ETV Bharat / sitara

କୋରୋନା ପରେ ଏହି ସମସ୍ୟା ଦେଇ ଗତି କରୁଛନ୍ତି ଭୂମି, ଜାଣନ୍ତୁ କଣ?

author img

By

Published : Jun 12, 2021, 1:31 PM IST

ଭାଇରାଲ ହେଲା ଭୂମିଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ପୋଷ୍ଟ-ୱାର୍କଆଉଟ ଫଟୋ ପୋଷ୍ଟ କରି କୋରୋନା ପରେ କିପରି ଲାଗୁଛି ଜଣାଇଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଭୂମି ପେଡନେକର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଭୂମି ପେଡନେକର

ମୁମ୍ବାଇ: ନିକଟରେ କୋରୋନା ପଜିଟିଭ ବାହାରିଥିଲେ ଅଭିନେତ୍ରୀ ଭୂମି ପେଡନେକର । ଏବେ ସେ ଏହି ମହାମାରୀକୁ ମାତ୍ ଦେବାରେ ସଫଳ ହୋଇ ସୁସ୍ଥ ଅଛନ୍ତି । ହେଲେ ବର୍ତ୍ତମାନ ସେ ଶାରୀରିକ ରୂପେ ମଜବୁତ ହେବାକୁ ଚେଷ୍ଟା ଚଳାଇଛନ୍ତି ।

ଯାହା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରୁ ଜଣାପଡିଛି । ସେ ନିଜର ପୋଷ୍ଟ-ୱାର୍କଆଉଟର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଟ୍ରାକ ଟି-ସର୍ଟ ଓ ପ୍ୟାଣ୍ଟରେ ନଜର ଆସୁଛନ୍ତି ସେ ।

ସେହିପରି ଏହି ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ‘କୋଭିଡ ପରେ ଷ୍ଟାମିନା ବଢାଇବା କଷ୍ଟସାଧ୍ୟ । ହେଲେ ମତେ ଏମିତି କରିବାକୁ ଭଲ ଲାଗୁଛି ।’ ଦେଖନ୍ତୁ ଫଟୋ...

ପ୍ରକାଶ ଥାଉକି ସେ ଖୁବଶୀଘ୍ର ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ରକ୍ଷାବନ୍ଧନ’ରେ ନଜର ଆସିବେ । ନିକଟରେ ଏହାର ସୂଚନା ଦେଇ ସ୍ବାଗତ ଜଣାଇଥିଲେ ଅକ୍ଷୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.