ETV Bharat / entertainment

Aditya-Ananya: ଗୋଆ ଏୟାରପୋର୍ଟରେ ସ୍ପଟ ହେଲେ ଲଭବାର୍ଡ ଆଦିତ୍ୟ-ଅନନ୍ୟା, ଭିଡିଓ ଭାଇରାଲ

author img

By ETV Bharat Odisha Team

Published : Sep 1, 2023, 8:37 PM IST

ବଲିଉଡ ରୁମର କପଲ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କୁ ବିମାନ ବନ୍ଦରରେ ଏକାଠି ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଉଭୟ ତାରକାଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ନଜର ପକାନ୍ତୁ ଏହି ଭିଡିଓ ଉପରେ

ଗୋଆ ଏୟାରପୋର୍ଟରେ ସ୍ପଟ ହେଲେ ଲଭବାର୍ଡ ଆଦିତ୍ୟ-ଅନନ୍ୟା
ଗୋଆ ଏୟାରପୋର୍ଟରେ ସ୍ପଟ ହେଲେ ଲଭବାର୍ଡ ଆଦିତ୍ୟ-ଅନନ୍ୟା

ମୁମ୍ବାଇ: ଡେଟିଂକୁ ନେଇ ବଲିଉଡ୍‌ ଅଭିନେତା ଆଦିତ୍ୟ ରୟ କପୁର ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆଜିକାଲି ଶିରୋନାମାରେ ରହିଛନ୍ତି । କିଛି ଦିନ ପୂର୍ବରୁ ମୁମ୍ବାଇ ବିମାନବନ୍ଦରରେ ଉଭୟ ତାରକାଙ୍କୁ ପୃଥକ ଭାବରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ଲଭବାର୍ଡ ଗୋଆ ବିମାନବନ୍ଦରରେ ଏକାଠି ନଜର ଆସିଛନ୍ତି । ଉଭୟଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପ୍ୟାପରାଜିଙ୍କ ଦ୍ବାରା ଇନଷ୍ଟାଗ୍ରାମରେ ଆଦିତ୍ୟ ଅନନ୍ୟାଙ୍କ ଏକ ଭିଡିଓ ସେୟାର କରାଯାଇଛି । ଭ୍ୟାକେସନ ପରେ ଗୋଆରେ ବର୍ତ୍ତମାନ ଉଭୟଙ୍କୁ ଦେଖିବାକୁ ମିଳିଛି। ଭିଡିଓରେ, ଏହି କପଲ ଗୋଆ ବିମାନ ବନ୍ଦରରେ ଏକାଠି କାରରୁ ଓହ୍ଲାଉଥିବାର ଦେଖିବାକୁ ମିଳିଛି । ଦୁହେଁ ମୁହଁରେ ବ୍ଲାକ୍‌ ମାସ୍କ୍‌ ପିନ୍ଧିଛନ୍ତି । ଆଦିତ୍ୟ ବ୍ଲାକ୍‌ ପ୍ୟାଣ୍ଟ ସହ ଏକ ହ୍ବାଇଟ ଟି-ସାର୍ଟ ପିନ୍ଧିଥିବାବେଳେ ଅନନ୍ୟା ବ୍ଲୁ ରଙ୍ଗର ଡେନିମ୍ ଜିନ୍ସ ସହ ଏକ କ୍ରିମ୍ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ନଜର ଆସିଛନ୍ତି । ଏହି ଭିଡିଓ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ୍‌ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଅନେକ ଏହି ଯୋଡ଼ିକୁ ପସନ୍ଦ କରିଥିବା ବେଳେ ଅନେକ ନାପସନ୍ଦ କରିଛନ୍ତି । ଅନେକ ଫ୍ୟାନ୍ସ ଏହି ଯୋଡ଼ିର ପ୍ରଶଂସା କରିଥିବା ବେଳେ ଜଣେ ଲେଖିଛନ୍ତି, ଆଜିପର୍ଯ୍ୟନ୍ତର ସବୁଠାରୁ ବେକାର ଯୋଡ଼ି।

ସୂଚନା ଥାଉ କି, କିଛି ଦିନ ପୂର୍ବରୁ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଏହି ସମୟ ମଧ୍ୟରେ ଦୁହେଁ ବିଭିନ୍ନ ବିମାନବନ୍ଦରରେ ପହଞ୍ଚିଥିଲେ । ଉଭୟ ପରବର୍ତ୍ତୀ ଭ୍ୟାକେସନ ପାଇଁ ମୁମ୍ବାଇରୁ ବାହାରକୁ ଯାଉଥିବାର ଅନୁମାନ କରାଯାଉଥିଲା । ଆଦିତ୍ୟ ଏବଂ ଅନନ୍ୟାଙ୍କ ଏହି ଭିଡିଓ ବର୍ତ୍ତମାନ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି ।

ଏହା ମଧ୍ୟ ପଢନ୍ତୁ: ପୁଣି ଭ୍ୟାକେସନରେ ଗଲେ ଆଦିତ୍ଯ-ଅନନ୍ୟା ! ଏୟାରପୋର୍ଟରେ ଆସିଲେ ନଜର

ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ଆଦିତ୍ୟ ରୟ କପୁରଙ୍କୁ ଥ୍ରୀଲର ୱେବ୍ ସିରିଜ୍ ଦ ନାଇଟ୍ ମ୍ୟାନେଜରରେ ଶେଷଥର ଦେଖିବାକୁ ମିଳିଥିଲା, ଯାହା ଦର୍ଶକ ବେଶ ପସନ୍ଦ କରିଥିଲେ। ଆଗାମୀ ଦିନରେ ଆଦିତ୍ୟ ଅନୁରାଗ ବସୁଙ୍କ ଆଗାମୀ ଚଳଚ୍ଚିତ୍ର 'ମେଟ୍ରୋ ଇନ୍‌ ଦିନୋ' ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କୁ ସାରା ଅଲି ଖାନ ଏବଂ ପଙ୍କଜ ତ୍ରିପାଠୀଙ୍କ ସହ ଦେଖିବାକୁ ମିଳିବ । ଅନ୍ୟପକ୍ଷରେ, ଅନନ୍ୟାଙ୍କୁ କମେଡି ଫିଲ୍ମ 'ଡ୍ରିମ୍ ଗାର୍ଲ ୨'ରେ ଆୟୁଷ୍ମାନ ଖୁରାନାଙ୍କ ସହ ସ୍କ୍ରିନ୍ ସ୍ପେସ୍ ସେୟାର କରିଛନ୍ତି । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସଫଳ ହୋଇଛି । ଏଥିସହ ତାଙ୍କୁ ବିକ୍ରମାଦିତ୍ୟ ମୋଟୱାନିଙ୍କ କମ୍ପ୍ୟୁଟର ସ୍କ୍ରିନ ଫିଲ୍ମ କଣ୍ଟ୍ରୋଲ ଏବଂ ଏକ୍ସେଲ ଏଣ୍ଟରଟେନମେଣ୍ଟର 'ଖୋ ଗଏ ହମ କାହାଁ'ରେ ଖୁବଶୀଘ୍ର ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.