ETV Bharat / international

ଆକାଶ ଛୁଆଁ ସୁନା ଦର, ବର୍ଷର ସବୁଠୁ ଅଧିକା

author img

By

Published : Feb 24, 2022, 6:32 PM IST

ଆକାଶ ଛୁଆଁ ସୁନା ଦର, ବର୍ଷର ସବୁଠୁ ଅଧିକା
ଆକାଶ ଛୁଆଁ ସୁନା ଦର, ବର୍ଷର ସବୁଠୁ ଅଧିକା

ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ବୃଦ୍ଧି ହେଲା ବିଭିନ୍ନ ସାମଗ୍ରୀ ମୂଲ୍ୟ । ଆକାଶ ଛୁଆଁ ସୁନା ଦର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା, ଶେଷରେ ତାହା ସତ ହୋଇଛି । ଋଷ-ୟୁକ୍ରେନ ତିକ୍ତତା ଭୟାନକ ରୂପ ନେଇଛି । ଆଜି(ଗୁରୁବାର) ସକାଳୁ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଦେଇଛି । ଫଳରେ ଏହାର ସିଧା ପ୍ରଭାବ ଅନ୍ତର୍ଜାତୀୟ ବଜାରରେ ପଡିଛି। ତୈଳଦର ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ମାତ୍ରାଧିକ ବୃଦ୍ଧି ପାଇଛି ।

ଏହି ପରିପ୍ରେକ୍ଷୀରେ ଆଜି ଆକାଶ ଛୁଆଁ ହୋଇଛି ସୁନାଦର । ବର୍ତ୍ତମାନ ବିବାହ ସିଜନ୍ ଚାଲିଥିବା ସମୟରେ ସୁନାର ଦରବୃଦ୍ଧି ଗ୍ରାହକଙ୍କୁ ଶକ୍ତ ଝଟକା ଦେଇଛି । ତେବେ ଗତକାଲି 10 ଗ୍ରାମ ସୁନାକୁ 50,180 ଥିବାବେଳେ ଆଜି(ଗୁରୁବାର) 51,750 କୁ ବୃଦ୍ଧି ପାଇଛି । ଏହା ବିଗତ ଏକ ବର୍ଷ ମଧ୍ୟରେ ପ୍ରଥମ କରି ଗୋଟିଏ ଦିନ ଅନ୍ତରାଳରେ ମାତ୍ରାଧିକ ଦରବୃଦ୍ଧି ।

ଏହା ମଧ୍ୟ ପଢନ୍ତୁ:- Ukraine Crisis: ଅନ୍ତର୍ଜାତୀୟ ବଜାରକୁ ଝଟକା, ଖସିଲା Cryptocurrency-Bitcoin

ତେବେ ଗତକାଲି ତୁଳନାରେ ଆଜି ସୁନା ଦର ୧,୩୪୧ ଟଙ୍କା ବା ୨.୬୬ ପ୍ରତିଶତ ବୃଦ୍ଧି ପାଇଛି । ଭାରତୀୟ ସମୟ ମଧ୍ୟାହ୍ନ ୨.୨୫ରେ ଏହି ଦର ଲାଗୁ ହୋଇଛି । ଏପ୍ରିଲ ୫ ପର୍ଯ୍ୟନ୍ତ ଦେଶରେ ସୁନା ଦର 51,750 ଟଙ୍କା ରହିବ । ସେପଟେ ରୂପା ଏବଂ ହୀରା ଦର ମଧ୍ୟ ବଢିଛି ।

ଏହା ମଧ୍ୟ ପଢନ୍ତୁ:- Russia Ukraine War: ବିଶ୍ବ ଧନୀଙ୍କୁ ଲାଗିଲା ଝଟକା

ଗତକାଲି ତୁଳନାରେ ୩.୦୩ ପ୍ରତିଶତ ବଢିଛି ରୂପା ଦର । ନୂଆ ଦର ଅନୁସାରେ ଏକ କିଲୋଗ୍ରାମ ରୂପା ଦର ୬୬ ହଜାର ୫୪୦ରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦର ୧.୯ ପ୍ରତିଶତ ବୃଦ୍ଧି ପାଇ ପ୍ରତି ଅନ୍ସ(୨୮ ଗ୍ରାମ) ୧.୯୪୩.୮୬ ଡଲାରକୁ ବୃଦ୍ଧି ପାଇଛି । ଯାହା ଜାନୁଆରୀ ୨୦୨୧ ଠାରୁ ସର୍ବାଧିକ ଦର ବୃଦ୍ଧି । ସେପଟେ ଆମେରିକା ସୁନା ଦର ପ୍ରତି ଅନ୍ସକୁ ୨ ପ୍ରତିଶତ ବୃଦ୍ଧି ପାଇ ୧,୯୪୯.୨୦ ଡଲାରରେ ପହଞ୍ଚିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.