ETV Bharat / entertainment

Watch: କନସର୍ଟରେ ଫ୍ୟାନ୍ସଙ୍କ ସହ ଜନ୍ମଦିନ ପାଳିଲେ ନିକ୍, କିସ୍ ଦେଇ ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା

author img

By ETV Bharat Odisha Team

Published : Sep 17, 2023, 4:44 PM IST

କନସର୍ଟରେ ଫ୍ୟାନ୍ସଙ୍କ ସହ ଜନ୍ମଦିନ ପାଳିଲେ ନିକ୍, କିସ୍ ଦେଇ ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା
କନସର୍ଟରେ ଫ୍ୟାନ୍ସଙ୍କ ସହ ଜନ୍ମଦିନ ପାଳିଲେ ନିକ୍, କିସ୍ ଦେଇ ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା

କନସର୍ଟରେ ଫ୍ୟାନ୍ସଙ୍କ ସହ ଜନ୍ମଦିନ ପାଳିଲେ ନିକ ଜୋନାସ । ହାପି ବର୍ଥ ଡେ ଗୀତରେ ଦୁଲୁକୁଥିଲା ମଞ୍ଚ । ଏହି ସମୟରେ କିସ୍ କରି ସ୍ବାମୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା । କନସର୍ଟର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଆମେରିକାର ଓମରାହରେ ଆୟୋଜିତ ଦ ଜୋନାସ ବ୍ରଦର୍ସଙ୍କ ଏକ କନ୍ସର୍ଟ ସମୟରେ ମଞ୍ଚରେ ନିକ୍‌ ଜୋନାସ ତାଙ୍କର 31ତମ ଜନ୍ମଦିନକୁ ପାଳନ କରିଛନ୍ତି । ଏହି ସମୟରେ ଫ୍ୟାନ୍ସଙ୍କ ହାପି ବର୍ଥ ଡେ ଗୀତରେ ଦୁଲୁକୁଥିଲା ମଞ୍ଚ । ସେପଟେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏଥିରେ ସାମିଲ ହୋଇ ନିଜ ସ୍ବାମୀଙ୍କୁ କିସ୍ କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଏହି ମୂହୁର୍ତ୍ତର ସମସ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ନିକ ଏବଂ ପ୍ରିୟଙ୍କାଙ୍କ ଫ୍ୟାନ ପେଜ୍‌ରେ ସେୟାର ହୋଇଥିବା ଭିଡିଓରେ ଫ୍ୟାନ୍ସଙ୍କ ସହ ନିକ ଜୋନାସ୍‌ ତାଙ୍କ ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ପୁରା କନସର୍ଟରେ ଫ୍ୟାନ୍ସ ହାପି ବର୍ଥ ଡେ' ଗୀତ ଗାଉଥିବାର ଦେଖିବାକୁ ମିଳିଛି । ନିକ ମଞ୍ଚ ଉପରେ କେକ୍‌ କାଟୁଥିବା ମଧ୍ୟ ନଜର ଆସିଛନ୍ତି। ସେହିପରି ପ୍ରିୟଙ୍କା ଚୋପ୍ରା ମଧ୍ୟ ନିକଙ୍କ କନସର୍ଟରେ ସାମିଲ ହୋଇଥିବା ବେଳେ ନିଜ ସ୍ବାମୀଙ୍କୁ କିସ୍ କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ପରେ ନିକ୍‌ ମଧ୍ୟ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପୂର୍ବରୁ ପ୍ରିୟଙ୍କା ନିଜ ଇନ୍‌ଷ୍ଟାଗ୍ରାମରେ ଅନେକ ଫଟୋ ସେୟାର କରି ନିକଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ । ପ୍ରଥମ ଫଟୋରେ ସେ ନିକ୍‌ଙ୍କୁ କିସ୍ କରୁଥିବା ନଜର ଆସିଛନ୍ତି । ଆଉ ଗୋଟିଏ ଫଟୋରେ ନିକ୍‌ ଗଲ୍ଫ ଖେଳୁଥିବା ଦେଖିବାକୁ ମିଳିଛି । ଶେଷ ଫଟୋରେ ନିକ୍‌ ତାଙ୍କ ଝିଅ ମାଲତୀଙ୍କୁ ଖାଇବାକୁ ଦେଉଥିବାର ନଜର ଆସିଛନ୍ତି । କ୍ୟାପସନରେ ଲେଖିଥିଲେ, 'ତୁମ ସହ ସେଲିବ୍ରେସନ କରିବା ମୋ ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ । ଯେଉଁ କାମ ମୋ ଦ୍ବାରା ସମ୍ଭବପର ଭାବିନଥିଲି ସେହି ସମସ୍ତ କାମ ପାଇଁ ତୁମେ ମୋତେ ପ୍ରେରଣା ଦେଇଛ । ଆଇ ଲଭ୍ ୟୁ ବର୍ଥ ଡେ ବୟ, ମୁଁ ପ୍ରାର୍ଥନା କରୁଛି ତୁମର ସମସ୍ତ ସ୍ୱପ୍ନ ସାକାର ହେଉ, ଜନ୍ମଦିନର ଶୁଭେଚ୍ଛା ।'

ଏହା ମଧ୍ୟ ପଢନ୍ତୁ: ନିକ୍‌ ଜୋନାସ୍‌ଙ୍କ କନସର୍ଟ ଦେଖି କାନ୍ଦି ପକାଇଲେ ପ୍ରିୟଙ୍କା ଚୋପ୍ରା, ଭିଡିଓ ଭାଇରାଲ

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ମେଟ୍‌ ଗାଲା 2017ରେ ସାକ୍ଷାତ କରିଥିଲେ । ପରେ ଉଭୟ ଡେଟିଂ କରିବା ଆରମ୍ଭ କରିଥିଲେ। ପରେ ପ୍ରିୟଙ୍କା ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ 2018ରେ ରାଜସ୍ଥାନର ଉମୈଦ ଭବନ ପ୍ୟାଲେସରେ ବିବାହ କରିଥିଲେ । ବର୍ତ୍ତମାନ ପ୍ରିୟଙ୍କା, ନିକ ଜୋନ୍ସଙ୍କ ସହ ବିବାହ ପରେ ଲଣ୍ଡନରେ ରହୁଛନ୍ତି । ପ୍ରିୟଙ୍କା ଏବଂ ନିକ୍‌ 2022 ମସିହାରେ ସରୋଗେସି ମାଧ୍ୟମରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଯାହାଙ୍କ ନାମ ମାଳତୀ ମ୍ୟାରୀ ଜୋନାସ୍ । ନିକ୍‌ ଏବଂ ପ୍ରିୟଙ୍କା ଏହାକୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.