକ୍କା ଦେଇଥିବା ଏସୟୁଭି କାରର ଡ୍ରାଇଭରୁ ବାଇଡେନଙ୍କ ସିକ୍ରେଟ ସର୍ଭିସ ଏଜେଣ୍ଟମାନେ ଘେରିଯାଇଥିଲେ ।

ଡେଲାୱେରର ୱିଲମିଙ୍ଗ୍‌ଟନ୍‌ରେ ରାଷ୍ଟ୍ରପତି ଜୋ' ବାଇଡେନଙ୍କ ମୋଟର୍‌କେଡ୍‌ର ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଯାହା ବାଇଡେନଙ୍କୁ ଚକିତ କରିଦେଇଥିଲା । ଦୁର୍ଘଟଣା ପରେ ଉକ୍ତ ସ୍ଥାନରେ ସୁରକ୍ଷାକର୍ମୀ ନିଯୋଜିତ ରହିଛନ୍ତି । ବାଇଡେନ ଓ ତାଙ୍କ ପତ୍ନୀ ସୁରକ୍ଷିତ ଅଛନ୍ତି । ଗତ ନଭେମ୍ବର ମାସରେ ଜୋ' ବାଇଡେନଙ୍କ ନାତୁଣୀଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଥିଲା । 3 ଜଣ ଆତତାୟୀ ବାଇଡେନଙ୍କ ନାତୁଣୀ ନାଓମି ବାଇଡେନଙ୍କ ଗାଡ଼ି ଉପରକୁ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିବାକୁ ଚେଷ୍ଟା କରିଥିଲେ । ହଠାତ ଏହି ଆକ୍ରମଣ କରାଯାଇଥିବା ବେଳେ ନାଓମି ବାଇଡେନଙ୍କୁ ସୁରକ୍ଷା ଦେବାକୁ ଯାଇ ତାଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ସିକ୍ରେଟ ସର୍ଭିସ ଏଜେଣ୍ଟ ଆତତାୟୀମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.