ETV Bharat / international

କ୍ବାଡ ବୈଠକ ବାତିଲ, ସିଡନୀରେ ହୋଇଥାନ୍ତା ସମ୍ମିଳନୀ

author img

By

Published : May 17, 2023, 11:13 AM IST

Updated : May 17, 2023, 1:29 PM IST

Australia cancels Quad meeting
କ୍ବାଡ ବୈଠକ ବାତିଲ

ମେ 24 ତାରିଖରେ ଅଷ୍ଟ୍ରେଲିଆ ସିଡନରେ ପ୍ରସ୍ତାବିତ କ୍ବାଡ ବୈଠକକୁ ବାତିଲ କରାଯାଇଛି । ଜାଣନ୍ତୁ ବାତିଲ ପଛର କାରଣ ।

କାନବେରା: ଚଳିତ ବର୍ଷ ଆଷ୍ଟ୍ରେଲିଆରେ କ୍ବାଡ ସମ୍ମିଳନୀ ହେବାର ଥିଲା । ପ୍ରଥମ ଥର ପାଇଁ ଆୟୋଜକ ଅଷ୍ଟ୍ରେଲିଆ 2023 କ୍ବାଡ୍‌ ସମ୍ମିଳୀନ ଅୟୋଜନ ଭାର ନେଇଥାନ୍ତା ମାତ୍ର କ୍ବାଡ ବୈଠକକୁ ବାତିଲ କରି ଦିଆଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ଗସ୍ତ ସ୍ଥଗିତ କରିବାକୁ ସିଡନୀରେ ପ୍ରସ୍ତାବିତ କ୍ବାଡ ବୈଠକକୁ ବାତିଲ କରିଛି ଅଷ୍ଟ୍ରେଲିଆ । ମେ' 24 ତାରିଖରେ ଅଷ୍ଟ୍ରେଲିଆରେ ପ୍ରଥମ ଥର ପାଇଁ କ୍ବାଡ ସମ୍ମିଳନୀ ହେବାର ଥିଲା ।

  • Australia cancels Quad meeting in Sydney after US President Joe Biden postponed his trip to Australia due to debt ceiling negotiations in Washington.

    Australian PM Anthony Albanese said the leaders of Australia, US, India & Japan would instead meet at the G7 in Japan this… pic.twitter.com/GS2xDYLrek

    — ANI (@ANI) May 17, 2023 " class="align-text-top noRightClick twitterSection" data=" ">

ଗତ ମାସ ଅର୍ଥାତ ଏପ୍ରିଲ 26 ତାରିଖରେ ଅଷ୍ଟ୍ରେଲିଆ କ୍ବାଡ୍‌ ସମ୍ମିଳୀନ 2023 ସଂସ୍କରଣର ଆୟୋଜକ ହେବ ବୋଲି ଟ୍ବିଟ୍‌ କରି ସୂଚନା ଦେଇଥିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ । ମେ' 24 ତାରିଖରେ ଅଷ୍ଟ୍ରେଲିଆର ସିଡନୀରେ କ୍ବାଡ୍‌ ବୈଠକ ହେବାର ଥିଲା ମାତ୍ର ଏହାକୁ ବାତିଲ କରି ଦିଆଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ଅଷ୍ଟ୍ରେଲିଆ ଗସ୍ତ ସ୍ଥଗିତ କରିବାକୁ ସିଡନୀରେ ପ୍ରସ୍ତାବିତ କ୍ବାଡ୍‌ ବୈଠକକୁ ବାତିଲ ହୋଇଛି । ସପ୍ତାହ ମଧ୍ୟରେ ଜାପାନରେ କ୍ବାଡ୍‌ ଲିଡର ଏକାଠି ହେବା ନେଇ ସୂଚନା ଦେଇଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ । ଜି-7 ସମ୍ମିଳନୀ ପାଇଁ ସେଠାରେ ଅଷ୍ଟ୍ରେଲିଆ, ଆମେରିକା ଜାପାନ ଓ ଭାରତ ବୈଠକ କରିବେ ।

ଅଷ୍ଟ୍ରେଲିଆର ସିଡନୀରେ ପଞ୍ଚମ କ୍ବାଡ୍‌ ସମ୍ମିଳନୀ ଅନୁଷ୍ଠତ ହୋଇଥାନ୍ତା । ଇଣ୍ଡୋ ପାସିଫିକର ସୁରକ୍ଷା କ୍ବାଡ୍‌ ଦେଶର ମୁଖ୍ୟ ଲକ୍ଷ୍ୟ । ବିଶେଷ କରି ସଙ୍କଟ ସମୟରେ ସହଯୋଗ, ବିଶ୍ବ ସ୍ବାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଡୋମେନ ସଚେତନତା, ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ଥିରତା ଏବଂ ଅନ୍ୟାନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କ୍ବାଡ ଲିଡରଙ୍କ ମଧ୍ୟରେ ଆଲୋଚନା ହୋଇଥାଏ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଇ 19ରୁ 21 ଯାଏ ଜାପାନରେ ହେବାକୁ ଥିବା ଜି-7 ଲିଡର ସମ୍ମିଳନୀରେ ଯୋଗ ଦେବେ। ମାତ୍ର ସେ ତାଙ୍କ ଅଷ୍ଟ୍ରେଲିଆ ଗସ୍ତ ସ୍ଥଗିତ କରିଥିବାକୁ କ୍ବାଡ ସମ୍ମିଳନୀ ବାତିଲ ହୋଇଛି । ଜାପନର ହିରୋସୀମାରେ ହେବାକୁ ଥିବା ଜି-7 ବୈଠକ ନେଇ ୬ ଦିନିଆ ଜାପାନ, ପପୁଆ ନିଉ ଗିନି ଓ ଅଷ୍ଟ୍ରେଲିଆ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି ।

ଏହା ବି ପଢନ୍ତୁ...ଆସନ୍ତା ୧୯ରୁ ଜାପାନ, ପପୁଆ ନିଉ ଗିନି ଓ ଅଷ୍ଟ୍ରେଲିଆ ଗସ୍ତ କରିବେ ମୋଦି

ପ୍ରକାଶଥାଉ କି, ପୂର୍ବ ବର୍ଷ ଜାପାନରେ ଚତୁର୍ଥ କ୍ବାଡ ସମ୍ମିଳନୀ ହୋଇଥିଲା । 2023 ସଂସ୍କରଣ ଆୟୋଜନ ଭାର ଅଷ୍ଟ୍ରେଲିଆ ନେବ ବୋଲି କ୍ବାଡ୍‌ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟର ସହମତି ପ୍ରକାଶ ପାଇଥିଲା । କ୍ବାଡ୍‌ ସମ୍ମିଳନୀ 2023ରେ ଅଂଶଗ୍ରହଣ କରିଥିବା ସମସ୍ତ 4 ରାଷ୍ଟ୍ରମୁଖ୍ୟ ମିଳିତ ମନ୍ତବ୍ୟରେ ଅଷ୍ଟ୍ରେଲିଆରେ ପଞ୍ଚମ କ୍ବାଡ୍‌ ସମ୍ମିଳନୀ ହେବ ବୋଲି ପ୍ରକାଶ କରିଥିଲେ । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ 50 ବିଲିଅନ୍ ଡଲାର ଖର୍ଚ୍ଚ ହେବ ବୋଲି ଘୋଷଣା ହୋଇଥିଲା ।

Last Updated :May 17, 2023, 1:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.