Russia Ukraine War: ବିଶ୍ବ ଧନୀଙ୍କୁ ଲାଗିଲା ଝଟକା

author img

By

Published : Feb 24, 2022, 4:08 PM IST

Updated : Feb 24, 2022, 4:22 PM IST

Russia Ukraine War: ବିଶ୍ବ ଧନୀଙ୍କୁ ଲାଗିଲା ଝଟକା

ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତିଙ୍କୁ ଝଟକା । ୨୦୦ ବିଲିୟନ ଡଲାରକୁ ଖସିଲା ସମ୍ପତ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି କରିଛି ଋଷ-ୟୁକ୍ରେନ ଯୁଦ୍ଧ (Russia Ukraine War) । ଆଜି(ଗୁରୁବାର) ସକାଳୁ ସକାଳୁ ୟୁକ୍ରେନ ଉପରେ ଋଷର ହମଲା ପରେ ପୃଥିବୀର କୋଣ ଅନୁକୋଣରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ଏଥିରୁ ବାଦ୍ ପଡିନାହାନ୍ତି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ।

ଋଷ-ୟୁକ୍ରେନ ଯୁଦ୍ଧ କାରଣରୁ ବିଶ୍ୱ ଷ୍ଟକ୍ ମାର୍କେଟରେ ଏକ ବଡ଼ ହ୍ରାସ ଘଟିଛି । ଫଳରେ ବିଶ୍ବର ଧନୀ ବ୍ୟକ୍ତି ଭାବେ ପରିଗଣିତ ହେଉଥିବା ଟେସଲାର CEO ତଥା ଦକ୍ଷିଣ ଆଫ୍ରିକାର ଏଲୋନ ମସ୍କଙ୍କୁ ଲାଗିଛି ବଡ ଝଟକା । ଏଲୋନ୍ ମସ୍କଙ୍କ ସମ୍ପତ୍ତି ବର୍ତ୍ତମାନ ୨୦୦ ବିଲିୟନ ଡଲାରକୁ ହ୍ରାସ ପାଇଛି ।

ଏହା ମଧ୍ୟ ପଢନ୍ତୁ:- Russia-Ukraine War: 6 ଫାଇଟରଜେଟ୍ ଖସାଇବା, 50 ଋଷ ସେନାଙ୍କ ମୃତ୍ୟୁ ଦାବି କଲା ୟୁକ୍ରେନ

ଗୋଟିଏ ସମୟରେ ମସ୍କଙ୍କ ମୋଟ ମୂଲ୍ୟ ୩୦୦ ବିଲିୟନ ଡଲାର ଅତିକ୍ରମ କରିଥିଲା । ହେଲେ ବୁଧବାର ଷ୍ଟକ ଏକ୍ସଚେଞ୍ଜ ଡାଉନ ପରେ ମସ୍କ ୧୩.୩ ବିଲିୟନ ଡ଼ଲାରର କ୍ଷତି ସହିଛନ୍ତି । ତାଙ୍କ ନେଟ୍ ମୂଲ୍ୟ ୧୯୮.୬ ବିଲିୟନ ଡ଼ଲାରକୁ ଖସି ଆସିଛି । ଦୀର୍ଘଦିନ ପରେ କୌଣସି ବିଲିୟନେୟାରଙ୍କ ନେଟ୍ ମୂଲ୍ୟ ୨୦୦ ବିଲିୟନ ଡଲାରକୁ ହ୍ରାସ ପାଇଛି ।

Last Updated :Feb 24, 2022, 4:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.