ETV Bharat / entertainment

Navratri 2023: ଆଜି ମହାଷ୍ଟମୀ, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ଓଲିଉଡ ସେଲିବ୍ରିଟି

author img

By ETV Bharat Odisha Team

Published : Oct 22, 2023, 7:23 PM IST

ଆଜି ମହାଷ୍ଟମୀ, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ଓଲିଉଡ ସେଲିବ୍ରିଟି
ଆଜି ମହାଷ୍ଟମୀ, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ଓଲିଉଡ ସେଲିବ୍ରିଟି

ଆଜି ମହାଷ୍ଟମୀ । ଚଳଚଞ୍ଚଳ ଗାଁ ଠାରୁ ସହର । ତେବେ ନବରାତ୍ରର ଏହି ଖାସ୍ ଅବସରରେ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଲିଉଡ ତାରକା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି ମହାମାୟାଙ୍କ ମହାଷ୍ଟମୀ । ପୁର ଠାରୁ ପଲ୍ଲୀ ସବୁଠି ପୂଜାମଣ୍ଡପରେ ମା'ଙ୍କ ପୂଜା ଧୁମଧାମରେ ପାଳନ କରାଯାଉଛି । ଭକ୍ତଙ୍କ ଭିଡ ମଧ୍ୟ ଦେଖିବାକୁ ମିଳୁଛି । ମନ୍ତ୍ର ଉଚ୍ଚାରଣ ସହ ଘଣ୍ଟଶଙ୍ଖ ଧ୍ବନିରେ ଚତୁର୍ଦିଗ ପ୍ରକମ୍ପିତ ହେଉଛି । ଏହାରି ମଧ୍ୟରେ ଓଲିଉଡ ତାରକାମାନେ ମଧ୍ୟ ମା'ଙ୍କ ପୂଜା ମଣ୍ଡପ ପରିଦର୍ଶନ କରିବା ସହ ମା'ଙ୍କ ଆଶୀର୍ବାଦ ନେଇଛନ୍ତି । ସୋସିଆଲ ମିଡିଆରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ମହାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି । ଅର୍ଚ୍ଚିତା ସାହୁ ଏବଂ ରିୟା ଦେ, ଏଲିନା ସାମନ୍ତରାୟ ଏବଂ ଗାୟିକା ଅସୀମା ପଣ୍ଡା ଏବଂ ଅନ୍ତରା ଚକ୍ରବର୍ତ୍ତୀଙ୍କ ସମେତ ଅନେକ ତାରକା ଫ୍ୟାନ୍ସଙ୍କୁ ମହାଷ୍ଟମୀର ଶୁଭକାମନା ଜଣାଇଛନ୍ତି ।

ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏବଂ ରିୟା ଦେ ପୂଜା ମଣ୍ଡପ ପରିଦର୍ଶନ କରି ମା'ଙ୍କ ଆଶୀର୍ବାଦ ନେଇଛନ୍ତି । ଏବଂ ଇନଷ୍ଟାଗ୍ରାମରେ ସେଠାକାର ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଶୁଭ ମହାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି । ରିୟା ଫଟୋରେ ଏକ ଅରେଞ୍ଜ ରଙ୍ଗର ଶାଢୀ ସହ ପାରମ୍ପରିକ ଲୁକରେ ନଜର ଆସିଥିବା ବେଳେ ମା'ଙ୍କ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ଏଥିସହ ସେ ଆଉ ଏକ ଭିଡିଓରେ ପାର୍ବଣର ସାଜସଜ୍ଜା ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ସେପଟେ ଅର୍ଚ୍ଚିତା ପୂଜା ମଣ୍ଡପରେ ନିଜର ଏକ ରିଲ କରିଛନ୍ତି । ଯେଉଁଥିରେ ସେ ୟେଲୋ ରଙ୍ଗର ଶାଢୀରେ ନଜର ଆସିଛନ୍ତି । ଏହା ସେୟାର କରି ସେ 'ଫ୍ୟାନ୍ସ ମେଢ ବୁଲା କେମିତି ଚାଲିଛି ? ମା' ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ' ବୋଲି ଲେଖିଛନ୍ତି ।

ସେହିପରି କଣ୍ଠଶିଳ୍ପୀ ଅସୀମା ପଣ୍ଡା ଇନଷ୍ଟାଗ୍ରାମରେ ନିଜ କଣ୍ଠରେ ଗାଇଥିବା ଗୀତରେ ସ୍ବାଗତମ୍ ମା' ଗୋ ସ୍ବାଗତମ୍ ଏକ ରିଲ ସେୟାର କରିଛନ୍ତି । ଅନ୍ୟ ଏକ ପୋଷ୍ଟରେ ସେ ନିଜ ଲୁକର ଫଟୋ ସେୟାର କରି ଫ୍ୟାନ୍ସଙ୍କ ଅଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଅନ୍ତରା ଚକ୍ରବର୍ତ୍ତୀ ପୂଜା ମଣ୍ଡପ ପରିଦର୍ଶନ କରି ମା'ଙ୍କ ଆଶୀର୍ବାଦ ନେଇଛନ୍ତି । ଏବଂ ଏହି ସମୟରେ ସେ ଢୋଲ ବଜାଉଥିବାର ମଧ୍ୟ ନଜର ଆସିଛନ୍ତି । ଇନଷ୍ଟାଗ୍ରାମରେ ଏହାର ଭିଡିଓ ସେ ସେୟାର କରି ସମସ୍ତଙ୍କୁ ଶାରଦୀୟ ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଜିଠୁ ନବରାତ୍ରୀ ଆରମ୍ଭ, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ବଲିଉଡରୁ ସାଉଥ ତାରକା

ଅଭିନେତ୍ରୀ ଏଲିନା ସାମନ୍ତରାୟ ଇନଷ୍ଟାଗ୍ରାମରେ ନିଜର ପାରମ୍ପରିକ ଲୁକର ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଦୁର୍ଗାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଅଭିନେତ୍ରୀ ଭୂମିକା ଦାଶ ଇନଷ୍ଟାଗ୍ରାମରେ ନିଜ ପାରମ୍ପରିକ ଲୁକର ଫଟୋ ସେୟାର କରି ଲେଖିଛନ୍ତି, 'ଜୀବନର ସମସ୍ତ ବାଧାବିଘ୍ନକୁ ଦୂର କରିବା ପାଇଁ ଦେବୀ ଦୁର୍ଗା ଆପଣଙ୍କୁ ଅପାର ଶକ୍ତି ଦିଅନ୍ତୁ । ଶୁଭ ମହା ଅଷ୍ଟମୀ ।' ସେଲିବ୍ରିଟିଙ୍କ ଏହି ପୋଷ୍ଟ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ତାରକାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.