ETV Bharat / international

ଭାରତୀୟଙ୍କ ପାଇଁ ଇଂଲଣ୍ଡରେ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

author img

By

Published : Sep 23, 2021, 8:16 AM IST

ଭାରତୀୟ ଯାତ୍ରୀଙ୍କ ପାଇଁ କଟକଣା କୋହଳ କଲାନି ଇଂଲଣ୍ଡ । କେତେକ କାରଣ ଦର୍ଶାଇ ନିଷ୍ପତ୍ତିରେ ଅଟଳ ରହିଲେ ବ୍ରିଟେନ ସରକାର । ଅଧିକ ପଢନ୍ତୁ...

ଭାରତୀୟଙ୍କ ପାଇଁ ଇଂଲଣ୍ଡରେ କ୍ବାରେଣ୍ଡାଇନ ବାଧ୍ୟତାମୂଳକ
ଭାରତୀୟଙ୍କ ପାଇଁ ଇଂଲଣ୍ଡରେ କ୍ବାରେଣ୍ଡାଇନ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଭାରତୀୟ ଯାତ୍ରୀଙ୍କ ପାଇଁ କଟକଣା କୋହଳ କଲାନି ଇଂଲଣ୍ଡ । ଭାରତରୁ ଇଂଲଣ୍ଡ ଆସିଲେ କ୍ବାରେଣ୍ଟାଇନ ବାଧ୍ୟତାମୂଳକ ବୋଲି ସ୍ପଷ୍ଟ କଲେ ସରକାର । କେତେକ କାରଣ ଦର୍ଶାଇ ବ୍ରିଟେନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

କୋଭିସିଲ୍ଡର ୨ଟି ଡୋଜ୍ ଟିକା ନେଇଥିଲେ ମଧ୍ୟ ଭାରତୀୟଙ୍କୁ କ୍ବାରେଣ୍ଟାଇନ ବାଧ୍ୟତାମୂଳକ ବୋଲି ବ୍ରିଟିସ ହାଇ କମିଶନର ଆଲେକ୍ସ ଏଲିସ କହିଛନ୍ତି । ଏଥିସହ RT-PCR ଟେଷ୍ଟ ମଧ୍ୟ କରାଇବାକୁ ପଡିବ । ଏହାକୁ ନେଇ ଲାଗିଥିବା ବିବାଦର ଅନ୍ତଘଟାଇ ଆଲେକ୍ସ କହିଛନ୍ତି ଯେ, କୋଭିସିଲ୍ଡ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଦ୍ବାରା ପ୍ରସ୍ତୁତ ହୋଇଥିବାରୁ ବାରଣ କରାଯାଉଛି ବୋଲି କହିବା ସମ୍ପୂର୍ଣ୍ଣ ଭୁଲ୍ ଏହା 'ପ୍ରାସଙ୍ଗିକ ନୁହେଁ' ।

ଯଦିଓ କୋଭିସିଲ୍ଡ ବ୍ରିଟେନର ଅକ୍ଲଫୋର୍ଡ-ଆଷ୍ଟ୍ରାଜେନିକା ଟିକା ସହ ସମକକ୍ଷ ତଥାପି ବର୍ତ୍ତମାନ ସୁଦ୍ଧା ସରକାର ଏହାକୁ ଅନୁମୋଦନ ଦେଇନାହାନ୍ତି । ବ୍ରିଟେନକୁ ପ୍ରବେଶ ନେଇ ଗ୍ରୀନ ସିଗନାଲ୍ ପାଇଥିବା ୧୭ ଦେଶ ମଧ୍ୟରୁ ଭାରତ ତାଲିକାଭୁକ୍ତ ନାହିଁ । ବର୍ତ୍ତମାନ ମଧ୍ୟ ଭାରତରେ କୋଭିଡର ଲକ୍ଷଣ ଦେଖାଦେଉଛି । ତେଣୁ ଭାରତୀୟ ଯାତ୍ରୀଙ୍କୁ କ୍ବାରେଣ୍ଟାଇନ ଏବଂ RT-PCR ଟେଷ୍ଟ ବାଧ୍ୟତାମୂଳକ ରଖାଯାଇଛି ବୋଲି ଇଂଲଣ୍ଡ ହାଇ କମିଶନର ଆଲେକ୍ସ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.