ETV Bharat / international

ବ୍ରିଟେନରେ କୋଭିସିଲ୍ଡକୁ ସ୍ବୀକୃତି, ଆଜି କୋୱିନକୁ ନେଇ ଆସିବ ନିଷ୍ପତ୍ତି

author img

By

Published : Sep 23, 2021, 10:55 AM IST

ବ୍ରିଟେନରେ କୋଭିସିଲ୍ଡକୁ ସ୍ବୀକୃତି, ଆଜି କୋୱିନକୁ ନେଇ ଆସିବ ନିଷ୍ପତ୍ତି
ବ୍ରିଟେନରେ କୋଭିସିଲ୍ଡକୁ ସ୍ବୀକୃତି, ଆଜି କୋୱିନକୁ ନେଇ ଆସିବ ନିଷ୍ପତ୍ତି

ବ୍ରିଟେନରେ କୋଭିସିଲ୍ଡକୁ ସ୍ବୀକୃତି ଦେଲେ ସରକାର । ଭାରତ ସରକାରଙ୍କ ଠାରୁ କଡା ଚେତାବନୀ ପାଇବା ପରେ ସ୍ବୀକୃତି ଦେଇଛନ୍ତି । ଆଜି କୋୱିନ୍ ସାର୍ଟିଫିକେଟ ନେଇ ସ୍ପଷ୍ଟ କରିବ ଇଂଲଣ୍ଡ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: କୋଭିସିଲ୍ଡ ଟିକାକୁ ସ୍ବୀକୃତି ଦେଲା ଇଂଲଣ୍ଡ । ଭାରତ ଠାରୁ କଡା ଚେତାବନୀ ପାଇବା ପରେ କୋଭିସିଲ୍ଡକୁ ବ୍ରିଟେନରେ ଅନୁମତି ଦେଇଛି ଇଂଲଣ୍ଡ । ତେବେ କୋୱିନ ସାର୍ଟିଫିକେଟକୁ ସ୍ବୀକୃତି ଦେଇ ନ ଥିବାବେଳେ ଆଜି(ଗୁରୁବାର) ଏନେଇ ସ୍ପଷ୍ଟ କରିବ।

ବ୍ରିଟେନ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶାବଳି ଅନୁଯାୟୀ ବ୍ରିଟେନରେ କୋଭିସିଲ୍ଡ ଟିକାକୁ ନେଇ କୌଣସି ସମସ୍ୟା ନାହିଁ । କିନ୍ତୁ ଭାରତ ଦ୍ବାରା ଦିଆଯାଉଥିବା ଟିକା ସାର୍ଟିଫିକେଟକୁ ନେଇ ସମସ୍ୟା ରହିଛି । ଏନେଇ ବିବାଦ ଲାଗି ରହିବାରୁ ବ୍ରିଟେନ ଆଜି ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ:-ଭାରତୀୟଙ୍କ ପାଇଁ ଇଂଲଣ୍ଡରେ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

ତେବେ ବ୍ରିଟେନ ଭାରତର କୋଭିସିଲ୍ଡ ନୁହଁ ଟୀକାକରଣ ପ୍ରମାଣୀକରଣ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକଟ କରିଛି । ତେଣୁ ଟିକା ନେଇଥିବା ବ୍ୟକ୍ତି ମଧ୍ୟ କ୍ବାରେଣ୍ଟାଇନରେ ରହିବେ ବୋଲି ବ୍ରିଟେନ ସରକାର ଘୋଷଣା କହିଛନ୍ତି । ଭାରତ ସରକାର କିନ୍ତୁ ବ୍ରିଟେନର ଏହି ନିଷ୍ପତ୍ତିକୁ ଭେଦଭାବପୂର୍ଣ୍ଣ ଦର୍ଶାଇବା ସହ ଭାରତ ମଧ୍ୟ ଏହାର କଡା ଅନୁରୂପ ପଦକ୍ଷେପ ଗ୍ରହଣ କରିବ ବୋଲି ଚେତାବନୀ ଦେଇଥିଲା

ଏହାପରେ କୋଭିସିଲ୍ଡକୁ ସ୍ବୀକୃତି ଦେଇଛନ୍ତି ବ୍ରିଟେନ ସରକାର । ତେବେ କୋୱିନ୍ ସାର୍ଟିଫିକେଟକୁ ନେଇ ରଖିଥିବା ସନ୍ଦେହର ଆଜି ଅବସାନ ଘଟିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.