Athiya Shetty-KL Rahul wedding: ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ, ଦେଖନ୍ତୁ ଭିଡିଓ

By

Published : Jan 19, 2023, 7:57 AM IST

Updated : Feb 3, 2023, 8:39 PM IST

thumbnail

ମୁମ୍ବାଇ: ବଲିଉଡ ଷ୍ଟାର ସୁନୀଲ ଶେଟ୍ଟୀଙ୍କ ଘରେ ଖୁବ୍ ଶୀଘ୍ର ବାଜିବାକୁ ଯାଉଛି ସାହାନାଇ । ସୁନୀଲ ଶେଟ୍ଟୀ ତାଙ୍କ ଝିଅ ଆଥିଆ ଶେଟ୍ଟୀଙ୍କୁ ଷ୍ଟାର କ୍ରିକେଟର କେ.ଏଲ୍ ରାହୁଲଙ୍କ ସହ ବିବାହ କରେଇବାକୁ ଯାଉଛନ୍ତି । ତେବେ ଏହି ସମୟରେ ସୋସିଆଲ ମିଡିଆରେ ବାହାଘର ପାଇଁ ଚାଲିଥିବା ପ୍ରସ୍ତୁତିର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଠାରେ କେ.ଏଲ୍ ରାହୁଲଙ୍କ ଘରକୁ ଆଲୋକରେ ସଜାଯାଇଛି । ତେବେ ଏହି ଭିଡିଓ ପାଲି ହିଲ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଆଥିଆ ଶେଟ୍ଟୀ ଏବଂ କେ.ଏଲ୍ ରାହୁଲଙ୍କ ବିବାହ ଜାନୁଆରୀ 23ରେ ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ବଙ୍ଗଳାରେ ହେବ । ଜାନୁଆରୀ 21ରେ ଆଥିଆଙ୍କ ହଳଦୀ କାର୍ଯ୍ୟକ୍ରମ ହେବ । ଏହା ପରେ ସଂଗୀତ ଏବଂ ମେହେନ୍ଦି ସମାରୋହର ରୀତିନୀତି ଅନୁସାରେ ଆରମ୍ଭ ହେବ ।

ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ବଙ୍ଗଳା 17 ବର୍ଷ ପୁରୁଣା ହୋଇଥିବା ବେଳେ ଏହି ବିବାହ ଉତ୍ସବରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ସାମିଲ ହେବେ ବୋଲି ଶୁଣିବାକୁ ମିଳିଛି । ଏଥିସହ ରିପୋର୍ଟ ଅନୁଯାୟୀ ଜାଣିବାକୁ ମିଳିଛି ଯେ, ଆଥିଆ ଏବଂ କେ.ଏଲ୍ ରାହୁଲ ସେମାନଙ୍କ ବିବାହ ପାଇଁ ଏକ ଫାଇଭ ଷ୍ଟାର ରିସୋର୍ଟ ବୁକ୍ କରିଛନ୍ତି । 

ସୂଚନା ଥାଉକି, କେ.ଏଲ ରାହୁଲ ଓ ଆଥିଆ ପରସ୍ପରକୁ 2018ରୁ ଡେଟ କରୁଛନ୍ତି । ଏଥିସହ ବିଶେଷ ଉତ୍ସବରେ ମଧ୍ୟ ଉଭୟ ସୋସିଆଲ ମିଡିଆରେ ସେମାନଙ୍କର ଫଟୋ ସେୟାର କରନ୍ତି । ସେହିପରି ଦୀର୍ଘ ସମୟ ପରେ ଉଭୟଙ୍କ ବିବାହ ବିଷୟରେ ବିଭିନ୍ନ ପ୍ରକାରର ଖବର ସାମ୍ନାକୁ ଆସୁଛି । କିନ୍ତୁ ସୁନୀଲ ଶେଟ୍ଟୀ, ଆଥିଆ ଏବଂ କେ.ଏଲ୍ ରାହୁଲ ଏଭଳି ଖବରକୁ ନେଇ ନୀରବ ରହିଛନ୍ତି ।

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.