ETV Bharat / international

ଆଶ୍ଚର୍ଯ୍ୟ ! ବିମାନ ଦୁର୍ଘଟଣାର 40 ଦିନ ପରେ ଜୀବିତ ଉଦ୍ଧାର ହେଲେ 4 ପିଲା

author img

By

Published : Jun 10, 2023, 9:12 AM IST

plane crash
plane crash

ମେ 1ରେ କଲୋମ୍ବିଆ ଘଟିଥିଲା ବିମାନ ଦୁର୍ଘଟଣା । 40 ଦିନ ପରେ ଜୀବିତ ଉଦ୍ଧାର ହେଲେ 4 ପିଲା । ଅଧିକ ପଢନ୍ତୁ

ବାଗୋଟା: କଥାରେ ଅଛି ରଖେ ହରିତ ମାରେ କିଏ, ମାରେ ହରିତ ରଖେ କିଏ । ଏହି ଉକ୍ତିଟି ଏବେ ସତ୍ୟ ପ୍ରତିପାଦିତ ହୋଇଛି କଲୋମ୍ବିଆରେ ଘଟିଥିବା ଏକ ବିମାନ ଦୁର୍ଘଟଣା କ୍ଷେତ୍ରରେ । ଦୁର୍ଘଟଣାର 40 ଦିନ ପରେ ମଧ୍ୟ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି 4 ପିଲା । ଆମାଜନ ଜଙ୍ଗଲରୁ ଆହତ ପିଲାଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି କଲୋମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ।

ସେ କହିଛନ୍ତି ଯେ, 40 ଦିନ ପୂର୍ବେ କଲୋମ୍ବିଆରେ ଏକ ଛୋଟ ବିମାନ ଦୁର୍ଘଟଣା ହୋଇଥିଲା । ଏଠିରେ ଯାତ୍ରା କରୁଥିବା 4 ଜଣ ପିଲା ନିଖୋଜ ହୋଇଯାଇଥିବା ବେଳେ ଏବେ ସେମାନଙ୍କୁ ଆହତ ଅବସ୍ଥାରେ ଆମାଜନ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ଦୁର୍ଘଟଣା ପରେ ଆମାଜନ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ 40 ଦିନ ପରେ ସେମାନଙ୍କ ପତ୍ତା ପାଇଥିଲା ଉଦ୍ଧାରକାରୀ ଦଳ । ଆହତଙ୍କୁ ବର୍ତ୍ତମାନ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ଜାରି ରହିଥିବା ନେଇ କଲୋମ୍ବିଆ ରାଷ୍ଟ୍ରପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଦୁର୍ଘଟଣାର ଏକ ମାସରୁ ଊର୍ଦ୍ଧ୍ବ ସମୟ ପରେ ଜୀବିତ ଅବସ୍ଥାରେ ଶିଶୁଙ୍କୁ ଉଦ୍ଧାର କରିବା ଏକ ଆଶ୍ଚର୍ଯ୍ୟକର ବିଷୟ ବୋଲି କହିଛନ୍ତି ରାଷ୍ଟ୍ରପତି । ଉଦ୍ଧାର ହୋଇଥିବା 4 ଆହତଙ୍କ ମଧ୍ୟରୁ 2 ଜଣଙ୍କ ବୟସ 13 ଓ 9 ବର୍ଷ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ବୟସ 4ରୁ 1 ବର୍ଷ ମଧ୍ୟରେ ରହିଛି ।

ଗତ ମେ 1 ତାରିଖରେ ସେସନା ସିଙ୍ଗଲ-ଇଞ୍ଜିନ ପ୍ରପେଲର ବିମାନରେ 6 ଜଣ ଯାତ୍ରୀ ଯାତ୍ରା କରୁଥିଲେ । ହଠାତ୍‌ ବିମାନର ଇଞ୍ଜିନରେ ସମସ୍ୟା ଦେଖା ଦେବାରୁ ଜରୁରୀକାଳୀନ ଅବତରଣ ନେଇ ପାଇଲଟ କହିଥିଲେ । କିଛି ସମୟ ପରେ ବିମାନଟି କ୍ରାସ ହୋଇଯାଇଥିଲା । ଏହାପରେ ବିମାନରେ ଥିବା ଯାତ୍ରୀଙ୍କ ପତ୍ତା ମିଳିପାରିନଥିଲା । ଖୋଜାଖୋଜା ପରେ 2ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ 4ଜଣ ଯାତ୍ରୀ ନିଖୋଜ ରହିଥିଲେ । ତେବେ ସେମାନେ ଜୀବିତ ଅଛନ୍ତି ନା ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ରହିଥିଲା। ଦୁର୍ଘଟଣା ଦିନ ପରଠାରୁ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଶେଷରେ 40 ଦିନ ପରେ ଆମାଜନ ଜଙ୍ଗଲରୁ 4 ପିଲାଙ୍କୁ ଉଦ୍ଧାର କରାଯାଇଛି। ଆହତ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି । ଦୁର୍ଘଟଣାର ଏତେ ଦିନ ପରେ ଜୀବିତ ଅବସ୍ଥାରେ ସେମାନଙ୍କୁ ଠାବ କରାଯିବା ଏକ ଆଶ୍ଚର୍ଯ୍ୟକର ବିଷୟ।

ଚଳିତ ବର୍ଷ ଜାନୁଆରୀ ମାସରେ ନେପାଳ ରାଜଧାନୀ କାଠମାଣ୍ଡୁରେ ଭୟଙ୍କର ବିମାନ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ 70ଜଣଙ୍କ ମୃତ୍ୟୁ ହୋଇଥିଲା । ପୋଖରା ଅନ୍ତର୍ଜାତୀୟ ବିମାନ ବନ୍ଦରରରେ ୟେତି ଏୟାରଲାଇନ୍ସ ବିମାନଟି ଅବତରଣ ସମୟରେ ରନଓ୍ବେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.