Book on Sushant Singh Rajput: ସୁଶାନ୍ତଙ୍କ ହତ୍ୟାକାରୀ କିଏ ? ଖୁଲାସା କରିବ ଏହି ବୁକ୍‌

author img

By

Published : Jan 21, 2023, 11:04 PM IST

Book on Sushant Singh Rajput

ଆଜି ବି ରହସ୍ୟଘେରରେ ରହିଛି ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ । ଏହାରି ମଧ୍ୟରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଆସୁଛି ଏକ ପୁସ୍ତକ । ଯାହାର ନାମ ରହିଛି ' Who Killed Sushant Singh Rajput ?' ଶନିବାର ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଏହି ପୁସ୍ତକର ଉନ୍ମୋଚନ କରିଛନ୍ତି । ଅଧିକ ପଢନ୍ତୁ

ମୁମ୍ବାଇ: ଏବେ ବି ରହସ୍ୟ ଘେରରେ ରହିଛି ବଲିଉଡ଼ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ । ଯେତେବେଳେ ସେ ସଫଳତାର ଶୀର୍ଷରେ ରହିଥିଲେ, ଠିକ ସେତିକି ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁଃଖଦ ଖବର ଅଭିନେତାଙ୍କ ପ୍ରଶଂସକଙ୍କ ସମେତ ସାରା ଦେଶକୁ ଦୋହଲାଇ ଦେଇଥିଲା । ସାଥୀ କଳାକାର ଓ ବଲିଉଡ଼ ହତବାକ୍‌ ହୋଇପଡ଼ିଥିଲା । ଆଜି ତାଙ୍କ ଜନ୍ମ ବାର୍ଷିକୀ ହୋଇଥିବା ବେଳେ ତାଙ୍କ ମୃତ୍ୟକୁ ନେଇ ଲଞ୍ଚ ହୋଇଛି ' Who Killed SSR ?' ପୁସ୍ତକ । ନୂଆଦିଲ୍ଲୀରେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଶନିବାର ସନ୍ଧ୍ୟାରେ ଏହି ପୁସ୍ତକକୁ ଲଞ୍ଚ କରିଛନ୍ତି ।

  • Today in New Delhi’s Constitution Club on Rafi Marg at 4 pm, I shall release Sree Iyer’s latest book titled “Who Killed Sushant Singh Rajput?”. Time to ask CBI to come out with the truth lest we have to go to Court.

    — Subramanian Swamy (@Swamy39) January 20, 2023 " class="align-text-top noRightClick twitterSection" data=" ">

ରହସ୍ୟଘେରରେ ସୁଶାନ୍ତଙ୍କ ମୃତ୍ୟୁ:- ୧୯୮୬ ମସିହା ଜାନୁଆରୀ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏହି ବିଶିଷ୍ଟ ଅଭିନେତା । ପାଠପଢା ସାଙ୍ଗକୁ ଅଭିନୟରେ ମଧ୍ୟ ସେ ବେଶ ଧୁରନ୍ଧର ଥିଲେ । ମାତ୍ର ୨୦୨୦ ମସିହା ଜୁନ ୧୪ ତାରିଖରେ ଆସିଥିଲା ତାଙ୍କର ମୃତ୍ୟୁ ଖବର । ସେ କେବେ ହେଲେ ଆତ୍ମହତ୍ୟା କରିପାରିବେ ନାହିଁ ବୋଲି ତାଙ୍କ ପରିବାର ଓ ସହ-କଳାକାର ଦାବି କରୁଥିଲେ । ହେଲେ ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠିପାରି ନାହିଁ । ଅଭିନେତାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏବେ ବି ଅସ୍ପଷ୍ଟ । ସେପଟେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରିଥିବା କପୁର ହସ୍ପିଟାଲର କର୍ମଚାରୀଙ୍କ ନିକଟରେ ଦେଇଥିବା ବୟାନକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ସେ ଯେତେବେଳେ ଅଭିନେତାଙ୍କ ମୃତଦେହ ଦେଖିଥିଲେ, ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ସେ ସନ୍ଦେହ କରିଥିଲେ । ଏ ନେଇ ସେ ସ୍ପଷ୍ଟ ଭାବେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । ଏହାପରେ ଅଭିନେତାଙ୍କ ମୃତ୍ୟକୁ ନେଇ ସନ୍ଦେହ ଅଧିକ ଘନେଇଛି ।

  • Like in Sunanda Pushkar case the real give away was what was found in her stomach during post mortem by AIIMS doctors. This was not done for Sridevi or Sushant. In Sushant case a Dubai compliant drug dealer Ayash Khan had met Sushant on the day of Sushant’s murder. Why?

    — Subramanian Swamy (@Swamy39) August 24, 2020 " class="align-text-top noRightClick twitterSection" data=" ">

ମୃତ୍ୟୁ ଉପରେ ଆସୁଛି ପୁସ୍ତକ:- ଏହାରି ମଧ୍ୟରେ ଆସୁଛି ଅଭିନେତାଙ୍କ ମୃତ୍ୟୁ ଉପରେ ଏକ ପୁସ୍ତକ । ଯାହାକୁ ପଢିବା ଲାଗି ସଭିଙ୍କ ମନରେ ଉତ୍କଣ୍ଠା ଭରି ଯାଇଛି । ଏ ନେଇ ବିଜେପି ନେତା ଟ୍ବିଟ କରି ଲେଖିଥିଲେ, " ଶନିବାର ଅପରାହ୍ନ ୪ଟାରେ ନୂଆଦିଲ୍ଲୀର ରଫି ମାର୍ଗ ସ୍ଥିତ କନଷ୍ଟିଚ୍ୟୁସନ କ୍ଲବରେ ଶ୍ରୀ ଆୟରଙ୍କ ନୂଆ ପୁସ୍ତକ 'ହୁ କିଲ୍‌ଡ ସୁଶାନ୍ତ ସିଂ ରାଜପୁତ ? ' ଉନ୍ମୋଚିତ କରିବି । CBI ଦ୍ବାରା ସତ ବାହାର କରିବାର ସମୟ ଆସିଯାଇଛି । ଏପରି ନ ହେଉ ଯେ ଏହି ଘଟଣା ଲାଗି ଆମକୁ କୋର୍ଟ ଯିବାକୁ ପଡ଼ିବ ।"

ମୃତ୍ୟୁ ଉପରେ ଆସୁଛି ପୁସ୍ତକ
ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ପୁସ୍ତକ ଉନ୍ମୋଚିତ

ଅଭିନେତାଙ୍କ ମୃତ୍ୟୁକୁ ନେଇ କଣ କୁହନ୍ତି ସୁବ୍ରମଣ୍ୟମ ?:- ଏଠାରେ ସୂଚନା ଥାଉ କି ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଆରମ୍ଭରୁ ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ନିଜ ସ୍ବର ଉଚ୍ଚ କରିଆସିଛନ୍ତି । ଏ ନେଇ ସେ ବାରମ୍ବାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଅଭିନେତାଙ୍କୁ କେହି ବିଷ ଦେଇ ହତ୍ୟା କରିଥିବା ସେ ଅଭିଯୋଗ ମଧ୍ୟ ଆଣିଛନ୍ତି । ଏହାସହିତ ମୃତ୍ୟୁକୁ ନେଇ ଅନେକ ତଥ୍ୟ ମଧ୍ୟ ସେ ପ୍ରକାଶ କରିଛନ୍ତି । ସେ ଟ୍ବିଟ କରି କହିଥିଲେ, "ସୁଶାନ୍ତଙ୍କ ମୃତ୍ୟୁ ଘଟିଥିବା ଦିନ ସେ ଦୁବାଇର ଡ୍ରଗ ଡିଲର ଅୟାସ ଖାନ ତାଙ୍କୁ ଭେଟିଥିଲେ । ହେଲେ କାହିଁକି ?"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.