ETV Bharat / entertainment

ଡେଙ୍ଗୁରେ ଆକ୍ରାନ୍ତ ଭୂମି ପେଡନେକର

author img

By ETV Bharat Odisha Team

Published : Nov 22, 2023, 4:52 PM IST

ଡେଙ୍ଗୁରେ ଆକ୍ରାନ୍ତ ଭୂମି ପେଡନେକର, ୮ ଦିନରୁ ହସ୍ପିଟାଲରେ ଭର୍ତ୍ତି
ଡେଙ୍ଗୁରେ ଆକ୍ରାନ୍ତ ଭୂମି ପେଡନେକର, ୮ ଦିନରୁ ହସ୍ପିଟାଲରେ ଭର୍ତ୍ତି

ଭୂମି ପେଡନେକର ଡେଙ୍ଗୁରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଭିନେତ୍ରୀ ନିଜେ ହସ୍ପିଟାଲ ବେଡରୁ ସେଲଫି ସେୟାର କରି ଏହି ସୂଚନା ଦେଇଛନ୍ତି । ଏଥିସହିତ ପ୍ରଶଂସକମାନେ ମଧ୍ୟ ସତର୍କ ରହିବାକୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଭୂମି ପେଡନେକର ଡେଙ୍ଗୁରେ ପୀଡିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଏବଂ ବଢୁଥିବା ଡେଙ୍ଗୁ ରୋଗକୁ ଦୃଷ୍ଟିରେ ରଖି ପ୍ରଶଂସକମାନଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି ।

ଭୂମି ପେଡନେକରର ବୁଧବାର ସକାଳେ ହସ୍ପିଟାଲ ବେଡରୁ କିଛି ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଫଟୋରେ ଭୂମି ଏକ ହ୍ବାଇଟ ରଙ୍ଗର ଆଉଟଫିଟରେ ହସ୍ପିଟାଲ ବେଡରେ ସେଲଫି ନେଉଥିବା ଦେଖିବାକୁ ମିଳିଛି । ଏହା ସହିତ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, 'ଏକ ଡେଙ୍ଗୁ ମଶା ମୋତେ ୮ ଦିନ ଯାଏଁ ଅତ୍ୟଧିକ ଯନ୍ତ୍ରଣା ଦେଇଛି । କିନ୍ତୁ ଆଜି ଯେତେବେଳେ ମୁଁ ଉଠିଲି ମୁଁ ଭଲ (ୱା) ଅନୁଭବ କଲି । ତେଣୁ ମୋତେ ସେଲଫି ନେବାକୁ ପଡିଲା।"

ଡେଙ୍ଗୁ ବିଷୟରେ ସାବଧାନ ରହିବାକୁ ଫ୍ୟାନ୍ସଙ୍କୁ ନିବେଦନ କରି ଭୂମି ଆହୁରି ଲେଖିଛନ୍ତି, 'ବନ୍ଧୁଗଣ, ସାବଧାନ ରୁହନ୍ତୁ କାରଣ ଗତ କିଛି ଦିନ ମୋ ଏବଂ ମୋ ପରିବାର ପାଇଁ ବହୁତ କଷ୍ଟସାଧ୍ୟ ଥିଲା । ଏହି ସମୟରେ, ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା ପାଇଁ ମଶା ଘଉଡାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୁଁ ଜାଣିଥିବା ଅନେକ ଲୋକଙ୍କର ନିକଟରେ ଡେଙ୍ଗୁର ଶିକାର ହୋଇଛନ୍ତି । ଏକ ଅଦୃଶ୍ୟ ଜୀବାଣୁ ମୋ ଅବସ୍ଥାକୁ ଆହୁରି ଖରାପ କରିଦେଲା । ମୋର ଏତେ ଭଲ ଯତ୍ନ ନେଇଥିବାରୁ ମୋର ଡାକ୍ତରମାନଙ୍କୁ ଧନ୍ୟବାଦ । ଏବଂ ନର୍ସ, ରୋଷେୟା ଏବଂ ସଫେଇ କର୍ମଚାରୀଙ୍କୁ ବହୁତ ଧନ୍ୟବାଦ । ଯେଉଁମାନେ ଅତ୍ୟନ୍ତ ଦୟାଳୁ ଏବଂ ସାହାଯ୍ୟକାରୀ ଥିଲେ ।'

ଏହା ମଧ୍ୟ ପଢନ୍ତୁ: କୋରୋନା ପରେ ଏହି ସମସ୍ୟା ଦେଇ ଗତି କରୁଛନ୍ତି ଭୂମି, ଜାଣନ୍ତୁ କଣ?

ଭୂମିଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ନିକଟରେ ଅଭିନେତ୍ରୀଙ୍କୁ 'ଥ୍ୟାଙ୍କ ୟୁ ଫର କମିଂ' ଫିଲ୍ମରେ ଦେଖିବାକୁ ମିଳିଥିଲା । 'ଥ୍ୟାଙ୍କ୍‌ ୟୁ ଫର୍ କମିଂ' ଚଳଚ୍ଚିତ୍ରରେ ଭୂମିଙ୍କ ସମେତ ଶେହନାଜ୍‌ ଗିଲ୍‌, ଡଲି ସିଂ, କୁଶା କପିଲା, ଶିବାନୀ ବେଦୀ ଏବଂ ଅନ୍ୟ କଳାକାରମାନେ ନଜର ଆସିଥିଲେ । ତେବେ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରି ନଥିଲା । ଏହା ବ୍ୟତୀତ ତାଙ୍କ ଚଳଚ୍ଚିତ୍ର 'ଦ ଲେଡି କିଲର' ମଧ୍ୟ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମରେ ସେ ଅର୍ଜୁନ କପୁରଙ୍କ ସହ ନଜର ଆସିଥିଲେ । ଏହି ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା । ଏହି ଅଭିନେତ୍ରୀଙ୍କୁ ଆଗାମୀ ସମୟରେ ଅନେକ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ, ଯାହା ସେ ଏପର୍ଯ୍ୟନ୍ତ ପ୍ରକାଶ କରିନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.