ETV Bharat / international

ତାଲିବାନ ଫାଇଟର୍ସ ଓ ସଶସ୍ତ୍ର ଦୁର୍ବୃତ୍ତଙ୍କ ମଧ୍ୟରେ ସଂଘର୍ଷ, 17 ମୃତ

author img

By

Published : Oct 25, 2021, 10:38 AM IST

ଆଫଗାନିସ୍ତାନରେ ଥମୁନି ହିଂସା, ତାଲିବାନ ଫାଇଟର୍ସ ଓ ସଶସ୍ତ୍ର ଲୋକଙ୍କ ମଧ୍ୟରେ ସଂଘର୍ଷରେ 17 ମୃତ
ଆଫଗାନିସ୍ତାନରେ ଥମୁନି ହିଂସା, ତାଲିବାନ ଫାଇଟର୍ସ ଓ ସଶସ୍ତ୍ର ଲୋକଙ୍କ ମଧ୍ୟରେ ସଂଘର୍ଷରେ 17 ମୃତ

ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ବି ସେଠାରେ କମୁନି ହିଂସା । ପଶ୍ଚିମ ଆଫଗାନିସ୍ତାନ ହେରାତ ପ୍ରଦେଶରେ ତାଲିବାନ ଫାଇଟର୍ସ ଏବଂ କିଛି ସଶସ୍ତ୍ର ଦୁର୍ବୃତ୍ତଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଯେଉଁଥିରେ 17 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ବି ସେଠାରେ କମୁନି ହିଂସା । ଏବେ ବି ଜାରି ରହିଛି ସଂଘର୍ଷ । ଏହାରି ମଧ୍ୟରେ ପଶ୍ଚିମ ଆଫଗାନିସ୍ତାନ ହେରାତ ପ୍ରଦେଶରେ ତାଲିବାନ ଫାଇଟର୍ସ ଏବଂ କିଛି ସଶସ୍ତ୍ର ଦୁର୍ବୃତ୍ତଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଯେଉଁଥିରେ 17 ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସୋମବାର ସ୍ଥାନୀୟ ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି । ସୂତ୍ରରୁ ପ୍ରକାଶ ଯେ ସାତ ଶିଶୁ, ତିନି ମହିଳା ଏବଂ ସାତ ପୁରୁଷଙ୍କ ସମେତ 17 ଜଣଙ୍କ ମୃତଦେହ ଆଜି (ସୋମବାର) ହେରାତ ପ୍ରଦେଶର ଏକ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ସମସ୍ତଙ୍କ ଦେହରେ ଗୁଳି ବାଜି ମୃତ୍ୟୁବରଣ କରିଥିବା ଜଣାପଡିଥିଲା ।

ଆଫଗାନିସ୍ତାନ ଅଧିକାରୀଙ୍କ କହିବାନୁସାରେ, ଅପହରଣରେ ସମ୍ପୃକ୍ତ ସ୍ଥାନୀୟ ଅପରାଧୀଙ୍କ ବିରୋଧରେ ତାଲିବାନ ରବିବାର ହେରାତରେ ଏକ ସ୍ବତନ୍ତ୍ର ଅପରେସନ ଆରମ୍ଭ କରିଥିଲା। ଆଉ ସେହି ସମୟରେ ଅତି କମରେ ତିନି ଅପରାଧୀଙ୍କର ମୃତ୍ୟୁ ଘଟିଥିଲା।

ପ୍ରକାଶଥାଉକି, ଅଗଷ୍ଟ 15 ରେ ରାଜଧାନୀ କାବୁଲକୁ କାବୁ କରିବା ପରେ ତାଲିବାନ ଆଫଗାନିସ୍ତାନରେ କ୍ଷମତାକୁ ଆସିଥିଲା। ତାଲିବାନ କ୍ଷମତାକୁ ଆସିବା ପରେ ରାଷ୍ଟ୍ରପତି ଅଶରଫ ଘାନିଙ୍କୁ କ୍ଷମତାରୁ ହଟାଇ ଦିଆଯାଇଥିଲା ଏବଂ ଏହା ପରେ ବିଦେଶୀ ଶ୍ରମିକ ଏବଂ ଆଫଗାନିସ୍ତାନ ସହଯୋଗୀ ଦଳକୁ ମଧ୍ୟ ଘଉଡାଇବା ଆରମ୍ଭ ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.