ETV Bharat / international

ଭାରତୀୟ ବଂଶୋଦ୍ଭବ ଅଜୟ ବଙ୍ଗା ହେବେ ବିଶ୍ବ ବ୍ୟାଙ୍କ ମୁଖ୍ୟ

author img

By

Published : Feb 24, 2023, 9:10 AM IST

ବିଶ୍ବ ବ୍ୟାଙ୍କ ମୁଖ୍ୟ ଭାବେ ଭାରତୀୟ ବଂଶୋଦ୍ଭବ ଅଜୟ ବଙ୍ଗା ମନୋନୀତ । ଏହାପୂର୍ବରୁ ଡେଭିଡ ମାଲପାସ୍ ବିଶ୍ବବ୍ୟାଙ୍କ ଅଧ୍ୟକ୍ଷ ଥିଲେ । ଅଧିକ ପଢନ୍ତୁ

ଭାରତୀୟ ବଂଶୋଦ୍ଭବ ଅଜୟ ବଙ୍ଗା ହେବେ ବିଶ୍ବବ୍ୟାଙ୍କ ମୁଖ୍ୟ
ଭାରତୀୟ ବଂଶୋଦ୍ଭବ ଅଜୟ ବଙ୍ଗା ହେବେ ବିଶ୍ବବ୍ୟାଙ୍କ ମୁଖ୍ୟ

ୱାଶିଂଟନ: ଆଉ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ବଡ ଦାୟିତ୍ବ । ବିଶ୍ବ ବ୍ୟାଙ୍କ ମୁଖ୍ୟ ହେବେ ଭାରତୀୟ ବଂଶୋଦ୍ଭବ ଅଜୟ ବଙ୍ଗା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମାଷ୍ଟରକାର୍ଡର ପୂର୍ବତନ ସିଇଓ ତଥା ପ୍ରତିଷ୍ଠିତ ବ୍ୟବସାୟୀ ଅଜୟ ବଙ୍ଗାଙ୍କୁ ବିଶ୍ବବ୍ୟାଙ୍କର ମୁଖ୍ୟ ଭାବେ ମନୋନୀତ କରିଛନ୍ତି । ଏନେଇ ବାଇଡେନ ବୟାନରେ କହିଛନ୍ତି ଯେ, ଅଜୟ ବଙ୍ଗାଙ୍କ ନିକଟରେ ଅନ୍ତର୍ଜାତୀୟ କମ୍ପାନୀ ଗୁଡିକ ସହ କାର୍ଯ୍ୟ କରିବାର ଭଲ ଅଭିଜ୍ଞତା ରହିଛି । ବିଶ୍ବବ୍ୟାଙ୍କର ନେତୃତ୍ବ ନେବାରେ ସେ ସକ୍ଷମ ।

୬୩ ବର୍ଷୀୟ ଅଜୟ ବଙ୍ଗା ବର୍ତ୍ତମାନ ଇକ୍ବିଟି ଫାର୍ମ ଜେନେରାଲ ଆଟଲାଣ୍ଟିକର(General Atlantic) ଉପାଧ୍ୟକ୍ଷ ଅଛନ୍ତି । ପୂର୍ବରୁ ସେ ମାଷ୍ଟରକାର୍ଡ ସିଇଓ ଥିଲେ । ''ସେ ବିଶ୍ବବ୍ୟାଙ୍କ ନେତୃତ୍ବ ନେବାକୁ ଉପଯୁକ୍ତ । ଅନ୍ତର୍ଜାତୀୟ କମ୍ପାନୀଗୁଡିକର ଗଠନ ଓ ପରିଚାଳନାରେ ତାଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି'' ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି ।

ଏହାପୂର୍ବରୁ ଡେଭିଡ ମାଲପାସ୍ ବିଶ୍ବବ୍ୟାଙ୍କ ମୁଖ୍ୟ ଥିଲେ । ଗତ ସପ୍ତାହରେ ସେ ନିଜ ଇସ୍ତଫା ଘୋଷଣା କରିଥିଲେ । ୨୦୧୯ ମସିହାରେ ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ବିଶ୍ବବ୍ୟାଙ୍କ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ । ସେ ଇସ୍ତଫା ଘୋଷଣା କରିବା ପରେ ବାଇଡେନ ବଙ୍ଗାଙ୍କୁ ବିଶ୍ବବ୍ୟାଙ୍କର ମୁଖ୍ୟ ଭାବେ ମନୋନୀତ କରିଛନ୍ତି ।

୨୦୧୬ରେ ପଦ୍ମଶ୍ରୀ ସମ୍ମାନ: ଅଜୟ ବଙ୍ଗାଙ୍କୁ ୨୦୧୬ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏବେ ସେ ବିଶ୍ବବ୍ୟାଙ୍କର ଅଧ୍ୟକ୍ଷ ଭାବେ ମନୋନୀତ ହେବା ପରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ କହିଛନ୍ତି ଯେ, ବଙ୍ଗା ଜଣେ ପରିବର୍ତ୍ତନକାରୀ ଅଧ୍ୟକ୍ଷ ସାବ୍ୟସ୍ତ ହେବେ । ୟୁଏସ୍-ଇଣ୍ଡିଆ ଷ୍ଟ୍ରାଟେଜିକ ପାର୍ଟନରସିପ୍ ଫୋରମ ବା USISPF ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛି ।

ଏହାମଧ୍ୟ ପଢନ୍ତୁ: ତୁର୍କୀ ଉପରେ ପ୍ରକୃତିର କୋପ: ପୁଣି ଭୂକମ୍ପରେ ଥରିଲା, 47 ହଜାରରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

USISPFର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମୁକେଶ ଅଘି କହିଛନ୍ତି ଯେ, ଅଜୟ ବଙ୍ଗା ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କ ସୁଦୃଢ କରିବା ଉପରେ ବିଶ୍ବାସ ରଖନ୍ତି । ବଙ୍ଗା USISPFକୁ ସଂସ୍ଥାପକ ବୋର୍ଡ ସଦସ୍ୟ ଭାବେ ସ୍ଥାପିତ କରିବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଫଳରେ ଗତ ୫ ବର୍ଷରେ ଆମେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛୁ ବୋଲି ଅଘି କହିଛନ୍ତି । କହିରଖୁଛୁ କି, ଆମେରିକା ବିଶ୍ବବ୍ୟାଙ୍କର ସବୁଠୁ ବଡ ସେୟାର ହୋଲ୍ଡର ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.