ETV Bharat / international

ରାଷ୍ଟ୍ରପତି ବାଇଡେନଙ୍କ ନାତୁଣୀଙ୍କ ଗାଡି ଉପରକୁ ଆକ୍ରମଣ

author img

By ETV Bharat Odisha Team

Published : Nov 13, 2023, 10:27 PM IST

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀଙ୍କ ସୁରକ୍ଷାରେ ଅବ୍ୟବସ୍ଥା । ନାଓମି ବାଇଡେନଙ୍କ ଗାଡି ଉପରକୁ ଆକ୍ରମଣ । ସୁରକ୍ଷା ଏଜେଣ୍ଟ ଦ୍ବାରା ଗୁଳିଚାଳନା । ଅଧିକ ପଢନ୍ତୁ

ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀଙ୍କ ଗାଡି ଉପରକୁ ଆକ୍ରମଣ

ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀଙ୍କ ଗାଡି ଉପରକୁ ଆକ୍ରମଣ । 3 ଜଣ ଆତତାୟୀ ବାଇଡେନଙ୍କ ନାତୁଣୀ ନାଓମି ବାଇଡେନଙ୍କ ଗାଡି ଉପରକୁ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିବାକୁ ଚେଷ୍ଟା କରୁଥିବା ସୂଚନା ରହିଛି । ହଠାତ ଏହି ଆକ୍ରମଣ କରାଯାଇଥିବା ବେଳେ ନାଓମି ବାଇଡେନଙ୍କୁ ସୁରକ୍ଷା ଦେବାକୁ ଯାଇ ତାଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ସିକ୍ରେଟ ସର୍ଭିସ ଏଜେଣ୍ଟ ଆତତାୟୀମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ ।

ସୌଭାଗ୍ୟବଶତଃ ନାଓମି ବାଇଡେନଙ୍କ କୌଣସି କ୍ଷତି ହୋଇନଥିବା ବେଳେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି । ଅନ୍ୟପଟେ ସିକ୍ରେଟ ସର୍ଭିସ ଏଜେଣ୍ଟମାନଙ୍କ ଦ୍ବାରା ଗୁଳିମାଡ ପରେ ଆକ୍ରମଣକାରୀମାନେ ଫେରାର ହୋଇଯାଇଥିଲେ । ଏକ ନାଲି ରଙ୍ଗର କାରରେ ଦୁର୍ବୃତ୍ତମାନେ ପଳାଇଯାଇଥିବା ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ..'Mental breakdown': ମଝି ଆକାଶରେ ବିମାନ ଇଞ୍ଜିନ ବନ୍ଦ କରିଦେଲେ ପାଇଟଲ, ହତ୍ୟା ମାମଲା ରୁଜୁ

ରବିବାର ରାତିରେ ଓ୍ବାଶିଂଟନ ଡିସି ଅନ୍ତର୍ଗତ ଜର୍ଜଟାଉନ ଅଞ୍ଚଳରେ ଏହି ଘଟଣା ଘଟିଥିବା କୁହାଯାଉଛି । ତେବେ ତିନି ଜଣ ଲୋକ ନାଓମି ବାଇଡେନଙ୍କ କାରର କାଚ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ଜଣେ ସୁରକ୍ଷା ଏଜେଣ୍ଟ ଗୁଳି ଚଳାଇଥିଲେ । ତେବେ ଗୁଳିମାଡରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରେସିଡେଣ୍ଟାଲ ପ୍ରୋଟେକ୍ସନ ସର୍ଭିସ ଏଜେନ୍ସି ମୁଖପାତ୍ର ଆନ୍ଥୋନୀ ଗୁଗଲେଲମୀ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି," ନଭେମ୍ବର 12ତାରିଖ ଦିନ ରାତି 11.58 ସୁଦ୍ଧା ଗାଡି ଛିଡାହୋଇଥିବା ବେଳେ 3 ଜଣ ଦୁର୍ବୃତ୍ତ ହଠାତ ଗାଡି ଉପରକୁ ଆକ୍ରମଣ କରିଥିଲେ । ନାଓମି ବାଇଡେନଙ୍କ ସୁରକ୍ଷା ଦୃଷ୍ଟିରୁ ସେହି ଆକ୍ରମଣକାରୀଙ୍କ ଉପରକୁ ସୁରକ୍ଷା ଏଜେନ୍ସି ପକ୍ଷରୁ ଗୁଳିଚାଳନା କରାଯାଇଥିଲା ।"

ଏହାମଧ୍ୟ ପଢନ୍ତୁ..ଭାରତୀୟ ଛାତ୍ରୀଙ୍କ ମୃତ୍ୟୁରେ ହସିଲା ଆମେରିକା ପୋଲିସ

ଅନ୍ୟପଟେ ଆମେରିକା ରାଷ୍ଟ୍ରପତିଙ୍କ ନାତୁଣୀଙ୍କ ସୁରକ୍ଷାରେ ବଡ ଧରଣର ଅବ୍ୟବସ୍ଥା ଦେଖିବାକୁ ମିଳିଥିବା ଚର୍ଚ୍ଚା ହେଉଛି । କାରଣ ନାଓମି ବାଇଡେନଙ୍କ ଗାଡି ନିକଟକୁ 3 ଜଣ ଆତତାୟୀ ଆସି କାର କାଚ ଉପରକୁ ଆକ୍ରମଣ କରିବାବେଳେ ସୁରକ୍ଷା ବ୍ୟବସ୍ଥା ପ୍ରତି ବଡ ପ୍ରଶ୍ନ ଉଠିଛି । ଅନ୍ୟପଟେ ଆତତୀୟମାନଙ୍କୁ ଖୋଜିବାକୁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ଅନ୍ୟପଟେ ଆମେରିକାରେ ଆର୍ମ ଲାଇସେନ୍ସ ପ୍ରକ୍ରିୟା କୋହଳ ଥିବା କାରଣରୁ ଅଧିକାଂଶ ଲୋକେ ସେମାନଙ୍କ ଅସ୍ତ୍ରଶସ୍ତ୍ର ରଖିଥାନ୍ତି । ଯେଉଁଥିପାଇଁ ଆମେରିକାରେ ପ୍ରତିଦିନ ଛୋଟବଡ ଅପରାଧିକ କାଣ୍ଡ ଦେଖିବାକୁ ମିଳିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.