ETV Bharat / entertainment

Athiya-KL Rahul wedding: ଏହି ବିଳାସପୂର୍ଣ୍ଣ ଫାର୍ମହାଉସରେ ହେବ ବିବାହ ଉତ୍ସବ, ଦେଖନ୍ତୁ ଭିଡ଼ିଓ

author img

By

Published : Jan 22, 2023, 11:47 AM IST

Athiya -KL Rahul wedding
Athiya -KL Rahul wedding

ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧିହେବେ ଷ୍ଟାର କପଲ ଆଥିଆ ଶେଟ୍ଟୀ ଓ କେ.ଏଲ ରାହୁଲ । ଖଣ୍ଡାଲା ସ୍ଥିତ ଫାର୍ମହାଉସରେ ବିବାହ ଉତ୍ସବ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅଧିକ ପଢ଼ନ୍ତୁ

Athiya and KL Rahul wedding

ମୁମ୍ବାଇ: ଆସନ୍ତାକାଲି(ସୋମବାର) ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀ ଏବଂ ଷ୍ଟାର କ୍ରିକେଟର କେ.ଏଲ ରାହୁଲ । ଏହି ଷ୍ଟାର କପଲଙ୍କ ବିବାହକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଉଭୟଙ୍କ ବିବାହ ସ୍ଥାନ ମଧ୍ୟ ସଜେଇ ହୋଇସାରିଛି । ବିବାହ ପୂର୍ବରୁ ଆଥିଆଙ୍କ ପିତା ତଥା ଅଭିନେତା ସୁନୀଲ ସେଟ୍ଟୀ ବିବାହ ଭେନ୍ୟୁ ନିକଟରେ ପହଞ୍ଚି ସାରିଛନ୍ତି । ତେବେ ଆଥିଆ ଓ କେ.ଏଲ ରାହୁଲଙ୍କ ବିବାହରେ ନୋ-ଫୋନ ନୀତି ଆପଣାଯାଇଛି ।

ମୁମ୍ବାଇ ଖଣ୍ଡାଲା ସ୍ଥିତ ବଲିଉଡ ତାରକା ସୁନୀଲ ସେଟ୍ଟୀଙ୍କ ବିଳାସପୂର୍ଣ୍ଣ ଫାର୍ମ ହାଉସରେ ଆଥିଆଙ୍କ ବିବାହ ଉତ୍ସବ ଆୟୋଜନ କରାଯାଇଛି । ଆସନ୍ତାକାଲି ବିବାହ ଥିବାବେଳେ ଫାର୍ମହାଉସକୁ ଫୁଲରେ ସଜାଯାଇଛି । ସୂଚନା ଅନୁଯାୟୀ ଏହି ଷ୍ଟାର କପଲଙ୍କ ବିବାହ ଥିମ ଗୋଲ୍ଡେନ ରହିଛି । ସେମାନଙ୍କ ବିବାହରେ କେବଳ ନିକଟ ସମ୍ପର୍କୀୟ ଏବଂ ଘନିଷ୍ଟ ବନ୍ଧୁଙ୍କ ସମେତ 100ରୁ କମ ଅତିଥି ସାମିଲ ହେବେ । ପୂର୍ବ ରିପୋର୍ଟ ଅନୁଯାୟୀ ଖଣ୍ଡାଲା ସ୍ଥିତ ବିବାହ ଉତ୍ସବରେ ବଲିଉଡର କୌଣସି ବଡ ସେଲିବ୍ରେଟି ଯୋଗ ଦେବେ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: Athiya Shetty-KL Rahul wedding: ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ, ଦେଖନ୍ତୁ ଭିଡିଓ

ତେବେ ବିବାହ ଉତ୍ସବରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଫୋନ ବାରଣ କରାଯିବ । ଏପରିକି ଯେପର୍ଯ୍ୟନ୍ତ ଆଥିଆ ଓ ରାହୁଲ ସେମାନଙ୍କ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିନାହାନ୍ତି, ସେପର୍ଯ୍ୟନ୍ତ ବିବାହରେ ସାମିଲ ହେବାକୁ ଥିବା କୌଣସି ଅତିଥି ସେମାନଙ୍କ ଫଟୋ ଏବଂ ଭିଡ଼ିଓକୁ ପୋଷ୍ଟ କରିପାରିବେ ନାହିଁ । ଆସନ୍ତାକାଲି ଆଥିଆ ଓ ରାହୁଲଙ୍କ ବିବାହ ଅନୁଷ୍ଠିତ ହେବ । ଏହାପୂର୍ବରୁ ଗତ 21 ତାରିଖରେ ହଳଦୀ କାର୍ଯ୍ୟକ୍ରମ ହୋଇଥିଲା । ଏହାପରେ ସଙ୍ଗୀତ ଓ ମେହେନ୍ଦୀ ସମାରୋହ ହୋଇଛି ।

କିନ୍ତୁ ବିବାହକୁ ନେଇ ଷ୍ଟାର କପଲଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ବଙ୍ଗଳା 17 ବର୍ଷ ପୁରୁଣା ହୋଇଥିବା ବେଳେ ବିବାହ କାର୍ଯ୍ୟ ଅତ୍ୟନ୍ତ ଜାକଜକମର ସହ ଭବ୍ୟ ଭାବରେ ହେବାକୁ ଯାଉଛି । କିନ୍ତୁ ଏହାକୁ ବ୍ୟକ୍ତିଗତ ଢଙ୍ଗରେ ରଖାଯିବ । ସୋସିଆଲ ମିଡ଼ିଆରେ ପ୍ରକାଶିତ ଖବର ଅନୁଯାୟୀ, ବିବାହ ପରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍ସନ ରଖାଯାଇଛି । ଯେଉଁଥିରେ ବଲିଉଡର ସେଲିବ୍ରେଟି ତଥା ଷ୍ଟାର କ୍ରିକେଟରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.