ETV Bharat / entertainment

50th Wedding Anniversary: ଗୋଲ୍ଡେନ ଜୁବଲି ପାଳିଲେ ବିଗ ବି, ଝିଅ-ନାତୁଣୀ ଜଣାଇଲେ ଶୁଭେଚ୍ଛା

author img

By

Published : Jun 3, 2023, 5:10 PM IST

ବଲିଉଡ୍‌ର ଏଭରଗ୍ରୀନ ଯୋଡି କୁହାଯାଉଥିବା ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ବିବାହକୁ ପୁରିଲା 50 ବର୍ଷ । ଝିଅ ନାତୁଣୀଙ୍କ ସହ ଶୁଭେଚ୍ଛା ଜଣାଇଲେ ସେଲିବ୍ରେଟି । ଅଧିକ ପଢନ୍ତୁ

50th Wedding Anniversary
50th Wedding Anniversary

ହାଇଦ୍ରାବାଦ: ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଭେଟେରାନ ଅଭିନେତ୍ରୀ ଜୟା ବଚ୍ଚନଙ୍କ ଯୋଡି ହିନ୍ଦୀ ସିନେମାର ସବୁଠାରୁ ସୁନ୍ଦର ତଥା ଲୋକପ୍ରିୟ ଯୋଡି ମଧ୍ୟରୁ ଅନ୍ୟତମ । ଏମାନଙ୍କୁ ଏଭରଗ୍ରୀନ କପଲ ମଧ୍ୟ କୁହାଯାଏ । ହିନ୍ଦୀ ସିନେମାର ତାରକା ଦମ୍ପତିଙ୍କ ପ୍ରେମ କାହାଣୀ ହୁଏତ ଅଳ୍ପ ହୋଇପାରେ, କିନ୍ତୁ କେମେଷ୍ଟ୍ରିରେ କମାଲ ରହିଛି । ଆଜି ଅର୍ଥାତ୍ ଜୁନ୍ 3 ହେଉଛି ଏହି ସୁନ୍ଦର ଦମ୍ପତିଙ୍କର ଏକ ବିଶେଷ ଦିନ । ବାସ୍ତବରେ ଅମିତାଭ ଏବଂ ଜୟାଙ୍କ ବିବାହକୁ ଆଜି 50 ବର୍ଷ ପୂରଣ ହୋଇଛି ।

ଆଜି ଏହି ଦମ୍ପତି ବିବାହର ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛନ୍ତି । ଏହି ଯୋଡି ଏକାଠି ହୋଇ ଅର୍ଦ୍ଧ ଶତାବ୍ଦୀ ରଖିଛନ୍ତି । ଏହି ବିଶେଷ ଉତ୍ସବରେ ଅମିତାଭ ଏବଂ ଜୟାଙ୍କୁ ପରିବାର, ସମ୍ପର୍କୀୟ, ସେଲିବ୍ରେଟିଙ୍କ ଠାରୁ ପ୍ରଂଶସନଙ୍କ ମାନେ ଏନେକ ପ୍ରେମବାର୍ତ୍ତା ଜଣାଇବା ସହ ଶୁଭେଚ୍ଛା ଜଣାଇଛନ୍ତି । ଏହି ଶୁଭ ଅବସରରେ ବିଗ୍ ବି ଏବଂ ଜୟାଙ୍କ ପ୍ରିୟ ଝିଅ ଶ୍ୱେତା ବଚ୍ଚନ ଏବଂ ନାତୁଣୀ ନବୟା ନାଭେଲି ନନ୍ଦା ଏକ ସୁନ୍ଦର ବାର୍ତ୍ତା ଦେଇ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

50th Wedding Anniversary
50th Wedding Anniversary

ଶୁଭେଚ୍ଛା ଜଣାଇଲେ ଶ୍ବେତା: ଶ୍ୱେତା ବଚ୍ଚନ 50 ତମ ବିବାହ ବାର୍ଷିକୀ ଅବସରରେ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି,"50ତମ ବିବାହ ବର୍ଷିକୀର ଶୁଭେଚ୍ଛା । ବର୍ତ୍ତମାନ ଆପଣ ଗୋଲ୍ଡେନ ଜୁବଲୀରେ ପହଞ୍ଚିଲଣି । ଦିନେ ମୁଁ ମାଆଙ୍କୁ ପଚାରିଥିଲି, ଏତେ ବର୍ଷ ବିବାହ ହୋଇ ଖୁସିରେ ରହିବାର ସିକ୍ରେଟ କଣ ? ମାଆ କହିଥିଲେ, ଲଭ। ଏହାପରେ ମୁଁ ଭାବି ମାଆ ବାପା ଦୁହେଁ ଦୁହିଁଙ୍କ ପାଇଁ ପୁରା ସଠିକ ଥିଲେ ।"

ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଲେ ନାତୁଣୀ: ଅମିତାଭଙ୍କ ଗେହ୍ଲି ନାତୁଣୀ ନଭ୍ୟା ନଭେଲି ନନ୍ଦ ମଧ୍ୟ ଅଜା ଆଇଙ୍କ ଏକ ପୁରୁଣା ଫଟୋକୁ ସେୟାର କରି ଇନଷ୍ଟାଗ୍ରାମରେ ଷ୍ଟୋରି ରଖିଛନ୍ତି । ସେ ଲେଖିଛନ୍ତି 50 ଇୟର । ପୁରୁଣା ଫଟୋକୁ ସେୟାର କରି ସ୍ମୃତିକୁ ମନେପକାଇ ଦେଇଛନ୍ତି । ତେବେ ଅମିତାଭଙ୍କ ବିବାହ ବାର୍ଷିକୀରେ ଅନେକ ସେଲିବ୍ରେଟି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ବାପାମାଆଙ୍କୁ ଶୁଭେଚ୍ଛା ଜଣାଇ ଶ୍ବେତା ବଚ୍ଚନ କରିଥିବା ପୋଷ୍ଟରେ ଅନେକ ଲାଇକ କରିବା ସହ କମେଣ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି । ଚଳଚ୍ଚିତ୍ର ନିର୍ମାତା ଜୋୟା ଅଖତର ଲେଖିଛନ୍ତି, 'ସତରେ ଯୋଡି ବହୁତ ସୁନ୍ଦର'। ଚଙ୍କି ପାଣ୍ଡେ ଲେଖିଛନ୍ତି, 'ଶୁଭ ସୁବର୍ଣ୍ଣ ବାର୍ଷିକୀ'। ଚଙ୍କି ପାଣ୍ଡେଙ୍କ ପତ୍ନୀ ଭବନା ପାଣ୍ଡେ ଲେଖିଛନ୍ତି, 'ଆପଣଙ୍କ ପିତାମାତାଙ୍କୁ 50 ତମ ବିବାହ ବାର୍ଷିକୀ ଶୁଭେଚ୍ଛା'। ଏଥି ସହିତ ଅଭିନେତା ଅନିଲ କପୁରଙ୍କ ସାନଭାଇ ତଥା ଅଭିନେତା ସଞ୍ଜୟ କପୁରଙ୍କ ପତ୍ନୀ ମହେପ କପୁର ଲେଖିଛନ୍ତି, 'ଆପଣଙ୍କ ପିତାମାତାଙ୍କୁ 50 ତମ ବିବାହ ବାର୍ଷିକୀ ପାଇଁ ଅନେକ ଅନେକ ଶୁଭେଚ୍ଛା'। ଏଥି ସହିତ ପ୍ରଶଂସକମାନେ କମେଣ୍ଟ ବକ୍ସରେ ନାଲି ହାର୍ଟ ଇମୋଜି ବାଣ୍ଟି ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରକାଶଥାଉକି, ଜୁନ୍ 3, 1973 ରେ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ବିବାହ କରିଥିଲେ। ବ୍ଲକବଷ୍ଟର ଚଳଚ୍ଚିତ୍ର 'ଶୋଲେ' ରିଲିଜ୍ ପୂର୍ବରୁ ମଧ୍ୟ ଏହି ଦମ୍ପତି ବିବାହ କରିଥିଲେ। କିନ୍ତୁ ରୋଚକପୂର୍ଣ୍ଣ କଥା ହେଲା ସେହି ସମୟରେ ଏହି ଦମ୍ପତି ବିବାହିତ ବୋଲି କେହି ଜାଣି ନଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.