ETV Bharat / entertainment

R Madhavan ହେଲେ FTII ନୂଆ ସଭାପତି, ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

author img

By ETV Bharat Odisha Team

Published : Sep 1, 2023, 10:48 PM IST

Updated : Sep 1, 2023, 11:07 PM IST

ସୁପରଷ୍ଟାର ଆର ମାଧବନ FTIIର ସଭାପତି ଭାବେ ମନୋନୀତ
ସୁପରଷ୍ଟାର ଆର ମାଧବନ FTIIର ସଭାପତି ଭାବେ ମନୋନୀତ

ଫିଲ୍ମ ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII)ର ସଭାପତି ଭାବେ ହେଲେ ଆର ମାଧବନ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଜଣାଇଲେ ଶୁଭେଚ୍ଛା । ଅଧିକ ପଢନ୍ତୁ

ମୁମ୍ବାଇ: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଅତୁଳନୀୟ ଅଭିନୟକୁ ନେଇ ପରିଚିତ ଆର୍ ମାଧାବନ । ଭିନ୍ନ ଧରଣର ଫିଲ୍ମ କରି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଫିଲ୍ମ ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII)ର ସଭାପତି ସହ ପରିଚାଳନା ପରିଷଦର ଅଧ୍ଯକ୍ଷ ଭାବେ ମନୋନୀତ ହୋଇଛନ୍ତି ମାଧବନ ।

  • Heartiest congratulations to @ActorMadhavan ji on being nominated as President of @FTIIOfficial and Chairman of the governing council.

    I'm sure that your vast experience & strong ethics will enrich this institute, bring positive changes, & take it to a higher level. My best…

    — Anurag Thakur (@ianuragthakur) September 1, 2023 " class="align-text-top noRightClick twitterSection" data=" ">

ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ନିଜ ଏକ୍ସ ହ୍ୟାଣ୍ଡେଲରେ ଜାତୀୟ ପୁରସ୍କାର ପ୍ରାପ୍ତ ଆର ମାଧବନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ନିଜ ଏକ୍ସ ହ୍ୟାଣ୍ଡଲରେ ଲେଖିଛନ୍ତି, ‘‘ଆର ମାଧବନଜିଙ୍କୁ ମୁଁ ହୃଦୟର ସହ ଶୁଭେଚ୍ଛା ଜଣାଉଛି । ମଁ ଆଶା କରୁଛି ଆପଣ ନିଜ ଅଭିଜ୍ଞତା ଓ ନୈତିକତା ଦ୍ବାରା ଏହି ଅନୁଷ୍ଠାନକୁ ପ୍ରଗତି ପଥରେ ଅଗ୍ରଗତି କରାଇବେ । ମୋର ଶୁଭେଚ୍ଛା ଓ ଶୁଭକାମନା ସର୍ବାଦା ଆପଣଙ୍କ ସହିତ ଅଛି ।’’ '

ଅନୁରାଗ ଠାକୁରଙ୍କ ଏହି ଘୋଷଣା ପରେ ମାଧବନ ନିଜ ଏକ୍ସ ହ୍ୟାଣ୍ତଲରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ବିଟକୁ ରିଟ୍ବିଟ୍ କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମାଧବନ ଲେଖିଛନ୍ତି, ‘‘ ଏହି ସମ୍ମାନ ଓ ଶୁଭକାମନା ପାଇଁ ଆପଣଙ୍କୁ ହୃଦୟର ସହ ଧନ୍ୟବାଦ । ମୁଁ ନିଶ୍ଚିତ ଏହି ଦାୟିତ୍ବକୁ ଗୁୁରୁତ୍ବର ସହ ବହନ କରିବି । ସମସ୍ତଙ୍କ ଆଶା ପୂରଣ କରିବାକୁ ମୁଁ ଯଥାସମ୍ଭବ ଚେଷ୍ଟା କରିବି । ’’

ଅଧିକ ପଢନ୍ତୁ: Jawan Trailer: ଶାହରୁଖଙ୍କ ଭାଇରାଲ ଡାଏଲଗ୍‌ର ଜବାବ୍‌ ଦେଲେ ଆଲିଆ, କହିଲେ ପୂରା ଦୁନିଆକୁ ଦରକାର

ଆର ମାଧବନ ଫିଲ୍ମ ନିର୍ମାତା ସେଖର କପୁରଙ୍କ ପରେ ଫିଲ୍ମ ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସଭାପତି ହେବେ । ସେଖର କପୁରଙ୍କ ଆକ୍ଟୋବର 30ରେ କାର୍ଯ୍ୟକାଳ ପୂରଣ ହେଉଥିବା ବେଳେ ଏହି ପଦ ପାଇଁ ଆର ମଧାବନ ମନୋନୀତ ହୋଇଛନ୍ତି । ନିକଟରେ ମାଧବନଙ୍କ ନିର୍ଦ୍ଦେଶିତ ତାଥା ତାଙ୍କର ପ୍ରଥମ ନିର୍ଦ୍ଦେଶନା ଦ୍ବାରା ନିର୍ମିତି ଫିଲ୍ମ ରକେଟ୍ରୀକୁ ବେଷ୍ଟ ଫିଚର ଫିଲ୍ମର ପାଇଁ ଜାତୀୟ ପୁରସ୍କାର ମିଳିଛି । ଆର ମାଧବନଙ୍କ ନୂଆ ଫିଲ୍ମ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ସେ ଶଶିକାନ୍ତଙ୍କ ନିର୍ଦ୍ଦେଶିତ 'ଟେଷ୍ଟ'ରେ ଅଭିନୟ କରିବାକୁ ଯାଉଛନ୍ତି । କୁହାଯାଉଛି ଯେ ଏହି ଫିଲ୍ମ କ୍ରିକେଟ ବିଷୟକୁ ନେଇ ପ୍ରସ୍ତୁତ କରାଯାଉଛି । ଯେଉଁଥିରେ ମାଧବନ୍ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଅଧିକ ପଢନ୍ତୁ.. Aditya-Ananya: ଗୋଆ ଏୟାରପୋର୍ଟରେ ସ୍ପଟ ହେଲେ ଲଭବାର୍ଡ ଆଦିତ୍ୟ-ଅନନ୍ୟା, ଭିଡିଓ ଭାଇରାଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 1, 2023, 11:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.