ETV Bharat / entertainment

Navratri 2023: ଆଜିଠୁ ନବରାତ୍ରୀ ଆରମ୍ଭ, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ବଲିଉଡରୁ ସାଉଥ ତାରକା

author img

By ETV Bharat Odisha Team

Published : Oct 15, 2023, 8:21 PM IST

ଆଜିଠୁ ନବରାତ୍ରୀ ଆରମ୍ଭ, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ବଲିଉଡରୁ ସାଉଥ ତାରକା
ଆଜିଠୁ ନବରାତ୍ରୀ ଆରମ୍ଭ, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ବଲିଉଡରୁ ସାଉଥ ତାରକା

ନବରାତ୍ରୀର ଶୁଭ ଅବସରରେ ଫିଲ୍ମ ଇଣ୍ଡଷ୍ଟ୍ରିର ତାରକାମାନେ ସେମାନଙ୍କ ଫ୍ୟାନ୍ସଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ନଜର ପକାନ୍ତୁ ସେଲିବ୍ରିଟିଙ୍କ ପୋଷ୍ଟଗୁଡିକ ଉପରେ

ହାଇଦ୍ରାବାଦ: 15 ଅକ୍ଟୋବରରେ ଆଜି ଠାରୁ ସାରା ଦେଶରେ ନବରାତ୍ରୀ ଉତ୍ସବ ଆରମ୍ଭ ହୋଇଯାଇଛି । ଏହି ଅବସରରେ ବଲିଉଡ ଏବଂ ଟଲିଉଡ ଇଣ୍ଡଷ୍ଟ୍ରିରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ତାରକାମାନେ ସୋସିଆଲ ମିଡିଆ ଜରିଆରେ ନବରାତ୍ରୀ ସେମାନଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମାଧୁରୀ ଦୀକ୍ଷିତ, ସିଦ୍ଧାର୍ଥ ମଲହୋତ୍ରା, କଙ୍ଗନା ରଣାୱତ, ସାଉଥ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ସମେତ ଅନେକ ସେଲିବ୍ରିଟି ନବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ।

ଫ୍ୟାନ୍ସଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ଶିଳ୍ପା ସେଟ୍ଟୀ
ଫ୍ୟାନ୍ସଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ଶିଳ୍ପା ସେଟ୍ଟୀ

ମାଧୁରୀ ଦୀକ୍ଷିତ, ଅଭିଷେକ ବଚ୍ଚନ, ଭୂମି ପେଡନେକର, ରକୁଲ ପ୍ରୀତ ସିଂ, କାଜଲ ଅଗ୍ରୱାଲ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଷ୍ଟୋରୀରେ ମା' ଦୁର୍ଗାଙ୍କ ଫଟୋ ସେୟାର କରି କ୍ୟାପସନରେ 'ହାପି ନବରାତ୍ରୀ' ଲେଖିଛନ୍ତି । ଏଥିସହ ଶାହାରୁଖ ଖାନ ଏବଂ ଗୌରୀ ଖାନଙ୍କ ପ୍ରଡକ୍ସନ୍ ହାଉସ୍ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକ ଏବଂ ଦର୍ଶକଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ।

ଫ୍ୟାନ୍ସଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ଅଭିଷେକ ବଚ୍ଚନ
ଫ୍ୟାନ୍ସଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ଅଭିଷେକ ବଚ୍ଚନ
ଫ୍ୟାନ୍ସଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ରେଡ ଚିଲି ଏଣ୍ଟରଟେନମେଣ୍ଟ
ଫ୍ୟାନ୍ସଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ରେଡ ଚିଲି ଏଣ୍ଟରଟେନମେଣ୍ଟ

ସେହିପରି ବଲିଉଡ ଫିଟନେସ୍ କୁଇନ ଶିଳ୍ପା ଶେଟ୍ଟୀ ନବରାତ୍ରୀଙ୍କ ପ୍ରଥମ ଦିନର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେ ତାଙ୍କ ଘରର ମନ୍ଦିରର ଏକ ଫଟୋ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, 'ପ୍ରଥମ ଦିନ' । ଭାଗ୍ୟଶ୍ରୀ ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ନବରାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓରେ ଅଭିନେତ୍ରୀ ପିଙ୍କ ରଙ୍ଗର ସୁଟରେ ପାରମ୍ପରିକ ଲୁକରେ ନଜର ଆସିଛନ୍ତି । ଭିଡିଓରେ ସେ କହୁଛନ୍ତି, 'ସମସ୍ତଙ୍କୁ ନମସ୍କାର, ଆପଣ ସମସ୍ତଙ୍କୁ ମୋ ତରଫରୁ ନବରାତ୍ରୀର ଅନେକ ଅନେକ ଶୁଭେଚ୍ଛା ।'

ଫ୍ୟାନ୍ସଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ କଙ୍ଗନା ରାଣାୱତ
ଫ୍ୟାନ୍ସଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ କଙ୍ଗନା ରାଣାୱତ
ଫ୍ୟାନ୍ସଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ଭୂମି ପେଡନେକର
ଫ୍ୟାନ୍ସଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ଭୂମି ପେଡନେକର

ସେପଟେ ବଲିଉଡ କୁଇନ କଙ୍ଗନା ରାଣାୱତ ଏକ୍ସରେ ଏକ ଲମ୍ବା ନୋଟ୍ ଲେଖି ଫ୍ୟାନ୍ସଙ୍କୁ ନବରାତ୍ରୀର ଶୁଭକାମନା ଜଣାଇଛନ୍ତି । ସେ ଲେଖିଛନ୍ତି, 'ଯେତେବେଳେ ମୁଁ କିଶୋର ଅବସ୍ଥାରେ ହଷ୍ଟେଲ ପାଇଁ ଘରୁ ବାହାରିଥିଲି, ମୋ ମା' ମୋତେ ହଷ୍ଟେଲ ଦିନରେ ଦୁର୍ଗା ମା'ଙ୍କର ଏହି ଫଟୋ ଦେଇଥିଲେ, ହଷ୍ଟେଲ ଦିନ ଠାରୁ ଆରମ୍ଭ କରି ଘର ଭଡାରେ ରହିବା, ଘର ଛାଡିବା ପରି ସଘଂର୍ଷ, ଏପରିକି ଯେଉଁ ସମୟରେ ମୋ ପାଖରେ କିଛି ନଥିଲା ସେ ସମୟ ଏବଂ ନୂଆ ଘର ନେବା ଦିନରେ ବି ଏହି ଫଟୋ ମୋ ସହ ରହିଆସିଛି । 2005ରେ, ମୋର ଭଡା ହୋଇଥିବା ଆପାର୍ଟମେଣ୍ଟରେ ଏକ ଛୋଟ ମନ୍ଦିର ଥିଲା, ଯାହା ଦୀପ ଯୋଗୁଁ ଜଳିଯାଇଥିଲା । ସେହି ସମୟରେ ସବୁକିଛି ଜଳି ପାଉଁଶ ହୋଇଯାଇଥିଲା । ହେଲେ ଏହି ଫଟୋଟି ସେମିତି ରହିଥିଲା । ଏହା ମୋ ମା'ଙ୍କର ଆଶୀର୍ବାଦର ପ୍ରତୀକ ଅଟେ । ନବରାତ୍ରୀ ପାଇଁ ଶୁଭେଚ୍ଛା ।

  • When I left home for hostel as a teenager my mother gave me this picture of Durga Mata, through my hostel days, through struggle phase of rented homes through homeless phases even when I lost everything, through big and bigger homes this picture of Mata remained with me.
    In 2005… pic.twitter.com/15uC7i7r2X

    — Kangana Ranaut (@KanganaTeam) October 15, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: 'ଗରବା' ଗୀତ ସହ ନବରାତ୍ରୀର ଆରମ୍ଭ କଲେ ପ୍ରଧାନମନ୍ତ୍ରୀ, ଗରବୋ ଓ ମାଦି ଗୀତ ରିଲିଜ

ଫ୍ୟାନ୍ସଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ମାଧୁରୀ ଦିକ୍ଷୀତ
ଫ୍ୟାନ୍ସଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ମାଧୁରୀ ଦିକ୍ଷୀତ
ଫ୍ୟାନ୍ସଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ସିଦ୍ଧାର୍ଥ ମଲହୋତ୍ରା
ଫ୍ୟାନ୍ସଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ସିଦ୍ଧାର୍ଥ ମଲହୋତ୍ରା

'ସ୍ତ୍ରୀ' ଅଭିନେତା ରାଜକୁମାର ରାଓ ଇନଷ୍ଟାଗ୍ରାମରେ ତାଙ୍କ ଫ୍ୟାନ୍ସଙ୍କୁ ନବରାତ୍ରୀର ଶୁଭକାମନା ଶୁଭେଚ୍ଛା ଜଣାଇଛନ୍ତି । ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ମା' ଦୁର୍ଗାଙ୍କ ଫଟୋ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲାଲ ହାର୍ଟ ଇମୋଜି ଦେଇ ଲେଖିଛନ୍ତି, 'ନବରାତ୍ରୀ ପାଇଁ ଅନେକ ଅଭିନନ୍ଦନ । ଜୟ ମା' ଦୁର୍ଗା ।' ସେହିପରି ସାଉଥ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ସମେତ ଅନେକ ସେଲିବ୍ରିଟି ନବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ।

ଫ୍ୟାନ୍ସଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ରକୁଲ ପ୍ରୀତ ସିଂ
ଫ୍ୟାନ୍ସଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ରକୁଲ ପ୍ରୀତ ସିଂ
ଫ୍ୟାନ୍ସଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ରାଜକୁମାର ରାଓ
ଫ୍ୟାନ୍ସଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ରାଜକୁମାର ରାଓ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.