ETV Bharat / entertainment

KBC 15 Promo: ନୂଆ ଟ୍ବିଷ୍ଟ ଏବଂ ଫର୍ମାଟରେ ଶୋ'କୁ ଫେରିବେ ବିଗ୍‌ ବି

author img

By

Published : Jun 30, 2023, 9:04 AM IST

KBC 15 ପ୍ରମୋ ଆଉଟ, ନୂଆ ଟ୍ବିଷ୍ଟ ଏବଂ ଫର୍ମାଟରେ ଶୋ'କୁ ଫେରିବେ ଅମିତାଭ
KBC 15 ପ୍ରମୋ ଆଉଟ, ନୂଆ ଟ୍ବିଷ୍ଟ ଏବଂ ଫର୍ମାଟରେ ଶୋ'କୁ ଫେରିବେ ଅମିତାଭ

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ପୁଣିଥରେ ତାଙ୍କର ଲୋକପ୍ରିୟ କୁଇଜ୍ ଶୋ' 'କୋନ ବନେଗା କରୋଡପତି' ସହ ଧମାକା କରିବାକୁ ଯାଉଛନ୍ତି । KBC15ର ପ୍ରୋମୋ ରିଲିଜ୍ ହୋଇଛି । ନୂଆ ଟ୍ବିଷ୍ଟ ଏବଂ ଫର୍ମାଟରେ ପ୍ରସାରିତ ହେବ ଶୋ' । ଅଧିକ ପଢନ୍ତୁ

ମୁମ୍ବାଇ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଟିଭିରେ ପ୍ରସାରିତ ହେବ KBC 15 । ବିଗ ବି ଅମିତାଭ ବଚ୍ଚନଙ୍କ ଦ୍ୱାରା ଆୟୋଜିତ କୁଇଜ୍ ଶୋ 'କୋନ ବନେଗା କରୋଡପତି' ଟିଭିରେ ସବୁଠାରୁ ଲୋକପ୍ରିୟ ଶୋ' ଅଟେ । ଏହାର ପ୍ରତ୍ୟେକ ସିଜନ ହିଟ୍ ହୋଇଛି । ପୁଣି ଥରେ ବିଗ୍ ବି ତାଙ୍କ ସୁପରହିଟ୍ ଶୋ’ର ସିଜନ୍ 15 ସହ ଧମାକା କରିବାକୁ ଯାଉଛନ୍ତି । ଗତକାଲି(ଗୁରୁବାର) ଏହାର ପ୍ରୋମୋ ରିଲିଜ୍ ହୋଇଥିବା ବେଳେ ଚଳିତ ସିଜନ ନୂଆ ଟ୍ବିଷ୍ଟ ଏବଂ ନୂଆ ଫର୍ମାଟରେ ଟିଭିରେ ପ୍ରସାରିତ ହେବ ବୋଲି କୁହାଯାଉଛି ।

ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ 'କେବିସି 15'ର ଏକ ନୂଆ ପ୍ରୋମୋ ରିଲିଜ କରିଛି । ପ୍ରମୋ ଭିଡିଓରେ ସୁପରଷ୍ଟାର ଅମିତାଭ ବଚ୍ଚନ କହୁଛନ୍ତି, “ଦେଖନ୍ତୁ ସବୁ କିଛି ବଦଳୁଛି, ଅଧିକ ଜ୍ଞାନ, ଅଧିକ ଗର୍ବର ସହ ସବୁକିଛି ବଦଳୁଛି । ଏହା ପରେ, ପ୍ରୋମୋ ଭିଡିଓ ଆରମ୍ଭରେ, ଜଣେ ମହିଳା ନିଜ କମ୍ପ୍ୟୁଟରରେ ଏକ ଭର୍ଚୁଆଲ୍ ମିଟିଂ ଆୟୋଜନ କରୁଥିବା ଦେଖିବାକୁ ମିଳୁଛି, ଏବଂ ସେ ନିଜ ପୁଅ ସହ ଟେବୁଲ୍ ତଳେ ଫୁଟବଲ୍ ଅଭ୍ୟାସ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ପରବର୍ତ୍ତୀ ଦୃଶ୍ୟରେ, ଜଣେ ଯୁବକ ଟ୍ରାଫିକରେ ଜିନିଷ ବିକ୍ରୟ କରୁଥିବା ଦେଖିବାକୁ ମିଳିଛି । ପେମେଣ୍ଟ ସମୟରେ ଗ୍ରାହକଙ୍କୁ ନିଜ ବାହୁରେ ଟାଟୁ ହୋଇଥିବା ଏକ QR ସ୍କାନରକୁ ଦେଖାନ୍ତି । ଏହି ପ୍ରୋମୋରେ ବିଗ୍ ବି ଦ୍ୱାରା ସୋସିଆଲ୍ ମିଡିଆର ପ୍ରଭାବ, ବିଷୟବସ୍ତୁ, ନିର୍ମାତା ଏବଂ ଛୋଟ ବ୍ୟବସାୟର ସଫଳତା ବିଷୟରେ ମଧ୍ୟ ଆଲୋଚନା କରାଯାଇଛି । ଏଥିସହ ଆଜିକାଲି ଲୋକମାନେ କିପରି ମୋବାଇଲ୍ ଫୋନରେ କ୍ଲିକ୍ କରି ଭଲ ଖାଦ୍ୟର ମଜା ନେବା ସହ ପରିବାରର ନିକଟତର ହୋଇପାରିଛନ୍ତି, ତାହା ମଧ୍ୟ ଦର୍ଶାଯାଇଛି।

ଏହା ମଧ୍ୟ ପଢନ୍ତୁ: ଗୋଲ୍ଡେନ ଜୁବଲି ପାଳିଲେ ବିଗ ବି, ଝିଅ-ନାତୁଣୀ ଜଣାଇଲେ ଶୁଭେଚ୍ଛା

କେବିସି 15ର ପ୍ରୋମୋରେ ଅମିତାଭ ବଚ୍ଚନ ଶୋ’ର ନିୟମ ଏବଂ ଫର୍ମାଟରେ ପରିବର୍ତ୍ତନର ଅନେକ ସୂଚନା ଦେଇଛନ୍ତି । ଟେକ୍ନୋଲୋଜି ବଦଳୁଥିବାରୁ ଶୋ’ରେ ଅନେକ ପରିବର୍ତ୍ତନ କରାଯାଇଥିବା କୁହାଯାଇଛି । ପ୍ରୋମୋ ଶେଷରେ ଅମିତାଭ ବଚ୍ଚନ କହିଛନ୍ତି, ‘‘ଯେତେବେଳେ ଏକ ଦେଶ ପରିବର୍ତ୍ତନ ହୁଏ, ତେବେ ଦେଶର ବିକାଶ ବଢିଥାଏ । ଏହା ପ୍ରଗତିର ସଙ୍କେତ ଅଟେ ।’’ ତେବେ ନିର୍ମାତାମାନେ ଏହି ସିଜନରେ କେଉଁ ପରିବର୍ତ୍ତନ କରିବାକୁ ଯାଉଛନ୍ତି ସେ ବିଷୟରେ କୌଣସି ଅଫିସିଆଲ୍ ସୂଚନା ଦେଇନାହାନ୍ତି ।

ସୂଚନା ଥାଉ କି, 'କୋନ ବନେଗା କରୋଡପତି 15' ପାଇଁ ପଞ୍ଜୀକରଣ ଏପ୍ରିଲରେ ଆରମ୍ଭ ହୋଇଥିଲା । ରିପୋର୍ଟ ଅନୁଯାୟୀ, ଶୋ’ର ସୁଟିଂ ଆସନ୍ତା ମାସରୁ ଆରମ୍ଭ ହେବ ଏବଂ ଏହା ଅଗଷ୍ଟ ସୁଦ୍ଧା ପରଦାରେ ଆସିବ ବୋଲି ସୂଚନା ମିଳିଛି । ଅମିତାଭ ବଚ୍ଚନ 2000ରେ ପ୍ରଥମ ସିଜିନରୁ ଏହି ଶୋ' ହୋଷ୍ଟ କରିଆସୁଛନ୍ତି । କେବଳ ତୃତୀୟ ସିଜନରେ ଶାହାରୁଖ ଖାନ ଏହି ଶୋ'ର ହୋଷ୍ଟ କରିଥିଲେ । ତେବେ ଏବେ ଏହି ଶୋ'ର ପ୍ରୋମୋ ଦେଖି ଫ୍ୟାନ୍ସଙ୍କଙ୍କ ଉତ୍ସାହ ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.