ETV Bharat / international

Dinner Diplomacy: ଦେଶୀ ଖାଦ୍ୟରେ ବିଦେଶୀ ଛୁଙ୍କ, ମୋଦିଙ୍କୁ ଖିଚଡି-ସିଙ୍ଗଡା ପରସିଲା ଆମେରିକା

author img

By

Published : Jun 24, 2023, 10:33 PM IST

US state dinner
US state dinner

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତରେ ହ୍ବାଇଟ ହାଉସ ପକ୍ଷରୁ କରାଯାଇଥିଲା ଭବ୍ୟ ସ୍ବାଗତ । ମୋଦିଙ୍କୁ ପରସାଯାଇଥିବା ରାତ୍ରି ଭୋଜନରେ ଥିଲା ଖିଚଡି ଓ ସିଙ୍ଗଡା । ଅଧିକ ପଢନ୍ତୁ

ୱାଶିଂଟନ: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରାଯାଇଥିଲା ଭବ୍ୟ ସ୍ବାଗତ । ହ୍ବାଇଟ ହାଉସ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ସହିତ ମୋଦିଙ୍କୁ ଭେଟି ଦିଆଯାଇଥିଲା ନୈଶ୍ୟ ରାତ୍ରି ଭୋଜନ । ଖାସ କଥା ହେଉଛି ମୋଦିଙ୍କ ଡିନର ଲାଗି ଶୁଦ୍ଧ ଶାକାହାରୀ ଭୋଜନ ଉପରେ ଗୁରୁତ୍ବ ଦିଆଯାଇଥିଲା । ରାତ୍ରି ଭୋଜନରେ ମାଂସ ଓ ଅଣ୍ଡାକୁ କରାଯାଇଥିଲା 'ବିଗ୍‌ ନୋ' । ମୋଦିଙ୍କ ପ୍ଲେଟରେ ଥିଲା ଖିଚଡି ସାଙ୍ଗକୁ ସିଙ୍ଗଡ଼ା ଓ ଅନେକ ପ୍ରକାରର ଭାରତୀୟ ଖାଦ୍ୟ । ମୋଦିଙ୍କ ଏହି ଗସ୍ତରେ ଆମେରିକା ଉଭୟ ଦେଶ ମଧ୍ୟରେ ଥିବା ୭୦ବର୍ଷର ସୁସମ୍ପର୍କକୁ ସମ୍ମାନ ଜଣାଇବା ଦିଗରେ ସମସ୍ତ ପ୍ରକାର ଉଦ୍ୟମ କରିଥିବା ଦେଖିବାକୁ ମିଳିଥିଲା ।

Samosa
ସିଙ୍ଗଡ଼ା

ଏହି ଗସ୍ତରେ ଅନେକ ଦିଗ ମଧ୍ୟରୁ ଗୋଟିଏ ଥିଲା ମୋଦିଙ୍କ ରାତ୍ରି ଭୋଜନ । ଏହି ଗାଲା ଡିନରରେ ସାମିଲ ହୋଇଥିଲା ୪୦୦ରୁ ଅଧିକ ଅତିଥି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅତିଥିଙ୍କୁ ପରସାଯାଇଥିଲା ଖିଚଡି । ଭାରତୀୟ ଖାଦ୍ୟରେ ଆମେରିକା ଖାଦ୍ୟ ସାମଗ୍ରୀର ଛୁଙ୍କ ଦେଖିବାକୁ ମିଳିଥିଲା । ଖିଚଡି ତିଆରି ଲାଗି ମାଣ୍ଡିଆ, ଡାଲି ଓ ଓକ୍ରାର ବ୍ୟବହାର କରାଯାଇଥିଲା । ମାଣ୍ଡିଆ ଓ ମକାର ଏକ ବ୍ୟଞ୍ଜନ ସାଙ୍ଗକୁ ଛତୁ ମଧ୍ୟ ସର୍ଭ କରାଯାଇଥିଲା । ପ୍ରତିଟି କାର୍ଯ୍ୟକ୍ରମରେ ଦୁଇ ଦେଶ ମଧ୍ୟରେ ଥିବା ସୁସମ୍ପର୍କର ଝଲକ ଦେଖାଇବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଫାଷ୍ଟ ଲେଡି ଜିଲ ବାଇଡେନଙ୍କ ଲକ୍ଷ୍ୟ ରହିଥିଲା ।

Khichdi
ମୋଦିଙ୍କ ପ୍ଲେଟରେ ଥିଲା ଖିଚଡି

ଏହା ବି ପଢନ୍ତୁ- PM Modi In US: ବିଦେଶୀ ଗାୟିକାଙ୍କ କଣ୍ଠରେ ଜନ ଗଣ ମନ, ମୋଦିଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ଖାଲି ସେତିକି ନୁହେଁ, ଡିନରରେ ସାମିଲ ହୋଇଥିବା ଅନ୍ୟ ଅତିଥିଙ୍କ ଉପରେ ମଧ୍ୟ ଖାସ ଦୃଷ୍ଟି ଦିଆଯାଇଥିଲା । ସେମାନଙ୍କ ଲାଗି ଆମିଷ ଭୋଜନର ମଧ୍ୟ ଆୟୋଜନ କରାଯାଇଥିଲା । କିଛି ସାମୁଦ୍ରିକ ମାଛର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ଏହାସହିତ ମିଲେଟ କେକ୍‌ ଓ ସମର ଡ୍ରିଙ୍କସକୁ ମଧ୍ୟ ମେନ୍ୟୁରେ ସ୍ଥାନ ଦିଆଯାଇଥିଲା । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଓ ସାଉଥ କୋରିଆ ରାଷ୍ଟ୍ରପତି ୟୁନ ସୁକ-ୟେଲଙ୍କ ପରେ ୩ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଇଡେନ ସରକାରଙ୍କ ପକ୍ଷରୁ ଏପରି ଭବ୍ୟ ସ୍ବାଗତ କରାଯାଇଥିଲା ।

ଏହା ବି ପଢନ୍ତୁ- ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ: ଭାରତ-ଆମେରିକା ସମ୍ପର୍କର ନୂଆ ଯୁଗ ଆରମ୍ଭ ହୋଇଛି

ପ୍ଲେଟର ସାଜସଜ୍ଜା ମଧ୍ୟ ଏକ ମୁଖ୍ୟ ଆକର୍ଷଣ ରହିଥିଲା । ପ୍ଲେଟରେ ଉଭୟ ଦେଶର ବନ୍ଧୁତ୍ବର ଝଲକ ଦେଖିବାକୁ ମିଳିଥିଲା । ଦେଶୀ ସାଙ୍ଗକୁ ବିଦେଶୀର ଛୁଙ୍କ ରହିଥିଲା । ଡାଇନିଂ ଟେବୁଲରେ ପଦ୍ମ ଫୁଲର କିଛି ଡିଜାଇନ ଦେଖିବାକୁ ଥିଲା । ଯାହାକି ଭାରତୀୟ ଡିଜାଇନର ହୋଇଥିବା ବେଳେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳୀୟ ଚିହ୍ନ ମଧ୍ୟ । ଏହାସହ ଉଭୟ ଦେଶର ଜାତୀୟ ପକ୍ଷୀ ମୟୂର ଓ ବାଲ୍‌ଡ ଇଗଲର ଫଟୋଚିତ୍ର ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.