ETV Bharat / international

ଭାରତୀୟ ଛାତ୍ରୀଙ୍କ ମୃତ୍ୟୁରେ ହସିଲା ଆମେରିକା ପୋଲିସ

author img

By ETV Bharat Odisha Team

Published : Sep 14, 2023, 11:23 AM IST

ଭାରତୀୟ ଛାତ୍ରୀଙ୍କ ମୃତ୍ୟୁରେ ଥଟ୍ଟା କଲା ଆମେରିକା ପୋଲିସ । ତଦନ୍ତ ଦାବି କଲା ଭାରତ । ଅଧିକ ପଢନ୍ତୁ

ଭାରତୀୟ ଛାତ୍ରୀଙ୍କ ମୃତ୍ୟୁରେ ହସିଲା ଆମେରିକା ପୋଲିସ
ଭାରତୀୟ ଛାତ୍ରୀଙ୍କ ମୃତ୍ୟୁରେ ହସିଲା ଆମେରିକା ପୋଲିସ

ୱାଶିଂଟନ: କିଛି ମାସ ତଳେ ଆମେରିକାର ଜଣେ ୨୩ ବର୍ଷୀୟା ଭାରତୀୟ ଛାତ୍ରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଛାତ୍ରୀ ଜଣକ ରାସ୍ତାରେ ଯାଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ଗୋଟିଏ ପୋଲିସ କାର୍ ତାଙ୍କୁ ଧକ୍କା ଦେଇଥିଲା । ଏବେ ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କାରଣ ଛାତ୍ରୀଙ୍କ ମୃତ୍ୟୁରେ ଆମେରିକା ସିଆଟେଲର ଜଣେ ପୋଲିସ ଅଧିକାରୀ ଥଟ୍ଟା କରିବା ସହ ହସୁଥିବାର ଭିଡିଓରେ ଦେଖିବାକୁ ମିଳିଛି । ଭାରତୀୟ ଛାତ୍ରୀଙ୍କ ମୃତ୍ୟୁରେ ପୋଲିସ ଅଧିକାରୀ ଏପରି ସମ୍ବେଦନହୀନ ବ୍ୟବହାର ନେଇ ତଦନ୍ତ ଆରମ୍ଭ ହୋଇଛି ।

  • Recent reports including in media of the handling of Ms Jaahnavi Kandula’s death in a road accident in Seattle in January are deeply troubling. We have taken up the matter strongly with local authorities in Seattle & Washington State as well as senior officials in Washington DC

    — India in SF (@CGISFO) September 13, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁଯାୟୀ, ମୃତ ଛାତ୍ରୀ ହେଉଛନ୍ତି ଜାହ୍ନବୀ କାଣ୍ଡୁଲା, ଘର ଆନ୍ଧ୍ରପ୍ରଦେଶରେ । ସେ ଆମେରିକା ସିଆଟେଲରେ ମାଷ୍ଟର ଡିଗ୍ରୀ କରୁଥିଲେ । ଚଳିତ ବର୍ଷ ଜାନୁୟାରୀରେ ତାଙ୍କର ଦୁର୍ଘଟଣା ଘଟିଥିଲା । ସେ ରାସ୍ତାରେ ଯାଉଥିବା ବେଳେ ୧୨୦ କିମି ବେଗରେ ଆସୁଥିବା ସିଆଟେଲ ପୋଲିସର ଗୋଟିଏ କାର୍ ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସେ ଆଖି ବୁଜିଥିଲେ । ଏହି ଦୁର୍ଘଟଣା ସହ ଜଡିତ ଏକ ଭିଡିଓ ସିଆଟେଲ ପୋଲିସ ବିଭାଗ ପକ୍ଷରୁ ଜାରି କରାଯାଇଛି । ଯାହାକି ଏବେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ସିଆଟେଲ ପୋଲିସ ଅଫିସର୍ସ ୟୁନିଅନର ଭାଇସ୍ ପ୍ରେସିଡେଣ୍ଟ ଡାନିଏଲ ଆଡେରର ୟୁନିୟନର ଅଧ୍ୟକ୍ଷକଙ୍କ ସହ ଛାତ୍ରୀଙ୍କ ମୃତ୍ୟୁ ବିଷୟରେ କଥାବର୍ତ୍ତା କରୁଥିବାର ଦେଖିବାକୁ ମିଳୁଛି । ଏହି ସମୟରେ ଡାନିଏଲ ଜାହ୍ନବୀଙ୍କ ବିଷୟରେ କହୁଛନ୍ତି ଏବଂ ସେ(ଛାତ୍ରୀ) ମରି ଯାଇଛି କହି ହସିବାକୁ ଲାଗୁଛନ୍ତି । ହସି ହସି କହୁଛନ୍ତି ଯେ, ବାସ୍ ଗୋଟିଏ ଚେକ୍ ଲେଖ, ୧୧ ହଜାର ଡଲାର । ଏମିତିରେ ସେ ୨୬ ବର୍ଷର ଥିଲା । ତା' ମୂଲ୍ୟ ସୀମିତ ବୋଲି ଭିଡିଓ ଶେଷରେ କହୁଥିବାର ମଧ୍ୟ ଶୁଣାଯାଉଛି । ତେଣୁ ଆମେରିକାର ଏହି ପୋଲିସ ଅଧିକାରୀ ଜଣକ ସମ୍ପୃକ୍ତ ଭାରତୀୟ ଛାତ୍ରୀଙ୍କ ଜୀବନକୁ ଅତି ତୁଚ୍ଛ ଭାବୁଥିବା ଏଥିରୁ ବୁଝାପଡୁଛି ।

ଏହି ଭିଡିଆ ସାମ୍ନାକୁ ଆସିବା ପରେ ସନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟ ଏହାକୁ ଖୁବ୍ କଷ୍ଟଦାୟକ ବୋଲି କହିଛନ୍ତି । ଭାରତୀୟ ଛାତ୍ରୀଙ୍କ ମୃତ୍ୟୁରେ ଥଟ୍ଟା କରୁଥିବା ସେହି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିବେଦନ କରିଛନ୍ତି । ଏହି ଘଟଣା ସିଆଟେଲ ଓ ୱାଶିଂଟନର ସ୍ଥାନୀୟ ଅଧିକାରୀଙ୍କ ସହିତ ୱାଶିଂଟନ ଡିସିର ବରିଷ୍ଠ ଅଧିକାରୀଙ୍କ ଆଗରେ ଉଠାଇଛନ୍ତି ବୋଲି ସେ 'x'ରେ ପୋଷ୍ଟ କରି ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.