ETV Bharat / entertainment

Navratri 2023: ସବୁଠି ଉତ୍ସାହର ମାହୋଲ, ନବରାତ୍ର ଇଭେଣ୍ଟରେ ନଜର ଆସିଲେ ଏହି ତାରକା

author img

By ETV Bharat Odisha Team

Published : Oct 23, 2023, 3:35 PM IST

ସବୁଠି ଉତ୍ସାହର ମାହୋଲ, ନବରାତ୍ର ଇଭେଣ୍ଟରେ ନଜର ଆସିଲେ ଏହି ତାରକା
ସବୁଠି ଉତ୍ସାହର ମାହୋଲ, ନବରାତ୍ର ଇଭେଣ୍ଟରେ ନଜର ଆସିଲେ ଏହି ତାରକା

ଥ୍ରୀସୁରରେ ଆୟୋଜିତ ନବରାତ୍ର ଇଭେଣ୍ଟରେ ଯୋଗ ଦେଲେ ବଲିଉଡର ସେଲିବ୍ରିଟି । ଏହି କାର୍ଯ୍ୟକ୍ରମରେ କ୍ୟାଟ୍ରିନା କୈଫ, ନାଗାର୍ଜୁନ ଏବଂ ତାଙ୍କ ପୁଅ ଚୈତନ୍ୟ ଅକ୍କିନେନି, ଜାହ୍ନବୀ କପୁର, କ୍ରିତି ସାନନ୍ ଏବଂ ରଶ୍ମିକା ମନ୍ଦନା, ଅଜୟ ଦେବଗନ ମଧ୍ୟ ଯୋଗ ଦେଇଥିଲେ । ଏହି ଇଭେଣ୍ଟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: କେରଳର ଥ୍ରୀସୁରରେ ଏକ ଜଣାଶୁଣା ଅଳଙ୍କାର ବ୍ରାଣ୍ଡ ଦ୍ୱାରା ଆୟୋଜିତ ନବରାତ୍ରୀ ଉତ୍ସବରେ ସାମିଲ ହୋଇଥିଲେ ବଲିଉଡର ଅନେକ ଲୋକପ୍ରିୟ ତାରକା । ଏହି କାର୍ଯ୍ୟକ୍ରମରେ କ୍ୟାଟ୍ରିନା କୈଫ, ନାଗାର୍ଜୁନ ଏବଂ ତାଙ୍କ ପୁଅ ଚୈତନ୍ୟ ଅକ୍କିନେନି, ଜାହ୍ନବୀ କପୁର, କ୍ରିତି ସାନନ୍ ଏବଂ ରଶ୍ମିକା ମନ୍ଦନା, ଅଜୟ ଦେବଗନ, ଶିଳ୍ପା ଶେଟ୍ଟୀ, ୱାମିକା ଗାବିଙ୍କ ସମେତ ଅନ୍ୟାନ୍ୟ ତାରକା ଯୋଗ ଦେଇଥିଲେ । ପାରମ୍ପରିକ ଲୁକରେ ସେଲିବ୍ରଟି ନଜରେ ଆସି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଇଭେଣ୍ଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଇନଷ୍ଟାଗ୍ରାମରେ ଜଣେ ପାପରାଜିଙ୍କ ଦ୍ବାରା ସେୟାର ହୋଇଥିବା ଭିଡିଓରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଲାଲ ରଙ୍ଗର ଶାଢୀରେ ନଜର ଆସିଛନ୍ତି । ସେ ମା'ଙ୍କ ନିକଟରେ ଦ୍ବୀପ ପ୍ରଜ୍ୱଳନ କରି ଆଶୀର୍ବାଦ ନେଇଥିଲେ । ପରେ ସେ ଉପସ୍ଥିତ ଅନ୍ୟ ତାରକା ଏବଂ ସାଙ୍ଗସାଥୀଙ୍କ ସହ ବାର୍ତ୍ତାଳାପ କରିଥିଲେ । କ୍ୟାଟ୍ରିନାଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ଅଭିନେତ୍ରୀଙ୍କ ଆଚରଣକୁ ପ୍ରଶଂସା କରିଛନ୍ତି । ଜଣେ ଫ୍ୟାନ୍ସ ପ୍ରତିକ୍ରିୟାରେ ଲେଖିଛନ୍ତି, ତାଙ୍କର ସୌନ୍ଦର୍ଯ୍ୟ ଏହି ଦୁନିଆରୁ ବାହାରେ । ଅନ୍ୟ ଜଣେ ଲେଖିଛନ୍ତି, କୁଇନ ଅଫ ବିୟୁଟି ।

ଏହି ଇଭେଣ୍ଟରେ ସାଉଥ ଅଭିନେତା ନାଗାର୍ଜୁନ ଏବଂ ତାଙ୍କ ପୁଅ ଚୈତନ୍ୟ ଅକ୍କିନେନି ମଧ୍ୟ ଯୋଗ ଦେଇଥିଲେ। ନାଗାର୍ଜୁନ ଗ୍ରୀନ ରଙ୍ଗର କୁର୍ତ୍ତା ପାଇଜାମାରେନଜର ଆସିଥିବା ବେଳେ ଚୈତନ୍ୟ ଏକ ହ୍ବାଇଟ କୁର୍ତ୍ତା ପାଇଜାମାରେ ଖୁବ ସୁନ୍ଦର ଦେଖାଯାଉଥିଲେ । ସେପଟେ ଅଭିନେତ୍ରୀ କ୍ରିତି ସାନନ ଏବଂ ଶିଳ୍ପା ସେଟ୍ଟୀ, ରଶ୍ମିକା ମନ୍ଦାନାଙ୍କ ସମେତ ଅନେକ ତାରକା ସାମିଲ ହୋଇଥିଲେ । କ୍ୟାମେରା ଆଗରେ କ୍ରିତି ସାନନ ଏବଂ ଶିଳ୍ପା ସେଟ୍ଟୀ, ଏକାଠି ପୋଜ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: Navratri 2023: ଆଜି ମହାଷ୍ଟମୀ, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ଓଲିଉଡ ସେଲିବ୍ରିଟି

ଶିଳ୍ପା ଏକ ଲାଲ ଏବଂ ବ୍ଲୁ ଲେହେଙ୍ଗାରେ ନଜର ଆସିଥିବା ବେଳେ କ୍ରିତି ପିଙ୍କ ରଙ୍ଗର ଶାଢୀରେ ନଜର ଆସିଥିଲେ । ସେହିପରି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ତାଙ୍କ ରୁମର ପ୍ରେମିକ ଜାହିର ଇକବାଲଙ୍କ ସହ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଅଭିନେତା ଅଜୟ ଦେବଗନଙ୍କ ସମେତ ଅନେକ ସାଉଥ ଏବଂ ବଲିଉଡ ତାରକା ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ । ସମସ୍ତେ ଏକାଠି ମା'ଙ୍କ ଆଶୀର୍ବାଦ ନେଉଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.